Categories: ଜାତୀୟ

‘ଦେଶ ନା ଧର୍ମ’ ଗୁରୁତ୍ୱପୂର୍ଣ୍ଣ କିଏ

ଚେନ୍ନାଇ,୧୦।୨: ଦେଶରେ ବଢ଼ୁଥିବା ଧାର୍ମିକ ଅସହଯୋଗ ଉପରେ ଉଦବେଗ ପ୍ରକାଶ କରି ମାଡ୍ରାସ ହାଇକୋର୍ଟ ଗୁରୁବାର ପ୍ରଶ୍ନ କରିଛନ୍ତି, କେଉଁଟା ବେଶୀ ଗୁରୁତ୍ୱପୂର୍ଣ୍ଣ ଦେଶ ନା ଧର୍ମ।

“ କିଛି ଶକ୍ତି ସ୍କୁଲ, କଲେଜର ଡ୍ରେସ କୋଡ୍‌ ସମ୍ବନ୍ଧୀୟ ବିବାଦ ସୃଷ୍ଟି କରିଛନ୍ତି ଏବଂ ଏହା ସମଗ୍ର ଭାରତରେ ବ୍ୟାପୁଛି। ହିଜାବ ପିନ୍ଧିବାକୁ ଇଚ୍ଛା ପ୍ରକଟ କରିବା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ଅନ୍ୟ କେହି ଟୋପି ପିନ୍ଧିବାକୁ କହିବେ। ଏହା ଗୋଟିଏ ଦେଶ ନା ଧର୍ମ ଦ୍ୱାରା ବିଭକ୍ତ ହୋଇଛି” ବୋଲି ଏକ ପିଆଇଏଲର ଶୁଣାଣି ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ଏସିଜେ) ଏମ୍‌ ଏନ୍‌ ଭଣ୍ଟାରୀ ଓ ଜଷ୍ଟିସ ଡି. ଭାରାଥା ଚକ୍ରବର୍ତ୍ତୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରକୁ ଇଙ୍ଗିତ କରି ଏସିଜେ କହିଛନ୍ତି, ବର୍ତ୍ତମାନ ଧର୍ମ ନାମରେ ଦେଶକୁ ବାଣ୍ଟିବାକୁ ଉଦ୍ୟମ କରାଯାଉଛି।

ତାମିଲନାଡୁ ଆଡଭୋକେଟ ଜେନେରାଲ ରଙ୍ଗରାଜନ ନରସିମାହାନ ଦାୟର କରିଥିବା ପିଆଇଏଲ୍‌ରେ ହିନ୍ଦୁ ଭକ୍ତଙ୍କ କ୍ଷେତ୍ରରେ କଡ଼ାକଡ଼ି ଭାବେ ଡ୍ରେସ୍‌ କୋଡ୍‌ ଲାଗୁ କରିବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ଯାହା ଫଳରେ ରାଜ୍ୟର କୌଣସି ମନ୍ଦିରରେ ଅଣହିନ୍ଦୁ ପଶି ପାରିବେ ନାହିଁ ଏବଂ ମନ୍ଦିର ପରିସରରେ ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେ ନାହିଁ। ଅଣ ହିନ୍ଦୁ ଓ ଡ୍ରେସ-କୋଡ୍‌ ନିୟମ ସମ୍ପର୍କରେ ମନ୍ଦିର ଦ୍ୱାରରେ ବୋର୍ଡ ଲଗାଇବାକୁ ସେ କହିଛନ୍ତି।

Share