ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ

ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍‌। ଇତିମଧ୍ୟରେ ସେମାନଙ୍କ ବିବାହକୁ ୨୯ ବର୍ଷ ବିତିସାରିଛି। ବୈବାହିକ ଜୀବନରେ ଅନେକ ଝଡ଼ଝଞ୍ଜା ସତ୍ତ୍ୱେ ସେମାନେ ସୁଖୀ ଜୀବନ ବିତାଉଛନ୍ତି। ହେଲେ ବିବାହ ପୂର୍ବରୁ ଏଭଳି ଏକ ସମୟ ଆସିଥିଲା, ଯେଉଁ ସମୟରେ ଗୌରୀ ଶାହାରୁଖଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଏକ ସାକ୍ଷାତକାରରେ ଶାହାରୁଖ ନିଜ ପ୍ରେମ ସମ୍ପର୍କ ନେଇ ଅନେକ କଥା କହିଥିଲେ। ପ୍ରଥମେ ପ୍ରଥମେ ଉଭୟଙ୍କ ବିଷୟରେ କେହି ଜାଣି ନ ଥିଲେ। ଏହାକୁ ନେଇ ଶାହାରୁଖଙ୍କ ଇନସିକ୍ୟୁରିଟି ବଢ଼ି ଯାଇଥିଲା। ଧିରେ ଧିରେ ସେ ବହୁତ ଅଜବ ବ୍ୟବହାର କରିବାକୁ ଲାଗିଥିଲେ। ଗୌରୀଙ୍କୁ ଧଳା ଶାର୍ଟ ପିନ୍ଧିବାକୁ ଦେଉ ନ ଥିଲେ ସେ। କାରଣ ଏହା ଟ୍ରାନ୍ସପ୍ୟାରେଣ୍ଟ ବୋଲି ସେ ଭାବୁଥିଲେ। ଫଳରେ ଉଭୟ ଦୀର୍ଘଦିନ ଧରି ଅଲଗା ହୋଇଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହା ପ୍ରୋଟେକ୍ଟିଭ୍‌ନେସରେ ପରିବର୍ତ୍ତନ ହୋଇଥିଲା। ଗୌରୀ ଶାହାରୁଖଙ୍କୁ ୧୯୯୧ରେ ବିବାହ କରିଥିଲେ।

Share