Categories: ଖେଳ

ଆହତ ସତ୍ତ୍ୱେ ବୋଲିଂ କରିପାରିବ କି ବୋଲି ସାଇନିଙ୍କୁ ପଚାରିଥିଲେ ରାହାନେ, ମିଳିଥିଲା ଏଭଳି ଜବାବ

ନୂଆଦିଲ୍ଲୀ,୨୩।୧: ଆହତ କାରଣରୁ ବ୍ରିସବେନ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ନବଦୀପ ସାଇନି। ହେଲେ ଏତେ ବଡ଼ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନ ଥିଲେ ସେ। ଏଣୁ ସେ ଆହତ ଥିବା ସତ୍ତ୍ୱେ ୫ ଓଭର ବୋଲିଂ କରିଥିଲେ। ଏନେଇ ପ୍ରଶ୍ନ ପଚରାଯିବାରେ ସାଇନି କହିଛନ୍ତି, ଅନେକ ବର୍ଷର ଅପେକ୍ଷା ପରେ ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟରେ ଖେଳିବାର ସୁଯୋଗ ମିଳିଥିଲା। ସିଡନୀରେ ଡେବ୍ୟୁ ମ୍ୟାଚ୍‌ରେ ୪ ଉଇକେଟ ନେବା ପରେ ସାଇନି ଗାବା ଟେଷ୍ଟ ଖେଳିଥିଲେ। ହେଲେ ପ୍ରଥମ ପାଳିରେ ସେ ଆହତ ହୋଇଥିଲେ। ଫଳରେ ସେ ୭.୫ ଓଭର ବୋଲିଂ କରିପାରିଥିଲେ।  ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ବୋଲିଂ କରିପାରି ନ ଥିବାରୁ  ନିରୁତ୍ସାହିତ ହୋଇଥିଲେ। ତଥାପି ବୋଲିଂ କରିବାକୁ ଚାହୁଁଥିଲେ। ଏହି ସମୟରେ ଅଧିନାୟକ ରାହାନେ ତାଙ୍କୁ ଖେଳିପାରିବେ କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ହଁ କହିଥିବା ସେ କହିଛନ୍ତି।

Share