Categories: ଖେଳ

ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌…

ପୁଣେ,୨୮।୩: ରବିବାର ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ସ୍ଥିତି ବରାବରରେ ଥିବାରୁ ସିରିଜର ତୃତୀୟ ତଥା ଶେଷ ଦିନିକିଆକୁ ଜିତିବା ଲାଗି ଉଭୟ ଟିମ୍‌ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା ଆପଣ ଏହି ମ୍ୟାଚ୍‌କୁ କେତେବେଳେ, କେଉଁଠି ଦେଖିପାରିବେ…

କେତେବେଳେ ଏବଂ କେଉଁଠି ଖେଳାଯିବ ତୃତୀୟ ଦିନିକିଆ: ମାର୍ଚ୍ଚ ୨୮ ତାରିଖ ରବିବାର ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଏହା ଖେଳାଯିବ।

କେତେବେଳେ ଆରମ୍ଭ ହେବ: ଏହି ଦିନିକିଆ ରବିବାର ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ଏହାର ଅଧଘଣ୍ଟା ପୂର୍ବରୁ ଟସ୍‌ ପଡ଼ିବ।

କେଉଁଠି ଦେଖିବେ: ତୃତୀୟ ମ୍ୟାଚ୍‌କୁ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ସମସ୍ତ ଚ୍ୟାନେଲରେ ଦେଖିହେବ। ଏହାଛଡ଼ା ଅନ୍‌ଲାଇନ୍‌ରେ ମ୍ୟାଚ୍‌ ସହ ଜଡ଼ିତ ସମସ୍ତ ଅପ୍‌ଡେଟ୍‌ ଦେଖିହେବ।

Share