ବିବାହର ପ୍ରଥମ ରାତିରୁ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ ଏହି କଥା ଜାଣିପାରିଥିଲେ ଅକ୍ଷୟ କୁମାର

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କର ଏକ କାହାଣୀ ଖୁବ୍‌ ଭାଇରାଲ ହେଉଛି। କିଛି ଦିନ ପୂର୍ବେ ସେ କମେଡିଆନ୍‌ କପିଲ ଶର୍ମାଙ୍କ ଟିଭି ଶୋ’ ‘ଦ କପିଲ ଶର୍ମା ଶୋ’ରେ ଯାଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ।
ଶୋ’ରେ ଅର୍ଚ୍ଚନା ପୂରନ ସିଂହ ଅକ୍ଷୟଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସେ ଦେଇଥିଲେ। ଅର୍ଚ୍ଚନା ଗୋଟିଏ ପ୍ରଶ୍ନ କରିଥିଲେ, ଯେତେବେଳେ ସ୍ତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କ ସହ ଝଗଡ଼ା ହୁଏ କିଏ ଯିତିଥାନ୍ତି। ଏହାର ଉତ୍ତରରେ ଅକ୍ଷୟ କହିଥିଲେ ଯେ, ଟ୍ବିଙ୍କଲ ସବୁବେଳେ ଜିତିଥାନ୍ତି। ଏଥିସହ ଅକ୍ଷୟ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ କହିଥିଲେ ଯେ, ବିବାହର ପ୍ରଥମ ରାତିରୁ ସେ ଜାଣିଯାଇଥିଲେ ଯେ, ଝଗଡ଼ା ହେଲେ ସ୍ତ୍ରୀଙ୍କଠାରୁ ସେ କେବେହେଲେ ଜିତିପାରିବେ ନାହିଁ।
ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅକ୍ଷୟ କୁମାରଙ୍କ ପ୍ରେମ କାହାଣୀ ବହୁତ ଆକର୍ଷଣୀୟ ଥିଲା। କୁହାଯାଏ ଟ୍ବିଙ୍କଲଙ୍କ ଫିଲ୍ମ ‘ମେଲା’ ରିଲିଜ୍‌ ହେବା ପୂର୍ବରୁ ଅକ୍ଷୟ ତାଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଉକ୍ତ ସମୟରେ ଟ୍ବିଙ୍କଲ ଉତ୍ତର ଦେଇଥିଲେ ଯେ, ଫିଲ୍ମ ଫ୍ଲପ୍‌ ହେଲେ ବିବାହ କରିବେ। ଶେଷରେ ଫିଲ୍ମ ଫ୍ଲପ୍‌ ହେଲା ଏବଂ ସେମାନେ ବିବାହ କଲେ।

Share