ସାହିତି୍ୟକା ତଥା ସାମାଜିକ କର୍ମୀ ଉଷାରାଣୀ ମହାନ୍ତି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲାର ମହତପଲା ଗାଁରେ ମୋ ଜନ୍ମ। ଦଶମ ପଢିବାବେଳେ ମୋ ବାହାଘର ହୋଇଗଲା। ଶାଶୁଘର କାକଟପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ବ୍ରହ୍ମପୁରରେ ଚାକିରି କରୁଥିଲେ, ତେଣୁ ମୁଁ ଯାଇ ବ୍ରହ୍ମପୁରରେ ରହିଲି। ପାଠପଢା ପ୍ରତି ମୋର ଆଗ୍ରହ ଥିବା ଜାଣି ସ୍ବାମୀ ମୋତେ ପୁଣି ପାଠ ପଢିବାକୁ ସୁଯୋଗ ଦେଲେ। ତାଙ୍କରି ସହଯୋଗରେ ୧୯୭୧ରେ ମୁଁ ଏକାଦଶ ପାସ୍‌ କଲି। ତା’ପରେ ଛୁଆ ପିଲାଙ୍କ ଜଞ୍ଜାଳ ଭିତରେ ଆଉ ପଢି ପାରିଲି ନାହିଁ। ସ୍ବାମୀଙ୍କର ଚାକିରିରେ ବଦଳି ଯୋଗୁ କିଛିଦିନ ପୁରୀ, ତା’ପରେ ସମ୍ବଲପୁର ଆଉ ଯେବେ କଟକକୁ ଆମେ ଆସିଲୁ, ସେତିକିବେଳେ ମୋତେ କିଛିଟା ସମାଜସେବା କରିବାର ସୁଯୋଗ ମିଳିଥିଲା; ଯାହାକି ମୋତେ ବେଶ୍‌ ଆନନ୍ଦ ଦେଇଥିଲା। ଭୁବନେଶ୍ୱର ବଦଳି ହୋଇ ଆସିବା ପରେ ପ୍ରଥମେ ଆମେ କେତେଜଣ ମହିଳା ମିଶି ଏକ ମହିଳାସମିତି ଗଢିଲୁ ଆଉ ସେଠି ବିଭିନ୍ନ ପ୍ରକାରର ମସଲାଦ୍ରବ୍ୟ ତିଆରି କରି କେତେକ ହଷ୍ଟେଲକୁ ଯୋଗାଇଲୁ। ତା’ପରେ କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକଙ୍କ ସହ ମୋର ପରିଚୟ ହେଲା; ଯିଏକି ସେତେବେଳେ ଜନତା ଦଳର ଜଣେ ସଦସ୍ୟା ଥିଲେ। ତାଙ୍କରି ସହାୟତାରେ ମୁଁ ବି ଜନତା ଦଳର ଜଣେ ସଦସ୍ୟା ହୋଇଗଲି। ବାସ୍‌ ତା’ପରଠୁ ମୁଁ ସମାଜସେବା କ୍ଷେତ୍ରରେ ବେଶ୍‌ ସକ୍ରିୟ ରହିବାକୁ ଲାଗିଲି। ସମାଜସେବା ବ୍ୟତିତ କବିତା ଲେଖାରେ ରୁଚି ଥିବାରୁ ଅନେକ କବିତା ବି ଲେଖିଲି; ଯାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହେଲା। ଆଉ ଯେଉଁଥିପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ସ୍ବୀକୃତି ଓ ସମ୍ମାନ ମଧ୍ୟ ମିଳିଲା। ତେବେ ଏହି କବିତା ଲେଖା ପାଇଁ ଲେଖିକା ସଂସଦ ତରଫରୁ ମିଳିଥିବା ୧୦୦୦ ଟଙ୍କା ଓ ଏକ ସାଲ୍‌ର ଉପହାରକୁ ମୁଁ କେବେ ବି ଭୁଲି ବି ନାହିଁ। କାରଣ ଏହା ଥିଲା ମୋ ଜୀବନର ପ୍ରଥମ ପୁରସ୍କାର ରାଶି; ଯାହାର ଖୁସିକୁ ମୁଁ ମୋ ପରିବାର ଲୋକଙ୍କ ସାଙ୍ଗେ ବାଣ୍ଟିଥିଲି। କବିତା ଲେଖିବା ସହିତ ସେ ସମୟରେ ‘ନିୟନ୍ତା’ ନାମକ ଏକ ପତ୍ରିକାର ମଧ୍ୟ ମୁଁ ସମ୍ପାଦନା କରୁଥିଲି। କ୍ରମେ ମହିଳା ବ୍ୟାଙ୍କ୍‌ର ଡାଇରେକ୍ଟର, ଅଳକାର ଡାଇରେକ୍ଟର ତଥା ଓପୋଲ୍‌ଫେଡ୍‌ର ଡାଇରେକ୍ଟର ଭାବେ ବି କାମ କରିବାର ସୁଯୋଗ ପାଇଲି। କେବଳ ସେତିକି ନୁହେଁ, ଉତ୍କଳ ସମ୍ମିଳନୀର ଜଣେ ସଦସ୍ୟା ଭାବେ ୧୯୯୪ରେ ଯୋଗ ଦେଇଥିଲି ଆଉ ଏବେ ମୁଁ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଭାଇସ୍‌ ପ୍ରେସିଡେଣ୍ଟ ଅଛି। ଏହାଛଡ଼ା ମହିଳା ଦକ୍ଷତା ସମିତିର ଓଡିଶା ହେଡ୍‌, ବରିଷ୍ଠ ନାଗରିକ ମଞ୍ଚର ଏକ୍‌ଜିକ୍ୟୁଟିଭ୍‌ ମେମ୍ବର ତଥା ଭିମଟାଙ୍ଗିସ୍ଥିତ ଓ୍ବାର୍କ ଆସୋସିଏଶନ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଦାୟିତ୍ୱ ବି ମୁଁ ଏବେ ତୁଲାଉଅଛି। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ଆଗରୁ ନିୟମିତ ଭାବେ କବିତା ପାଠୋତ୍ସବରେ ଯୋଗ ଦେଉଥିଲି; କିନ୍ତୁ ଏବେ ବୟସ ହୋଇଯିବାରୁ ଆଉ ଯାଇପାରୁନି। ହେଲେ ସମାଜସେବା ସେମିତି ଜାରି ରହିଛି। କାରଣ ଏହା ମୋ ଜୀବନ। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଅସହାୟଙ୍କୁ ସାହାଯ୍ୟ କରିଚାଲିଥିବି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri