Posted inଜାତୀୟ

୨ ଘଣ୍ଟା ହ୍ବାଟସଆପ୍‌ ସର୍ଭର ଡାଉନ : ମେଟାକୁ ଜବାବ ତଲବ କଲା ଆଇଟି ମନ୍ତ୍ରଣାଳୟ …

ନୂଆଦିଲ୍ଲୀ,୨୫।୧୦ : ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ହେବା ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ମେଟା ଠାରୁ ଏକ ରିପୋର୍ଟ ମାଗିଛି। ମଙ୍ଗଳବାର ଭାରତ ସମେତ ଅନେକ ଦେଶରେ ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍‌ ସର୍ଭର ମଧ୍ୟାହ୍ନ ୧୨ଠାଠାରୁ ଡାଉନ ହୋଇଯାଇଥିଲା। ଫଳରେ ୟୁଜର ହ୍ବାଟସଆପ୍‌ ମାଧ୍ୟମରେ ମେସେଜ ପଠାଇବାରେ ସକ୍ଷମ ହୋଇନଥିଲେ କିମ୍ବା କୌଣସି ମେସେଜ ମଧ୍ୟ ଆସୁ ନଥିଲା। ଅନେକ ୟୁଜର ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଲଗଇନ କରିବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ।

ୟୁଜରମାନେ ସେମାନଙ୍କର ପ୍ରୋଫାଇଲ ଫଟୋ ଏବଂ ସେମାନଙ୍କର ସୂଚନା ପରିବର୍ତ୍ତନ କରି ପାରି ନଥିଲେ।ଡାଉନଟାଇମ ସମୟରେ ମଧ୍ୟ ଫୋନ ନମ୍ବର ପରିବର୍ତ୍ତନ କରିବା ସମ୍ଭବ ନଥିଲା। ଚାଟ ହିଷ୍ଟ୍ରି ବ୍ୟାକଅପ କର ହୋଇ ନ ଥିଲା।

ଏହା ପରେ କମ୍ପାନୀ କହିଛି ଯେ ସେବାକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରାଯାଇଛି। ହ୍ବାଟସଆପ୍‌ ବ୍ୟତୀତ ଫେସବୁକ ଏବଂ ଇନଷ୍ଟାଗ୍ରାମର ମାଲିକ ଥିବା ମେଟାର ମୁଖପାତ୍ର କହିଛନ୍ତି ଯେ ଆମେ ଜାଣୁ ଯେ କିଛି ୟୁଜର ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯଥାଶୀଘ୍ର ସମସ୍ତଙ୍କ ପାଇଁ ହ୍ବାଟସଆପ୍‌ ପୁନରୁଦ୍ଧାର ପାଇଁ କାର୍ଯ୍ୟ ହୋଇଛି।

ଭାରତ ବ୍ୟତୀତ ପାକିସ୍ଥାନ, ଇଟାଲୀ ଏବଂ ତୁର୍କୀର ସୋସିଆଲ ମିଡିଆ ୟୁଜରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବ୍ରିଟେନରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟ ଏହା ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା।

ତେବେ ମଧ୍ୟ ହ୍ବାଟସଆପ୍‌ର ସମସ୍ତ ଫିଚରଗୁଡିକ ସ୍ବାଭାବିକ ଭାବରେ କାମ କରୁ ନଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri