Posted inଜାତୀୟ

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଶ୍ୟାଳୟ ଯାଉଥିବା ବ୍ୟକ୍ତି ‘ଗ୍ରାହକ’ ନୁହନ୍ତି, ସେକ୍ସ ଓ୍ବାର୍କର… 

ତିରୁବନନ୍ତପୁରମ୍‌,୧୨।୭: କେରଳ ହାଇକୋର୍ଟ ବେଶ୍ୟାବୃତ୍ତି ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତିଙ୍କୁ ‘ଗ୍ରାହକ’ କୁହାଯାଇପାରିବ ନାହିଁ। ଏହା ସହିତ ସେକ୍ସ ଓ୍ବାର୍କରଙ୍କୁ ‘ଉତ୍ପାଦ’ କିମ୍ବା ବସ୍ତୁ ଭାବେ ଅପମାନ କରିବାର କୌଣସି ଅଧିକାର ନାହିଁ। ଜଷ୍ଟିସ ଭି.ଜି. ଅରୁଣ କହିଛନ୍ତି ଯେ ଏହିପରି ବ୍ୟକ୍ତିମାନେ କେବଳ ସେବା ଗ୍ରହଣକାରୀ ନୁହଁନ୍ତି, ବରଂ ସେକ୍ସ ୱାର୍କରଙ୍କ ଶୋଷଣରେ ସାମିଲ ହୋଇଥାନ୍ତି। ଏହା ଦ୍ୱାରା ସେମାନେ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଇ ମାନବ ତସ୍କରୀ ଭଳି ଅପରାଧକୁ ବୃଦ୍ଧି କରୁଛନ୍ତି। ଏହି ନିଷ୍ପତ୍ତି ଅନୈତିକ ତସ୍କରୀ(ନିବାରଣ) ଆଇନ, ୧୯୫୬ (ITPA) ସହ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ଦିଆଯାଇଛି।
କେରଳ ହାଇକୋର୍ଟର ମତ ଅନୁଯାୟୀ, ବେଶ୍ୟାଳୟରେ ସେବା ନେଉଥିବା ବ୍ୟକ୍ତି ଗ୍ରାହକ ନୁହନ୍ତି। ‘ଗ୍ରାହକ’ ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ପ୍ରକୃତ ସାମଗ୍ରୀ କିମ୍ବା ସେବା କିଣିବାକୁ ପଡ଼େ, କିନ୍ତୁ ସେକ୍ସ ଓ୍ବାର୍କରମାନେ ଅଧିକାଂଶ ସମୟରେ ମାନବ ତସ୍କରୀ ମାଧ୍ୟମରେ ଏହି ଧନ୍ଦାରେ ଫସିଯାଇଥା’ନ୍ତି ଏବଂ ଅନ୍ୟମାନଙ୍କ ଶାରୀରିକ ସୁଖ ପୂରଣ ପାଇଁ ନିଜ ଶରୀର ବ୍ୟବହାର କରିବାକୁ ବାଧ୍ୟ ହୋଇଥା’ନ୍ତି। ଏହିପରି ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଉଥିବା ଟଙ୍କା ସେକ୍ସ ଓ୍ବାର୍କରଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ କାମ କରିବାକୁ ବାଧ୍ୟ କରେ, ଯାହା ମାନବ ତସ୍କରୀ ଭଳି ଅପରାଧକୁ ପ୍ରୋତ୍ସାହନ ଦିଏ।
ଅଦାଲତ କହିଛନ୍ତି ଯେ ସୁଖ ଚାହୁଁଥିବା ବ୍ୟକ୍ତି ଯେଉଁ ଟଙ୍କା ଦିଅନ୍ତି, ତାହାର ଏକ ବଡ଼ ଅଂଶ ବେଶ୍ୟାଳୟ ସଞ୍ଚାଳକଙ୍କୁ ଯାଇଥାଏ। ଏହି ଦେୟକୁ କେବଳ ସେକ୍ସ ଓ୍ବାର୍କରଙ୍କୁ ନିଜ ଶରୀର ଉପଲବ୍ଧ କରାଇବା ଏବଂ ଦେୟକାରୀଙ୍କ ଦାବି ଅନୁଯାୟୀ କାମ କରିବାକୁ ପ୍ରେରଣା କିମ୍ବା ବାଧ୍ୟ କରିବାର ମାଧ୍ୟମ ଭାବେ ଦେଖାଯାଇପାରେ। ଏହିପରି ଭାବେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତି ପ୍ରକୃତରେ ଟଙ୍କା ଦେଇ ତାଙ୍କୁ ବେଶ୍ୟାବୃତ୍ତି ଆଡ଼କୁ ଠେଲି ଦେଉଛନ୍ତି। ଏହି ନିଷ୍ପତ୍ତି ୨୦୨୧ ମସିହାର ଏକ ମାମଲାର ପ୍ରେକ୍ଷାପଟରେ ଆସିଛି।
ସୂଚନା ଥାଉ କି, ୨୦୨୧ ମସିହାରେ ତିରୁବନନ୍ତପୁରମର ପେରୋରକାଡ଼ା (କୁଡ଼ପ୍ପନାକୁନ୍ନୁ) ଅଞ୍ଚଳରେ ପୋଲିସ ଏକ ଘରେ ଚଢ଼ାଉ କରିିଥିଲା, ଯେଉଁଠାରେ ବେଶ୍ୟାବୃତ୍ତି ଚାଲୁଥିବା ଦେଖାଯାଇଥିଲା। ଯାଚିକାକାରୀ(ତୃତୀୟ ଅଭିଯୁକ୍ତ) ଜଣେ ମହିଳାଙ୍କ ସହ ଥିବା ବେଳେ ଅନ୍ୟ ଏକ କୋଠରୀରେ ଆଉ ଜଣେ ବ୍ୟକ୍ତି ଅନ୍ୟ ମହିଳାଙ୍କ ସହ ଥିବା ଦେଖାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ପ୍ରଥମ ଦୁଇ ଅଭିଯୁକ୍ତ ବେଶ୍ୟାଳୟ ଚଳାଉଥିଲେ, ମହିଳାମାନଙ୍କୁ ତସ୍କରୀ ମାଧ୍ୟମରେ ଆଣୁଥିଲେ ଏବଂ ଟଙ୍କା ସଂଗ୍ରହ କରୁଥିଲେ।
ଯାଚିକାକାରୀଙ୍କୁ ଅନୈତିକ ବ୍ୟାପାର ନିବାରଣ ଆଇନର ଧାରା ୩ (ବେଶ୍ୟାଳୟ ଚଳାଇବା), ୪ (ବେଶ୍ୟାବୃତ୍ତିର ଆୟରେ ଜୀବନଯାପନ), ୫(୧)(ଡି) (ବେଶ୍ୟାବୃତ୍ତି ପାଇଁ ପ୍ରେରଣା କିମ୍ବା ବାଧ୍ୟ କରିବା) ଏବଂ ୭ (ସାର୍ବଜନୀନ ସ୍ଥାନରେ କିମ୍ବା ନିକଟରେ ବେଶ୍ୟାବୃତ୍ତି) ଅଧୀନରେ ଗିରଫ କରାଯାଇଥିଲା। ଯାଚିକାକାରୀ ଦାବି କରିଥିଲେ ଯେ ସେ କେବଳ ‘ଗ୍ରାହକ’ ଥିଲେ ଏବଂ ପରିଚାଳନା କିମ୍ବା ସଞ୍ଚାଳନ ସହ ଜଡ଼ିତ ନ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?