ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପାଇଁ ପ୍ରତ୍ୟେକ ଜିଲାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଚଳାଇବାକୁ ଗୁରୁତ୍ୱ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଏହି ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ କୁଟିର ବା ଅଣୁ ଓ କ୍ଷୁଦ୍ରଶିଳ୍ପ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହେଉନି। ଅନାଦେୟ ଋଣ ଗ୍ରହୀତାଙ୍କ ସଂଖ୍ୟା ବଢ଼ୁଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆଗ୍ରହୀ ଯୁବବର୍ଗ ନିରାଶ ହେଉଛନ୍ତି।

ପଟ୍ଟାମୁଣ୍ଡାଇ ବ୍ଲକ ପୋଖରିଆପଡ଼ା ଗ୍ରାମର ପବିତ୍ର ବେହେରା କହିଛନ୍ତି, ଥଣ୍ଡା ପାନୀୟର ଚାହିଦା ଅଛି। ଏଥିପାଇଁ ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣିବା ପାଇଁ ବାରମ୍ବାର ଯାଇଛି। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପାଇଁ ସମ୍ପତ୍ତି ବନ୍ଧକ ଉପରେ ଗୁରୁତ୍ୱ ଦେଇଛନ୍ତି। ବନ୍ଧକ ପାଇଁ ପର୍ଯ୍ୟାପ୍ତ ସମ୍ପତ୍ତି ନାହିଁ। ବାଧ୍ୟହୋଇ ଏହି କ୍ଷୁଦ୍ର ଶିଳ୍ପରୁ ଓହରି ଆସିବାକୁ ପଡ଼ିଲା। ଏ ନେଇ ପାଇଥିବା ତାଲିମ ବେକାର ହୋଇଗଲା। ସମ୍ପତ୍ତି ବନ୍ଧକ ପିଏମ୍‌ଇଜିପି ପାଇଁ ବାଧକ ସାଜିଛି। ଏହି ବ୍ଲକ କଷଣଅଣ୍ଟା ଗ୍ରାମର ରୀତାରାଣୀ ବେହେରା କହିଛନ୍ତି, ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ମସଲା ଶିଳ୍ପ ପାଇଁ ତାଲିମ ନେଇଛନ୍ତି। ୨୦୧୮ରେ ଏହି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲେ। ତେବେ ଏକ ରାଷ୍ଟ୍ରୀୟ ବ୍ୟାଙ୍କ ୨୦୧୯ରେ ମାତ୍ର ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲେ। ୨୦୨୦-୨୧ ମସିହାରେ କୋଭିଡ୍‌ ସଂକ୍ରମଣ ପାଇଁ ମସଲା ବିକ୍ରିରେ ଅସୁବିଧା ହୋଇଛି। ଏବେ ଏହାର ସ୍ଥିତି ସୁଧୁରିବାକୁ ବସିଥିବା ବେଳେ ଋଣ ଅର୍ଥ ଫେରସ୍ତ ଚିନ୍ତାର କାରଣ ହୋଇଛି। ଏକକାଳୀନ ୮ ଲକ୍ଷ ଟଙ୍କା ମିଳିଥିଲେ, ଏହି ଶିଳ୍ପରେ ଅନୂ୍ୟନ ୧୦ ଜଣ ନିଯୁକ୍ତି ପାଇଥାନ୍ତେ। ଜଣେ ରାଷ୍ଟ୍ରୀୟ ବ୍ୟାଙ୍କ ପରିଚାଳକ କହିଛନ୍ତି, ଋଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ଚାପ ହେଉଛି। ଋଣ ପ୍ରଦାନ ପରେ ଅସୁଲ କରାଯାଇ ପାରୁ ନ ଥିବାରୁ ଅନାଦେୟ ଋଣ (ଏନ୍‌ପିଏ) ହିତାଧିକାରୀଙ୍କ ସଂଖ୍ୟା ବଢ଼ିଯାଉଛି। ମୁଦ୍ରା ଯୋଜନାରେ ଜିଲାର ବହୁ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ତେବେ ଏହାର ଗ୍ରହୀତା ଋଣ ନେଇ ଜିଲା ବାହାରକୁ ପଳାଇଛନ୍ତି। ସେମାନଙ୍କଠାରୁ ଋଣ ଆଦାୟ କରିବା କଷ୍ଟକର ହୋଇଛି। ସେହିପରି ପିଏମ୍‌ଇଜିପିରେ ବହୁ ଆଶାୟୀ ଋଣ ପ୍ରଦାନ ପାଇଁ ଚାପ ପକାଉଛନ୍ତି। ତେବେ ସମ୍ପତ୍ତି ବନ୍ଧକ ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସମ୍ପୃକ୍ତ ଗ୍ରହୀତା ଋଣ ଶୁଝିବା ନେଇ ଅନିଶ୍ଚିତତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ରହିବା ସ୍ବାଭାବିକ କଥା। ସାମାଜିକ କର୍ମୀ ଅନନ୍ତ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ଉଦ୍ୟୋଗ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଚାପ ନାହିଁ। ବହୁ ଶିକ୍ଷିତ ଓ ତାଲିମପ୍ରାପ୍ତ ଶିଳ୍ପ ଉଦ୍ୟୋଗ ଆଶାୟୀ ବାରମ୍ବାର ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ଏଥିପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିରାଶ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ପ୍ରତିବର୍ଷ ୨ ଥର ସମୀକ୍ଷା ବୈଠକ ହେଉଛି। ସମୀକ୍ଷା ବୈଠକ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ନିୟମ ଅନୁଯାୟୀ, ବ୍ୟାଙ୍କ ଜମାର ୬୦ ପ୍ରତିଶତ ଋଣ ଦେବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ଅବଶିଷ୍ଟ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନହାର ୨୦ ପ୍ରତିଶତ ରହୁନାହିଁ। ସିଙ୍ଗଲ ୱିଣ୍ଡୋରେ ଶିଳ୍ପ ଉଦ୍ୟୋଗୀଙ୍କୁ ଋଣ ବ୍ୟବସ୍ଥା ହେଲେ ଜିଲାର ବିକାଶ ହୋଇପାରିବ। ଏହିପରି ବିଭିନ୍ନ ସମସ୍ୟା ପାଇଁ ଯୁବବର୍ଗ ପରିବାରର ଭରଣପୋଷଣ ପାଇଁ ପ୍ରବାସରେ କର୍ମନିଯୁକ୍ତି ଖୋଜୁଛନ୍ତି। ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ବିଧୁଭୂଷଣ ମହାପାତ୍ର କହିଛନ୍ତି, ନିର୍ବାଚନ ଆସିଲେ ଶାସକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିଳ୍ପକଥା ମନେପଡ଼େ। ଯୁବବର୍ଗ ଜିଲାରେ ଶିଳ୍ପ ନ ଥିବାରୁ ବାହାର ସ୍ଥାନରେ ଦାଦନ ଶ୍ରମିକ ଭାବେ ନିର୍ଯାତିତ ହେଉଛନ୍ତି। ଜିଲା ଭାଜପା ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ କହିଛନ୍ତି, ବିଜେଡି ରାଜ୍ୟରେ ୨୫ ବର୍ଷ ଧରି ଶାସନ କରୁଛି। କେନ୍ଦ୍ରାପଡ଼ା ଜିଲାକୁ ବିଜୁବାବୁଙ୍କ ରାଜନୈତିକ କର୍ମଭୂମି ଦର୍ଶାଉଥିଲେ ମଧ୍ୟ ଛୁଞ୍ଚତ୍ ଶିଳ୍ପଟିଏ ବସାଇବା ପାଇଁ ପ୍ରୋତ୍ସାହନ ନାହିଁ। ମହାକାଳପଡ଼ାଠାରେ ଶିଳ୍ପ ପ୍ରତିଶ୍ରୁତି ଏବେ ପ୍ରତାରଣା ବୋଲି ଜିଲାବାସୀ ବୁଝି ସାରିଲେଣି। ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ କହିଛନ୍ତ, ମହାକାଳପଡ଼ାରେ ବୃହତ୍‌ ଶିଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ଏମ୍‌ଓୟୁ ହୋଇଛି। ଏଥିସହ ଯୁବବର୍ଗଙ୍କୁ ତାଲିମ ପାଇଁ ଅନୁଷ୍ଠାନଗୁଡ଼ିକ ପ୍ରତିଷ୍ଠା ହୋଇଛି। ଅଣୁ ଓ କ୍ଷୁଦ୍ର ଶିଳ୍ପରେ ଜିଲାର ବହୁ ଯୁବକ ରାଜ୍ୟ ସରକାରଙ୍କ ଦ୍ୱାରା ଉପକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri