ଅମିତାଭଙ୍କ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ପୁଅ ଅଭିଷେକ: ଜିଦ୍‌ ଧରିଥିଲେ ଏକାଠି ଶୋଇବାକୁ

ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ଖାଲି ସେତିକି ନୁହେଁ, କଳାକାରଙ୍କ ସହ ଜଡିତ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ଏହାରି ମଧ୍ୟରେ ଅଭିଷେକ ବଚ୍ଚନଙ୍କ ସହ ଜଡିତ ଏକ ମଜାଳିଆ କଥା ଭାଇରାଲ ହେବାରେ ଲାଗିଛି। ଏହା ବାପା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମହାନ’ର ଶୁଟିଂ ସମୟର।
ଅଭିଷେକଙ୍କ ପ୍ରେମ ସମ୍ପର୍କ ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ରହିଛି। କିନ୍ତୁ ପ୍ରଥମ ଥର ଅଭିଷେକ ଯାହାକୁ ଭଲପାଇ ବସିଥିଲେ ସେ ହେଉଛନ୍ତି ବାପା ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜୀନତ ଅମାନ। ଏହା ହେଉଛି ସେହି ସମୟର କଥା ଯେତେବେଳେ ଅଭିଷେକ ମାତ୍ର ୭ ବର୍ଷର ହୋଇଥିଲେ।
୧୯୮୩ ମସିହାରେ ଅମିତାଭ ଜୀନତଙ୍କ ସହ ଫିଲ୍ମ ‘ମହାନ’ର ଶୁଟିଂ କରୁଥିଲେ। ଫିଲ୍ମର ଶୁଟିଂ ପ୍ରାୟ ଶେଷ ହୋଇଯାଇଥିଲା। ଶେଷ ଶିଡ୍ୟୁଲର ଶୁଟିଂ ନେପାଳଲ କାଠମାଣ୍ଡୁରେ ଚାଲିଥିଲା। ସ୍କୁଲ ଛୁଟି ଯୋଗୁ ଅଭିଷେକ ମଧ୍ୟ ବାପାଙ୍କ ସହ ଶୁଟିଂ ସେଟ୍‌କୁ ଯାଉଥିଲେ। ସେଠାରେ ଜୀନତଙ୍କ ସହ ଅଭିଷେକଙ୍କ ଭଲ ବନ୍ଧୁତ୍ୱ ହୋଇଯାଇଥିଲା। ଅଭିଷେକ ତାଙ୍କ ସହ ଅଧିକାଂଶ ସମୟ ବିତାଉଥିଲେ। ଏକଦା ଶୁଟିଂ ଶେଷ ହେବା ପରେ ଜୀନତ ହୋଟେଲରେ ନିଜ ରୁମ୍‌କୁ ଯିବାକୁ ବାହାରିବାରୁ ଅଭିଷେକ ତାଙ୍କ ସହ ଯିବାକୁ ଜିଦ୍‌ ଧରିଥିଲେ। ରାତି ଅଧିକ ହେଲାଣି ଏବେ ଶୋଇବା ସମୟ ହେଲାଣି ବୋଲି ଜୀନତ ଅଭିଷେକଙ୍କୁ ବୁଝାଇଥିଲେ। ତେବେ ଅଭିଷେକ ଜିଦ୍‌ ଧରିବସିଥିଲେ ସେ ଯେ ଜୀତନଙ୍କ ସହ ରାତିରେ ଶୋଇବେ। ବହୁତ ବୁଝାଇବା ପରେ ଶେଷରେ ଅଭିଷେଖ ବୁଝିଥିଲେ ଏବଂ ବାପାଙ୍କ ସହ ଯାଇଥିଲେ। ଏକ ସାକ୍ଷାତକାରରେ ଅଭିଷେକ କହିଥିଲେ ଯେ, ଜୀନତ ହେଉଛନ୍ତି ତାଙ୍କର ପ୍ରଥମ ପ୍ରେମ।

Share