Categories: ଫୁରସତ

ସ୍ତ୍ରୀ ହେଲେ ଗର୍ଭବତୀ ସ୍ବାମୀ କରନ୍ତି ବିବାହ…

ଦେଶରେ ପୁରୁଷ ବହୁ ବିବାହ ନେଇ ନାନା ଆଲୋଚନା ଜାରି ରହିଛି। ତେବେ ରାଜସ୍ଥାନରେ ବାଡ଼ମେର ଜିଲାରେ ଦ୍ୱିତୀୟ ବିବାହ କରିବା ଏକ ପରମ୍ପରା ଭାବେ କେଉଁ ପୁରୁଣା କାଳରୁ ଚଳି ଆସୁଛି। ଏଠାରେ ଶାଶୁଘରକୁ ବୋହୂ ହୋଇ ଯାଉଥିବା କନିଆ ଜାଣିଥାନ୍ତି ଯେ, କିଛି ବର୍ଷ ପରେ ତାଙ୍କ ସ୍ବାମୀ ପୁଣି ନୂଆ କନିଆକୁ ଘରକୁ ଆଣିବେ। ଏଠାରେ ଥିବା ଦେରାସର ଗାଁରେ ପିଇବା ପାଣି ମିଳିବା କଷ୍ଟକର। ପାଣି ପାଇଁ ଘରର ମହିଳାଙ୍କୁ ପ୍ରତିଦିନ ୫ କିଲୋମିଟର ଯିବାକୁ ପଡ଼ିଥାଏ । ଏପରିସ୍ଥଳେ ସ୍ତ୍ରୀ ଗର୍ଭବତୀ ହେଲେ ସେ ବାହାରକୁ ଯାଇ ପାଣି ଆଣିବା ସମ୍ଭବ ହୋଇ ନ ଥାଏ। ତେଣୁ ସ୍ବାମୀ ବାଧ୍ୟ ହୋଇ ପୁଣିଥରେ ବିବାହ କରନ୍ତି। ନୂଆବୋହୂ ପ୍ରଥମ ସ୍ତ୍ରୀ ଗର୍ଭବତୀ ଥିବାରୁ ପାଣି ଆଣିବା କାମ କରନ୍ତି ସେହିପରି ଦ୍ୱିତୀୟ ସ୍ତ୍ରୀ ଗର୍ଭବତୀ ହେଲେ ପ୍ରଥମ ସ୍ତ୍ରୀ ଏହି କାମ ତୁଲାଇଥାନ୍ତି। ତେବେ ପରିବାରରେ ଦୁଇ ସଉତୁଣୀଙ୍କ ମଧ୍ୟରେ ପ୍ରାୟତଃ କୌଣସି ମନୋମାଳିନ୍ୟ ଘଟି ନ ଥାଏ ବୋଲି ଗାଁ ଲୋକେ କୁହନ୍ତି।

Share