Categories: ଖେଳ

ଏମ୍‌ଆଇ ବନାମ ଆର୍‌ସିବି: ଆଇପିଏଲ୍‌ର ଏହି ରୋମାଞ୍ଚକର ପ୍ରଥମ ମୁକାବିଲାକୁ କେବେ, କେଉଁଠି ଦେଖିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୮।୪: ଆଉ ଗୋଟିଏ ଦିନର ଅପେକ୍ଷା। ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଶୁକ୍ରବାର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଭେଟିବ। ସିଜିନ-୧୪ର ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଥିବାରୁ ଏହା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ଏହି ମ୍ୟାଚ୍‌କୁ କେବେ ଏବଂ କେଉଁଠି ଦେଖିବେ ଆସନ୍ତୁ ଜାଣିବା…

କେବେ ଖେଳାଯିବ: ଏମ୍‌ଆଇ ଏବଂ ଆର୍‌ସିବି ମଧ୍ୟରେ ମ୍ୟାଚ୍‌ ଏପ୍ରିଲ ୯ ଶୁକ୍ରବାର ଖେଳାଯିବ।

କେତେବେଳେ ଆରମ୍ଭ ହେବ: ଶୁକ୍ରବାର ଅପରାହ୍ନ ୭.୩୦ରୁ ଆରମ୍ଭ ହେବ।

କେଉଁ ମଇଦାନରେ ଖେଳାଯିବ: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବ।

କେଉଁଠି ଦେଖିବେ: ଆଇପିଏଲ୍‌ର ଏହି ପ୍ରଥମ ମୁକାବିଲା ଷ୍ଟାର ସ୍ପୋଟ୍ସର ନେଟଓ୍ବାର୍କର ସମସ୍ତ ଚ୍ୟାନେଲରେ ଦେଖିପାରିବେ। ହିନ୍ଦୀରେ କମେଣ୍ଟ୍ରି ଚାହୁଁଥିବା ଲୋକ ଷ୍ଟାର ସ୍ପୋଟ୍ସ ହିନ୍ଦିରେ ମ୍ୟାଚ୍‌ ଦେଖିପାରିବେ।

ଅନ୍‌ଲାଇନ୍‌ରେ ଲାଇଭ୍‌ ଷ୍ଟିମିଂ କେଉଁଠୁ ଦେଖିବେ: ଆଇପିଏଲ୍‌ର ପ୍ରଥମ ମୁକାବିଲା ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ଡିଜିଟାଲ ପ୍ଲାଟଫର୍ମରେ ଦେଖିପାରିବେ।

Share