Categories: ଖେଳ

ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିିମିୟମ ଲିଗ୍‌(ଆଇପିଏଲ୍‌)-୨୦୨୧। ଶନିବାର ଏହାର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯିବ। ତେବେ ଆସନ୍ତୁ ଜାଣିବା ଆପଣ କେବେ, କେଉଁଠି ଏବଂ କେଉଁ ଚ୍ୟାନେଲରେ ଏହାକୁ ଦେଖିପାରିବେ।

କେବେ ଖେଳାଯିବ:
୧୦ ଏପ୍ରିଲ(ଶନିବାର) ଏହି ମୁକାବିଲା ଖେଳାଯିବ।
କେତେବେଳେ ଖେଳାଯିବ:
ଶନିବାର ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ।
କେଉଁଠି ଖେଳାଯିବ:
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।
କେଉଁଠି ଦେଖିବେ:
ଦ୍ୱିତୀୟ ମୁକାବିଲା ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ବିଭିନ୍ନ ଚ୍ୟାନେଲରେ ଦେଖିପାରିବେ। ହିନ୍ଦି କମେଣ୍ଟ୍ରି ପାଇଁ ଷ୍ଟାର ସ୍ପୋଟ୍ସ ହିନ୍ଦିରେ ଆପଣ ମ୍ୟାଚ୍‌ ଦେଖିପାରିବେ।

Share