ସ୍ମାର୍ଟଫୋନ ୟୁସର୍ଜଙ୍କୁ ଝଟକା: ଆଜିଠାରୁ ଚାଲିବନି ହ୍ବାଟସ୍‌ ଆପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧।୧: ନୂଆ ବର୍ଷ ଆରମ୍ଭ ହୋଇଛି। ବର୍ଷ ବଦଳିବା ସହିତ ଅନେକ ନିୟମ ମଧ୍ୟ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ କିଛି ଅଛି ଯାହା ପ୍ରତିବର୍ଷ ବଦଳିଥାଏ। ଏହିପରି ଗୋଟିଏ ନିୟମ ହ୍ବାଟସ୍‌ ଆପ ସହିତ ଜଡିତ । ବାସ୍ତବରେ, ପ୍ରତିବର୍ଷ କମ୍ପାନୀ ବହୁ ପୁରୁଣା ଡିଭାଇସ ଏବଂ ଆଣ୍ଡ୍ରଏଡ ଭର୍ସନରେ ଏହାର ସପୋର୍ଟ ବନ୍ଦ କରିଥାଏ। ଏହା ପଛରେ ଅନେକ କାରଣ ଅଛ। ଏହି ବର୍ଷ ଠାରୁ, କମ୍ପାନୀ ପୁରୁଣା ଅପରେଟିଂ ସିଷ୍ଟମ ସହିତ ସ୍ମାର୍ଟଫୋନ ପାଇଁ ସପୋର୍ଟ ବନ୍ଦ କରିଦେଇଛି । ଏହା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ।

ହ୍ବାଟସ୍‌ ଆପ ପାଇଁ ସପୋର୍ଟ ବନ୍ଦ କରିବା ଆଣ୍ଡ୍ରଏଡର ପୁରୁଣା ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ଯଦି କୌଣସି ଉପଭୋକ୍ତା ତଥାପି ଆଣ୍ଡ୍ରଏଡ୍ର କିଟ୍‌କାଟ ଭର୍ସନ ଚଳାଉଛନ୍ତି ତେବେ ସେ ଆଜିଠାରୁ ହ୍ବାଟସ ଆପ ବ୍ୟବହାର କରିପାରିବେ ନାହିଁ । ଏହି ଭର୍ସନ ପ୍ରାୟ ୧୦ ବର୍ଷ ପୂର୍ବେ ବାହାରିଥିଲା ଏବଂ ବର୍ତ୍ତମାନ ଏହା କମ୍ପାନୀର ଲାଟେଷ୍ଟ ଅପଡେଟ୍‌ ଏବଂ ଫିଚରଗୁଡିକୁ ସମର୍ଥନ କରେନାହିଁ। ଏହାର ଅର୍ଥ ହେଉଛି ଆଜିଠାରୁ ହ୍ବାଟସ ଆପର ସେବା ଏହି ଭର୍ସନରେ ବନ୍ଦ ହୋଇଯିବ। ସେବା ଜାରି ରଖିବାକୁ, ଆପଣଙ୍କୁ ଆଣ୍ଡ୍ରଏଡ ଭର୍ସନ ଅପଡେଟ କରିବାକୁ କିମ୍ବା ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ପଡିବ।

ହ୍ବାଟସ ଆପ ଏହି ଫୋନ ଗୁଡିକ ପାଇଁ ଜାନୁଆରୀ ୧, ୨୦୨୫ରୁ ସମର୍ଥନ ବନ୍ଦ କରି ଦେଇଛି…
ଏଲ୍‌ଜି- ଅପ୍ଟିମସ ଜି, ନେକ୍ସସ ୪, ଜି୨ ମିନି, ଏଲ୯୦
ସାମସଙ୍ଗ-ଗାଲାକ୍ସି ଏସ୍‌ ୩, ଗାଲାକ୍ସି ନୋଟ ୨, ଗାଲାକ୍ସି ଏସ୍‌୩ , ଗାଲାକ୍ସି ଏସ୪ ମିନି
ଏଚଟିସି- ଓ୍ବାନ X, ଓ୍ବାନ X +, ଇଜାୟର ୫୦୦, ଇଜାୟର ୬୦୧
ସୋନି- ଏକ୍ସପିରିଆ Z, ଏକ୍ସପିରିଆ SP, ଏକ୍ସପିରିଆ T, ଏକ୍ସପିରିଆ
ମୋଟରୋଲା- ମୋଟୋ ଜି, ରଜର HD, ମୋଟୋ ଇ ୨୦୧୪।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri