ଏଲିଅନ ପୃଥିବୀ ଉପରେ ଆକ୍ରମଣ କଲେ ମଣିଷଙ୍କ ହେବ କିଭଳି ଅବସ୍ଥା?…

ଓ୍ବାଶିଂଟନ,୨୮।୧ : ହଲିଉଡ ଚଳଚ୍ଚିତ୍ରରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ ଯେଉଁଠାରେ ଏଲଅନମାନେ ପୃଥିବୀ ଉପରେ ଆକ୍ରମଣ କରନ୍ତି। ହିରୋ ଏବଂ ତାଙ୍କ ଦଳ କିମ୍ବା ଆମେରିକୀୟ ସୈନ୍ୟ ଜଗତକୁ ବଞ୍ଚାଇବାରେ ସଫଳ ହୁଅନ୍ତି। କିନ୍ତୁ ଯଦି ଏଲିଅନମାନେ ପ୍ରକୃତରେ ମଣିଷଙ୍କ ଉପରେ ଆକ୍ରମଣ କରନ୍ତି ତେବେ କଣ ହେବ? ଆମେରିକାର ସୈନ୍ୟବାହିନୀ ବିଶ୍ୱକୁ ରକ୍ଷା କରିପାରିବ କି? ନିକଟରେ ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଏକ ବିବୃତ୍ତିରେ ଏହା ସ୍ପଷ୍ଟ କରିଛି ଆମେରିକା ଏଭଳି ଆକ୍ରମଣରୁ ନିଜକୁ ରକ୍ଷା କରିପାରିବ କି ନାହିଁ ତାହା ଅଜଣା।

ପୂର୍ବରୁ ୟୁଏଫଓ ଭାବରେ ଜଣାଶୁଣା ଅଜ୍ଞାତ ଆନାମୋର୍ଫିକ ଫେନୋମେନା (ୟୁଏପି) ର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଆମେରିକାର କ୍ଷମତାକୁ ବିଶ୍ଳେଷଣ କରିବା ପରେ ଏହି ବିବୃତ୍ତି ଦିଆଯାଇଛି। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଜୁଲାଇ ୨୦୨୨ରେ ସମାନ ମାମଲା ପାଇଁ ଅଲ ଡୋମେନ ଅନୋମାଲି ରିଜୋଲ୍ୟୁଶନ ଅଫିସ (ଆର୍‌ଓ) ଗଠନ କରିଥିଲା।

ବର୍ତ୍ତମାନ ଇନ୍ସପେକ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଦେଇଛି ଏଲିଅନଙ୍କ ଆକ୍ରମଣର ମୁକାବିଲା ପାଇଁ ଆମେରିକାର ପାଖରେ ପର୍ଯ୍ୟାପ୍ତ କ୍ଷମତା ନାହିଁ।

ବିବୃତ୍ତି ଅନୁଯାୟୀ, ଏଲିଅନମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କୌଣସି ବିପଦର ମୁକାବିଲା କରିବାକୁ ଡିଓଡି ସକ୍ଷମ ନୁହେଁ। ଏହା ସ୍ପଷ୍ଟ ଭାବରେ ସ୍ବୀକାର କରାଯାଇଛି ସାମରିକ ତଥା ଜାତୀୟ ନିରାପତ୍ତା ପ୍ରତି ଏପରି ବିପଦର ମୁକାବିଲା ପାଇଁ ଡିଓଡିର ଏକ ବିସ୍ତୃତ ଏବଂ ସମନ୍ବିତ ଆଭିମୁଖ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri