Categories: ଜାତୀୟ

ଅଯୋଧ୍ୟାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୋଦିଙ୍କୁ ଉପହାରରେ କ’ଣ ଦେବେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ,୩୧।୭: ଆଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ଭୂମିପୂଜା କାର୍ଯ୍ୟକ୍ରମ ଅଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। ଏହି ସମୟରେ ମୋଦିଙ୍କୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଭଗବାନ କୋଦଣ୍ଡ ରାମଙ୍କ ଦେଢ଼ ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତି ଭେଟି ଦିଆଯିବ। ଏଥିସହ ଲବ ଓ କୁଶଙ୍କ ଏକ ସ୍ବତନ୍ତ୍ର ମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦିଙ୍କୁ ଉପହାରରେ ଦେବେ ବୋଲି ସୂଚନା ରହିଛି। ଦକ୍ଷିଣ ଭାରତର ଖ୍ୟାତ ଶିଳ୍ପୀକାରିଗର ଏମ୍‌. ରାମମୂତ୍ତି ଏହି ମୂର୍ତ୍ତି ନିର୍ମାଣ କରିଥିବା ଜଣାପଡ଼ିଛି। ରାମମୂର୍ତ୍ତିଙ୍କ ଏହି କଳା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିସାରିଛି।

Share