ଦାରିଙ୍ଗବାଡି,୨୦।୧୦(ଅରୁଣ ସାହୁ):୨ ଦିନ ଧରି ବିଜୟା ଦଶମୀ ତିଥି ରହିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଆଜି ମଧ୍ୟାହ୍ନ ପରଠାରୁ ବିଜୟା ଦଶମୀ ତିଥି ଯୋଗୁ କିଛି ଶ୍ରଦ୍ଧାଳୁ ନିଜ ବ୍ୟବସାୟୀ ଅନୁଷ୍ଠାନ, ଯାନବାହାନ ଘରେ ବ୍ୟବହୃତ ଲୁହା ସାମଗ୍ରୀ ଆଦିକୁ ଅପରାହ୍ନ ୧ଟା ପରେ ଦଶମୀ ପୂଜା ପାଳନ କରାଯିବା ସହ ଆସନ୍ତା ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ତିଥି ରହିଥିବାରୁ ସେହି ଦିନ ମଧ୍ୟ ବ୍ୟବସାୟୀ ଅନୁଷ୍ଠାନ ସହ ଯାନବାହାନ ଆଦି ପୂଜାର୍ଚ୍ଚନା ହେବ। ଏଥିସହ ନବାନ୍ନ ଖିଆ ରହିଛି। ସେହିପରି ଦାରିଙ୍ଗବାଡି ସମେତ ସିମନବାଡିରେ ଅସ୍ଥାୟୀ ମେଢ଼ରେ ମା’ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଛି। ଏଥିପାଇଁ ଅଞ୍ଚଳ ଚଳ ଚଞ୍ଚଳ ହୋଇପଡିଛି।