କେବେ ଓ କିଭଳି କରିବେ ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା? ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ନିରାକରଣକୁ ନେଇ ମତ ରଖିଛନ୍ତି। ସେଥିରେ କେଉଁ ପରିସ୍ଥିତିରେ କେଉଁ ବ୍ୟକ୍ତିଙ୍କ ପରୀକ୍ଷା ନେବା ଉଚିତ ବୋଲି ସେ କହିଛନ୍ତି। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ମନରେ ଅନ୍ୟପାଇଁ ଥିବା ଭଲପାଇବା ଏବଂ ନିଷ୍ଠା ବିଷୟରେ ଜଣାପଡେ। ବିଶେଷକରି ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା କେଉଁ ସମୟରେ କରିବା ଉଚିତ ତାହା ଆସନ୍ତୁ ଜାଣିବା:

ଚାକରଙ୍କୁ ଏଭଳି ପରଖିବେ:
ଚାକର ଯେତେବେଳେ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତା’ ଉପରେ ନଜର ରଖନ୍ତୁ। ତାଙ୍କୁ ଦିଆଯାଇଥିବା କାମ ସେ କେଉଁଭଳି କରୁଛନ୍ତି ତାହା ଦେଖନ୍ତୁ। ଟଙ୍କାପଇସା କ୍ଷେତ୍ରରେ କୌଣସି କପଟ କରୁ ନ ଥିବାକୁ ପରଖନ୍ତୁ ବୋଲି ଚାଣକ୍ୟ କହିଛନ୍ତି।

ବିପଦ ସମୟରେ ଭାଇଙ୍କ ପରୀକ୍ଷା ନିଅନ୍ତୁ:
ବିପଦ ବେଳେ ଆମକୁ ଭାଇ ନଚେତ ବନ୍ଧୁଙ୍କ ପରୀକ୍ଷା ନେବା ଉଚିତ। ଏହି ସମୟରେ ସେ ସାହାଯ୍ୟ କରୁଛନ୍ତି ନା କେବଳ ନାଟକ କରୁଛନ୍ତି ତାହା ପରଖନ୍ତୁ ବୋଲି ଚାଣକ୍ୟ କହିଛନ୍ତି।

ବିପଦ ବେଳେ ବନ୍ଧୁଙ୍କ ପରୀକ୍ଷା ନିଅନ୍ତୁ:
ଅନେକ ଲୋକ ଆମର ଭଲ ବନ୍ଧୁ ବୋଲି ଦାବି କରନ୍ତି। ହେଲେ ଏହା କେତେ ସତ କେତେ ମିଛ ତାହା ବିପଦ ବେଳେ ଜଣାପଡେ। କାରଣ କେବଳ ପ୍ରକୃତ ବନ୍ଧୁ ହିଁ ଆପଣଙ୍କ ସହ ବିପଦରେ ଛିଡ଼ା ହୋଇଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।

ପାଖରେ ଧନ ନ ଥିବା ବେଳେ ସ୍ତ୍ରୀଙ୍କୁ ପରଖନ୍ତୁ:
ଚାଣକ୍ୟଙ୍କ ଅନୁଯାୟୀ ପାଖରୁ ଧନ ଶେଷ ହୋଇଯିବା ପରେ ସ୍ତ୍ରୀଙ୍କ ପରୀକ୍ଷା କରିବା ଉଚିତ। ଟଙ୍କା ନ ଥିବା ବେଳେ ତାଙ୍କ ସ୍ବଭାବ ଓ ପ୍ରେମରେ ପରିବର୍ତ୍ତନ ଆସୁଛି କି ନାହିଁ ତାହା ଦେଖନ୍ତୁ।