ବିଶ୍ୱ ବଜାରରେ ଗହମ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ,୧୭।୫ ଭାରତ ସରକାରଙ୍କ ପକ୍ଷରୁ ଶନିବାର ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ସୋମବାର ବିଶ୍ୱ ବଜାରରେ ଏହାର ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ ହେବା ପରଠାରୁ ଗହମ ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳିଥିଲା। ଖାଦ୍ୟ ସୁରକ୍ଷାକୁ ନଜରରେ ରଖି ଭାରତ ସରକାର ଗହମ ରପ୍ତାନି ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ୟୁରୋପୀୟ ବଜାରରେ ସୋମବାର ଗହମ ଦର ଟନ୍‌ ପିଛା ୩୩୫ ୟୁରୋ (୪୫୩ ଡଲାର କିମ୍ବା ୩୫,୨୮୨.୭୩ ଟଙ୍କା)ରେ ପହଞ୍ଚିଛି। ପ୍ୟାରିସ୍‌ରେ ଗହମ ଦର ସୋମବାର ଟନ୍‌ ପିଛା ୫.୧% ବୃଦ୍ଧି ପାଇ ୪୩୧.୭୫ ୟୁରୋ (୪୫୦ ଡଲାର) ଏବଂ ଚିକାଗୋରେ ଏକ ବୁସେଲ୍‌ରେ ୫.୯% ବୃଦ୍ଧି ପାଇ ୧୨.୪୫୭ ଡଲାର ହୋଇଛି। ଏହା ପୂର୍ବରୁ ଏପ୍ରିଲରେ ଗହମର ହୋଲ୍‌ସେଲ୍‌ ଦରରେ ମଧ୍ୟ ୫%-୭% ବୃଦ୍ଧି ହୋଇଥିଲା। ସମୟ ପୂର୍ବରୁ ଅଧିକ ଗରମ ଅନୁଭୂତ ହେବା କାରଣରୁ ଏହା ଗହମ ଫସଲ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଫଳରେ ସରକାର ଚଳିତ ଆର୍ଥିକ ବର୍ଷରେ ଗହମ ଉତ୍ପାଦନ ପରିମାଣରେ ୫.୭% ହ୍ରାସ ହେବ ନେଇ ଅନୁମାନ କରାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ୧୧.୧୩ କୋଟି ଟନ୍‌ ଗହମ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ତାହା ୧୦.୫୦ କୋଟି ଟନ୍‌କୁ ହ୍ରାସ ପାଇଛି। ୨୦୨୧-୨୨ରେ ୧୦.୯୫ କୋଟି ଟନ୍‌ ଗହମ ଉତ୍ପାଦନ ହୋଇଥିଲା। ଫଳରେ ବିଶ୍ୱର ୨ୟ ସର୍ବାଧିକ ଗହମ ଉତ୍ପାଦନକାରୀ ଭାରତ ରପ୍ତାନି ଉପରେ କଟକଣା ଲଗାଇଛି। ଭାରତର ଏହି ନିଷ୍ପତ୍ତିକୁ ଜି-୭ ଦେଶଗୁଡ଼ିକ ପକ୍ଷରୁ ନିନ୍ଦା କରାଯାଇଥିଲା। ଏ ସମ୍ପର୍କରେ ଜି-୭ ଦେଶ ଜର୍ମାନର କୃଷିମନ୍ତ୍ରୀ କେମ୍‌ ଓଜଡେମିକର କହିଛନ୍ତି, ଦେଶଗୁଡ଼ିକ ରପ୍ତାନି ବନ୍ଦ କରିଦେଲେ ବିଶ୍ୱସ୍ତରରେ ସଙ୍କଟ ଦେଖା ଦେବ। ଜି-୨୦ ସଦସ୍ୟ ଭାବରେ ଭାରତ ନିଜ ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ ବୋଲି ଓଜଡେମିକ କହିଛନ୍ତି। ଅନ୍ୟପଟେ ଜି-୭ ଦେଶର ସମାଲୋଚନା ସତ୍ତ୍ୱେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ଚାଇନା। ଭାରତ ଭଳି ବିକାଶଶୀଳ ଦେଶକୁ ଦୋଷ ଦେଲେ ବିଶ୍ୱ ଖାଦ୍ୟ ସଙ୍କଟ ଦୂର ହେବନି ବୋଲି ଚାଇନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri