ବିଶ୍ୱ ବଜାରରେ ଗହମ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ,୧୭।୫ ଭାରତ ସରକାରଙ୍କ ପକ୍ଷରୁ ଶନିବାର ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ସୋମବାର ବିଶ୍ୱ ବଜାରରେ ଏହାର ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ ହେବା ପରଠାରୁ ଗହମ ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳିଥିଲା। ଖାଦ୍ୟ ସୁରକ୍ଷାକୁ ନଜରରେ ରଖି ଭାରତ ସରକାର ଗହମ ରପ୍ତାନି ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ୟୁରୋପୀୟ ବଜାରରେ ସୋମବାର ଗହମ ଦର ଟନ୍‌ ପିଛା ୩୩୫ ୟୁରୋ (୪୫୩ ଡଲାର କିମ୍ବା ୩୫,୨୮୨.୭୩ ଟଙ୍କା)ରେ ପହଞ୍ଚିଛି। ପ୍ୟାରିସ୍‌ରେ ଗହମ ଦର ସୋମବାର ଟନ୍‌ ପିଛା ୫.୧% ବୃଦ୍ଧି ପାଇ ୪୩୧.୭୫ ୟୁରୋ (୪୫୦ ଡଲାର) ଏବଂ ଚିକାଗୋରେ ଏକ ବୁସେଲ୍‌ରେ ୫.୯% ବୃଦ୍ଧି ପାଇ ୧୨.୪୫୭ ଡଲାର ହୋଇଛି। ଏହା ପୂର୍ବରୁ ଏପ୍ରିଲରେ ଗହମର ହୋଲ୍‌ସେଲ୍‌ ଦରରେ ମଧ୍ୟ ୫%-୭% ବୃଦ୍ଧି ହୋଇଥିଲା। ସମୟ ପୂର୍ବରୁ ଅଧିକ ଗରମ ଅନୁଭୂତ ହେବା କାରଣରୁ ଏହା ଗହମ ଫସଲ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଫଳରେ ସରକାର ଚଳିତ ଆର୍ଥିକ ବର୍ଷରେ ଗହମ ଉତ୍ପାଦନ ପରିମାଣରେ ୫.୭% ହ୍ରାସ ହେବ ନେଇ ଅନୁମାନ କରାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ୧୧.୧୩ କୋଟି ଟନ୍‌ ଗହମ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ତାହା ୧୦.୫୦ କୋଟି ଟନ୍‌କୁ ହ୍ରାସ ପାଇଛି। ୨୦୨୧-୨୨ରେ ୧୦.୯୫ କୋଟି ଟନ୍‌ ଗହମ ଉତ୍ପାଦନ ହୋଇଥିଲା। ଫଳରେ ବିଶ୍ୱର ୨ୟ ସର୍ବାଧିକ ଗହମ ଉତ୍ପାଦନକାରୀ ଭାରତ ରପ୍ତାନି ଉପରେ କଟକଣା ଲଗାଇଛି। ଭାରତର ଏହି ନିଷ୍ପତ୍ତିକୁ ଜି-୭ ଦେଶଗୁଡ଼ିକ ପକ୍ଷରୁ ନିନ୍ଦା କରାଯାଇଥିଲା। ଏ ସମ୍ପର୍କରେ ଜି-୭ ଦେଶ ଜର୍ମାନର କୃଷିମନ୍ତ୍ରୀ କେମ୍‌ ଓଜଡେମିକର କହିଛନ୍ତି, ଦେଶଗୁଡ଼ିକ ରପ୍ତାନି ବନ୍ଦ କରିଦେଲେ ବିଶ୍ୱସ୍ତରରେ ସଙ୍କଟ ଦେଖା ଦେବ। ଜି-୨୦ ସଦସ୍ୟ ଭାବରେ ଭାରତ ନିଜ ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ ବୋଲି ଓଜଡେମିକ କହିଛନ୍ତି। ଅନ୍ୟପଟେ ଜି-୭ ଦେଶର ସମାଲୋଚନା ସତ୍ତ୍ୱେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ଚାଇନା। ଭାରତ ଭଳି ବିକାଶଶୀଳ ଦେଶକୁ ଦୋଷ ଦେଲେ ବିଶ୍ୱ ଖାଦ୍ୟ ସଙ୍କଟ ଦୂର ହେବନି ବୋଲି ଚାଇନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri