Categories: ଖେଳ

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ ବହୁତ ଲୋକପ୍ରିୟତା ହାସଲ କରିସାରିଲେଣି। ଏବେ ଭାରତୀୟ ଦଳର ପ୍ରମୁଖ ବୋଲର୍‌ ଭାବେ ତାଙ୍କୁ ପରିଗଣିତ କରାଯାଉଛି। ହେଲେ ଜଣେ ପାକିସ୍ତାନୀ କ୍ରିକେଟର ଅଛନ୍ତି, ଯିଏ ବୁମ୍‌ରାଙ୍କ ସମାଲୋଚନା କରି ତାଙ୍କୁ ‘ବେବି ବୋଲର୍‌’ କହିଥିଲେ। ସେ ହେଲେ ଦଳର ପୂର୍ବ ଅଲରାଉଣ୍ଡର ଅବ୍‌ଦୁଲ ରଜ୍ଜାକ।

ପାକିସ୍ତାନ ପାଇଁ ୪୬ ଟେଷ୍ଟ, ୨୬୫ ଦିନିକିଆ, ୩୨ ଟି୨୦ ମ୍ୟାଚ୍‌ରେ ଖେଳିଛନ୍ତି ରଜ୍ଜାକ। ସେ କ୍ରିକେଟ ପାକିସ୍ତାନ ସହ ଆଲୋଚନା ବେଳେ ବୁମ୍‌ରାଙ୍କୁ ନେଇ କହିଥିଲେ ଯେ, ମୁଁ ଗ୍ଲେନ୍‌ ମେକ୍‌ଗ୍ରୋ ଏବଂ ଓ୍ବାଶିମ୍‌ ଅକ୍‌ରମ୍‌ଙ୍କ ଭଳି ବୋଲରଙ୍କ ବଲ୍‌ ଖେଳିଛନ୍ତି। ବୁମ୍‌ରା ତାଙ୍କ ପାଇଁ ‘ବେବି ବୋଲର୍‌’। ବିଶ୍ୱସ୍ତରୀୟ ବୋଲ୍‌ରଙ୍କୁ ଖେଳିବା ପରେ ବୁମ୍‌ରାଙ୍କ ବଲ୍‌ ଖେଳିବା ସାଧାରଣ କଥା ହୋଇଥାନ୍ତା। ଏପରିକି ବୁମ୍‌ରାଙ୍କ ଉପରେ ଚାପ ରହିଥାନ୍ତା ବୋଲି ସେ କହିଥିଲେ। ଏଭଳି ବୟାନ ଶୁଣିବା ପରେ ଭାରତୀୟ ପ୍ରଶଂସକମାନେ ରାଗି ଯାଇଥିଲେ।

Share