Posted inଖେଳ

୬ ବଲ୍‌ରେ ୭୭ ରନ୍‌: ଗୋଟିଏ ଓଭରରେ ସର୍ବାଧିକ ରନ୍‌ କରି ହାସଲ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ,୭।୧: ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରିବାର ମୂହୁର୍ତ୍ତ ବହୁତ କମ୍‌ ଦେଖିବାକୁ ମିଳେ। ଏହାକୁ କ୍ରିକେଟ ପ୍ରଶଂସକ ସହଜରେ ଭୁଲି ନ ଥାନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ବିଶ୍ୱକପ୍‌ରେ ଏହି କମାଲ କରିଦେଖାଇଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ମଧ୍ୟ ଟି୨୦ ବିଶ୍ୱକପ୍‌ରେ ଏହି ସଫଳତା ହାସଲ କରିଥିଲେ। ଏହି ରେକର୍ଡଗୁଡ଼ିକୁ ଭାଙ୍ଗିବା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ସହଜ ନୁହେଁ। ହେଲେ ଯଦି ଆପଣଙ୍କୁ ଲାଗୁଛି କ୍ରିକେଟଜଗତରେ ୬ ବଲ୍‌ରେ ୩୬ ରନ୍‌ କରିବା ସର୍ବାଧିକ ରେକର୍ଡ, ତେବେ ଆପଣ ଭୁଲ ଭାବୁଛନ୍ତି।

୨୧ବର୍ଷ ପୂର୍ବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ବ୍ୟାଟ୍ସମ୍ୟାନ ୭୭ ରନ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ୧୯୯୦ରେ ନ୍ୟୁଜିଲାଣ୍ଡର ଶେଲ ଟ୍ରଫି ଟୁର୍ନାମେଣ୍ଟରେ ବେଲିଙ୍ଗଟନ ଏବଂ କୈଟରବରୀଙ୍କ ମଧ୍ୟରେ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ରେ ବେଲିଙ୍ଗଟନ ଟିମ୍‌ ଅଡ଼ୁଆରେ ଫସିଥିଲା। ଟିମ୍‌ ମ୍ୟାଚ୍‌ ଡ୍ର କରିବାକୁ ଚାହୁଁ ନ ଥିଲା।

ମ୍ୟାଚ୍‌ରେ ବେଲିଙ୍ଗଟନ୍‌ ପ୍ରଥମେ ବ୍ୟାଟିଂ କରି ୨୦୨ ରନ୍‌ କରିଥିଲା। ଏହାର ଜବାବରେ କୈଟରବରୀ ୭ ଉଇକେଟ ହରାଇ ୨୨୧ ରନ୍‌ କରି ପାଳି ଘୋଷଣା କରିଥିଲେ। ପରେ ବେଲିଙ୍ଗଟନ ଦ୍ୱିତୀୟ ପାଳିରେ ୩୦୯ ରନ୍‌ କରିଥିଲେ ଏବଂ କୈଟରବରୀ ସମ୍ମୁଖରେ ୨୯୧ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲେ। ଶେଷ ପାଳିରେ ଦଳର ପ୍ରଭାବୀ ବ୍ୟାଟିଂ ସତ୍ତ୍ୱେ ମ୍ୟାଚ୍‌ ଡ୍ର ହୋଇଯାଇଥାନ୍ତା।

ଶେଷରେ କୈଟରବରୀକୁ ୧୨ ରନ୍‌ରେ ୯୫ ରନ୍‌ର ଆବଶ୍ୟକତା ରହିଥିଲା। ଏହା ସମ୍ଭବ ଲାଗୁ ନ ଥିବା ବେଳେ ହାତରେ ୨ ଉଇକେଟ ଥିଲା। ଅପରପକ୍ଷେ ବେଲିଙ୍ଗଟନର ଅଧିନାୟକ ବ୍ୟାଟ୍ସମ୍ୟାନ୍‌ଙ୍କୁ ରନ୍‌ କରିବାକୁ ଦିଆଯାଉ ବୋଲି ରଣନୀତି ପ୍ରସ୍ତୁତ କରିଥିଲେ। ଏହାଦ୍ୱାରା ବାକି ବ୍ୟାଟ୍ସମ୍ୟାନ୍‌ଙ୍କୁ ଉଇକେଟ ଦଳ ହାସଲ କରିହେବ ବୋଲି ସେ ଭାବିଥିଲେ। ହେଲେ ପର ଓଭରରେ ଯାହା ହୋଇଥିଲା ସମସ୍ତେ ଚମକି ଯାଇଥିଲେ।

ଏପରି ଥିଲା ବର୍ଟ ବାନ୍ସଙ୍କ ଓଭର:
ପ୍ରଥମ ବଲ୍‌ ନୋ ବଲ୍‌ ହେବା ପରେ ବ୍ୟାଟ୍ସମ୍ୟାନ୍‌ ଚଉକା ମାରିବା ପରେ(୫ ରନ୍‌)ହୋଇଥିଲା। ଏହାପରେ ବୋଲର୍‌ ଗୋଟିଏ ପରେ ଗୋଟିଏ ୧୫ ନୋ ବଲ୍‌ ପକାଇଥିଲେ। ଏଥିରେ ୮ ବଲ୍‌ରେ ଛକା, ୪ ବଲ୍‌ରେ ଚଉକା ଏବଂ ୩ ବଲ୍‌ରେ ଏକ ରନ୍‌ ମିଳିଥିଲା। ଏଣୁ ମୋଟ ରନ୍‌ ୬୪ ହୋଇଥିଲା। ତୃତୀୟ ବଲ୍‌ରେ କୌଣସି ରନ୍‌ ନାହିଁ। ଚତୁର୍ଥ ବଲ୍‌ରେ ନୋ ବଲ୍‌(ଚଉକା) ଏବଂ ଲିଗାଲ ବଲ୍‌ରେ ୦ ରନ୍‌। ପଞ୍ଚମ ବଲରେ କୌଣସି ରନ୍‌ ନାହିଁ। ୬ଷ୍ଠ ତଥା ଶେଷ ବଲ୍‌ରେ ୩ ରନ୍‌ ସହ ଗୋଟିଏ ଓଭରରେ ମୋଟ ୭୭ ରନ୍‌ ମିଳିଥିଲା। ଯାହାକି ଏଯାବତର ସବୁଠାରୁ ଅଧିକ ରନ୍‌ ହୋଇଥିବା ଓଭର ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri