Posted inଫୁରସତ

ଗୋଟିଏ ମିନିଟ୍‌ ପାଇଁ ଗାଏବ ହୋଇଯିବ ସୂର୍ଯ୍ୟ? ଘୋଟିଯିବ ଅନ୍ଧାର, ଚାରିଆଡ ବୋହିବ ଲୁ’…

ଯଦି ସୂର୍ଯ୍ୟ ହଠାତ ଅନ୍ତର୍ଦ୍ଧାନ ହୋଇଯାଏ, ତେବେ ଏହାର ପରିଣାମ ପୃଥିବୀ ଓ ମାନବ ଜାତି ପାଇଁ ଭୟଙ୍କର ହେବ। ସୂର୍ଯ୍ୟ କେବଳ ଆଲୋକ ନୁହେଁ, ପୃଥିବୀର ଜୀବନର ମୂଳ ଶକ୍ତି ଉତ୍ସ। ଏହାର ଅନୁପସ୍ଥିତି ଜୀବନକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରିଦେବ। ଆପଣ କେବେ ଭାବିଛନ୍ତି କି ଯଦି ଆମର ସୂର୍ଯ୍ୟ, ଯିଏକି ଆମକୁ ଆଲୋକ ଏବଂ ଉତ୍ତାପ ପ୍ରଦାନ କରେ, ହଠାତ୍ ଗୋଟିଏ ମିନିଟ୍ ପାଇଁ ଗାଏବ ହୋଇଯାଏ ତେବେ ପୃଥିବୀରେ କଣ ହେବ?

ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ସୂର୍ଯ୍ୟ ହଠାତ୍ ଅଦୃଶ୍ୟ ହୋଇଯାଏ, ତେବେ ଏ ବାବଦରେ ହଠାତ୍ ଜାଣିହେବ ନାହିଁ। କାରଣ ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ୮.୫ ମିନିଟ୍ ସମୟ ଲାଗେ। ଅର୍ଥାତ୍, ଯଦି ଦିନରେ ବି ସୂର୍ଯ୍ୟ ଅଦୃଶ୍ୟ ହୋଇଯାଏ, ତଥାପି ଆମେ ୮.୫ ମିନିଟ୍ ପାଇଁ ଏହାର ଆଲୋକ ଦେଖିପାରିବା। ହଠାତ୍ ଯଦି ସୂର୍ଯ୍ୟ ଅଦୃଶ୍ୟ ହୋଇଯିବ ଏହାର ୮.୫ ମିନିଟ୍ ପରେ ଯାଇ ହିଁ ପୃଥିବୀରେ ଅନ୍ଧାର ଅନୁଭବ କରିହେବ। କିଛି ୟୁଜର କୁହନ୍ତି ଯଦି ସୂର୍ଯ୍ୟ ଗୋଟିଏ ମିନିଟ୍‌ ପାଇଁ ଗାଏବ ହୋଇଯିବେ ତେବେ କିଛି ଅନୁଭବ ହେବ ନାହିଁ କିମ୍ବା ସମସ୍ୟା ହେବ ନାହିଁ । ଦିନରେ ଏକ ମିନିଟ୍ ପାଇଁ ହଠାତ୍ ରାତି ହେବା ଭଳି ଲାଗିବ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ସୂର୍ଯ୍ୟ ଗୋଟିଏ ସପ୍ତାହ ପାଇଁ ଅଦୃଶ୍ୟ ହୁଏ, ତେବେ ଛୋଟ ଗଛଗୁଡ଼ିକ ମରିଯିବା ଆରମ୍ଭ କରିବେ। ପୃଥିବୀର ହାରାହାରି ତାପମାତ୍ରା ପ୍ରାୟ ଜିରୋ ଡିଗ୍ରୀ ବା ଶୂନ ଡିଗ୍ରୀକୁ ଖସିଆସିବ । ଆଉ ଧିରେ ଧିରେ ସବୁକିଛି ବରଫ ପାଲଟିବାକୁ ଲାଗିବ ।

ଅନ୍ୟପକ୍ଷରେ, ଯଦି ସୂର୍ଯ୍ୟ କିଛି ମାସ ପାଇଁ ଅଦୃଶ୍ୟ ହୁଏ ତେବେ ଆଲୋକ ସଂଶ୍ଳେଷଣ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ, ଯାହା ଫଳରେ ଗଛଗୁଡ଼ିକ ମରିଯିବା ଆରମ୍ଭ କରିବେ। ତଥାପି, ସୂର୍ଯ୍ୟକିରଣ ବିନା ମଧ୍ୟ ବଡ଼ ଗଛଗୁଡ଼ିକ କିଛି ଦଶନ୍ଧି ପର୍ଯ୍ୟନ୍ତ ବଞ୍ଚି ରହିପାରିବେ। କିଛି ମାସ ମଧ୍ୟରେ ସମୁଦ୍ରର ଉପର ସ୍ତର ଥଣ୍ଡା ହେବା ଆରମ୍ଭ ହେବ । କିନ୍ତୁ ସମଗ୍ର ସମୁଦ୍ରକୁ ଥଣ୍ଡା ହଜାର ହଜାର ବର୍ଷ ଲାଗିପାରେ।

ଅନ୍ୟପକ୍ଷରେ ଯଦି ସୂର୍ଯ୍ୟ ଶହେ କିମ୍ବା ଦୁଇ ଶହ ବର୍ଷ ପାଇଁ ଅଦୃଶ୍ୟ ହୁଏ, ତେବେ ପୃଥିବୀର ତାପମାତ୍ରା -୨୪୦ ଡିଗ୍ରୀ ସେଲସିୟସକୁ ଖସିଯିବ। ବାୟୁମଣ୍ଡଳ ନଷ୍ଟ ହୋଇଯିବ, କ୍ଷତିକାରକ ବିକିରଣ ପ୍ରବେଶ କରିବ ଏବଂ ପୃଥିବୀ ଶୂନ୍ୟ ହୋଇଯିବ। ମଣିଷ ତ ଛାଡ ଗଛ କିମ୍ବା କୌଣସି ଉଦ୍ଭିଦ ବି ବଞ୍ଚିବେ ନାହିଁ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri