ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ

ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ ହୋସ ଉଡ଼ିଯିବ। ଏହା କୈାଣସି ମନଗଢ଼ା କାହାଣୀ ନୁହେଁ। ବରଂ ନାମୀଦାମୀ ଲୋକଙ୍କ ସହ ଘଟିଥିବା ସତ୍ୟ ଘଟଣା। ଏହି ନାମୀଦାମୀ ଲୋକମାନେ ହେଉଛନ୍ତି ଇଣ୍ଡିଆ କ୍ରିକେଟ ଜଗତର ତାରକା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୈାରଭ ଗାଙ୍ଗୁଲି , ମହେନ୍ଦ୍ର ସିଂହ ଧୋନୀ। ଏହି ଖେଳାଳୀମାନେ ମ୍ୟାଚ୍‌ ପାଇଁ ହୋଟେଲରେ ରହିବାବେଳେ ନିଜ ଆଖପାଖରେ ଭୂତର ଉପସ୍ଥିତି ଅନୁଭବ କରି ହୋଟେଲ ଛାଡି ଦେଇଥିଲେ।

The Most Haunted Hotels In The UK | Hotelgift

୨୦୦୨ରେ କୌଣସି ଏକ ମ୍ୟାଚ ଚାଲିଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୈାରଭ ଗାଙ୍ଗୁଲି ଲଣ୍ଡନର ପ୍ରସିଦ୍ଧ ଲୁମଲି ହୋଟେଲରେ ରହିଥିଲେ । କହିରଖୁଛୁ କି, ଏହି ହୋଟେଲ ଦୁନିଆର ମୋଷ୍ଟ ଓ୍ବାଣ୍ଟେଡ ପ୍ଲେସ ଭାବେ ଅନ୍ୟତମ। ଏପରି କୁହାଯାଏ କି, ଏହି ହୋଟେଲରେ ଲେଡି ଲୁମଲିଙ୍କ ଆତ୍ମା ଘୂରି ବୁଲୁଥାଏ। ଗାଙ୍ଗୁଲି ହୋଟେଲର ଯେଉଁ ରୁମରେ ରହିଥିଲେ ହଠାତ୍‌ ରାତିରେ ତାଙ୍କ ବାଥରୁମର ଟ୍ୟାପ ଆପେଆପେ ଖୋଲିଯାଉଥିଲା। ସେହି ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଯିବା କ୍ଷଣି ଟ୍ୟାପ୍‌ ଆପେ ଆପେ ବନ୍ଦ ହୋଇଯାଉଥିଲା। କେବଳ ଏତିକି ନୁହେଁ, ସେଦିନ ରାତିରେ ଗାଙ୍ଗୁଲିଙ୍କ ସହ ଭୟାନକ ଘଟିଥିଲା ଯେଉଁଥିପାଇଁ ଗାଙ୍ଗୁଲି ଅଧାରାତିରେ ତାଙ୍କୁ ନିଜ ରୁମ ଛାଡ଼ିବାକୁ ପଡିଥିଲା।

The Many Ghosts of The Langham Hotel in London - Moon Mausoleum

ସେହିପରି ୨୦୦୫ରେ ଏକ ମ୍ୟାଚ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଖେଳାଳୀ ସେନ ଓ୍ବାଟସନ ମଧ୍ୟ ଏହି ହୋଟେଲରେ ରହିଥିଲେ । ଓ୍ବାଟସନଙ୍କୁ ମଧ୍ୟ ଏହି ହୋଟେଲରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା । ଏହି ଘଟଣା ପରେ ସେ ଏତେ ଡରିଯାଇଥିଲେ କି ସେ ତଳେ ବ୍ରେଟ ଲିଙ୍କ ରୁମ୍‌କୁ ଯାଇ ତଳେ ଶୋଇଥିଲେ ।

I Booked a Haunted Hotel Room By Accident—Here's What Happened Next

ଲଣ୍ଡନର ଲଙ୍ଘମ ହୋଟେଲରେ ଭୂତଙ୍କ ଉପସ୍ଥିତି ବିଷୟରେ କାହାକୁ ଅଛପା ନାହିଁ। ଏହି ହୋଟେଲ ହଣ୍ଟେଡ ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ୨୦୧୪ରେ ଇଂଲଣ୍ଡର ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ ଏକ ଇଂରାଜୀ ପତ୍ରିକା ଡେଲି ମେଲରେ ସାକ୍ଷାତକାରରେ କହିଛନ୍ତି, ଶ୍ରୀଲଙ୍କା ଟେଷ୍ଟ ସମୟରେ ସେ ନିଜ ରୁମ ବଦଳାଇବାକୁ ବାଧ୍ୟ ହୋଇଥିଲେ। ସେ କହିଥିଲେ ଯେ, ତାଙ୍କୁ ହୋଟେଲ ରୁମ୍‌ରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା ।
ତେବେ କେବଳ ଷ୍ଟୁଆର୍ଟ ନୁହେଁ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଏହି ହୋଟେଲରେ ଥିବାବେଳେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ସେ ମଧ୍ୟରାତ୍ରିରେ ହୋଟେଲ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri