Categories: ଜାତୀୟ

କର୍ମଚାରୀଙ୍କ ସହ ବିଚାରପତି ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬ା୨ – ଜୁନିୟର କର୍ମଚାରୀଙ୍କୁ ଆପତ୍ତିଜନକ ଓ ଅନୁପଯୁକ୍ତ ମେସେଜ କରିବା ଏବଂ ଫ୍ଲଟିଂ କରିବା ଗ୍ରହଣୀୟ ନୁହେଁ। ମଧ୍ୟ ପ୍ରଦେଶର ପୂର୍ବତନ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକାର ଶୁଣାଣି କରି ଏହା କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଉକ୍ତ ଯାଚିକାରେ ଜିଲା କୋର୍ଟ ବିଚାରପତିଙ୍କ ଉପରେ ଯୌନ ଉତ୍ପୀଡନା ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

ଜୁନିୟର ମହିଳା ଅଫିସରଙ୍କ ପକ୍ଷ ରଖିଥିବା ବରିଷ୍ଠ ଓକିଲ ରବୀନ୍ଦ୍ର ଶ୍ରୀବାସ୍ତବ ପୂର୍ବତନ ଜିଲା ଜଜ୍‌ ପଠାଇଥିବା ହ୍ବାଟ୍ସଆପ ମେସେଜ ପଢ଼ିଥିଲେ। ସମସ୍ତ ମେସେଜ ଶୁଣିବା ପରେ ମୁଖ୍ୟ ବିଚାରପତି ଏସ୍‌.ଏ. ବୋବଡେ କହିଥିଲେ, ଏହି ହ୍ବାଟ୍ସଆପ ମେସେଜଗୁଡ଼ିକ ଆପତ୍ତିଜନକ ଓ ଅନୁପଯୁକ୍ତ। ଜଣେ ଜଜ୍‌ ଜୁନିୟର ଅଫିସରଙ୍କ ପ୍ରତି ଏଭଳି ବ୍ୟବହାର କରିବା ଗ୍ରହଣୀୟ ନୁହେଁ। ମୁଖ୍ୟ ବିଚାରପତି ବୋବଡେ, ଏ. ଏସ୍‌. ବୋପାନ୍ନା ଓ ଭି. ରାମସୁବ୍ରଣିୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିଥିଲେ।

Share