Categories: ଜାତୀୟ

ଆଜି ଯାହା ବି କିଛି ହେଲା ତାହା ବିହାରବାସୀ ଏବଂ ଭାଜପା ସହ ବିଶ୍ୱାସଘାତକତା’

ପାଟନା,୯।୮: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ମଙ୍ଗଳବାର ଇସ୍ତଫା ଦେବା ପରେ ରାଜନୈତିକ ପାଣିପାଗ ସରଗରମ ରହିଛି। ଅପରାହ୍ନ ୪ରେ ରାଜ୍ୟପାଳଙ୍କୁ ଭେଟି ନୀତୀଶ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଭାଜପା ଏବଂ ଜେଡିୟୁର ମେଣ୍ଟ ସରକାର ଭାଙ୍ଗିଛି। ନୀତୀଶ ମଧ୍ୟ ନୂଆ ସରକାର ଗଠନ କରିବାକୁ ନେଇ ୧୬୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏହି ଘଟଣାରେ ଭାଜପାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବିହାର ଭାଜପା ଅଧ୍ୟକ୍ଷ ସଞ୍ଜୟ ଜୈସଓ୍ବାଲ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆମେ ଏକାଠି ୨୦୨୦ ନିର୍ବାଚନ ଲଢ଼ିଥିଲୁ। ଉଭୟ ଜେଡିୟୁ ଏବଂ ଭାଜପାକୁ ଜନାଦେଶ ମିଳିଥିଲା। ଆମେ ଅଧିକ ସିଟ୍‌ ଜିତିଥିଲେ ହେଁ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ଯାହା ବି କିଛି ହେଲା ତାହା ବିହାରର ଜନସାଧାରଣ ଏବଂ ଭାଜପା ସହ ବିଶ୍ୱାସଘାତକତା ବୋଲି ସେ କହିଛନ୍ତି। ଅପରପକ୍ଷେ ନୀତୀଶ କହିଛନ୍ତି, ସମସ୍ତ ଏମ୍‌ପି ଏବଂ ବିଧାୟକଙ୍କ ସହମତିରେ ଏନ୍‌ଡିଏ ଛାଡ଼ିବାକୁ ନିଷ୍ପତ୍ତି ନେଇଛୁ।

Share