କ’ଣ ଆପଣ ବି ବ୍ୟାଙ୍କ ଆକାଉଣ୍ଟରେ ରଖୁନାହାନ୍ତି ମିନିମମ୍‌ ବାଲାନ୍ସ? ହୋଇପାରେ ବଡ଼ କ୍ଷତି, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୧୮।୧୦: ଯଦି ଆପଣଙ୍କ ସେଭିଂସ ଆକାଉଣ୍ଟରେ ମିନିମମ ବାଲାନ୍ସ ନାହିଁ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଖାତାରେ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ରାଶି ରଖିବାକୁ କୁହନ୍ତି। କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରନ୍ତି। ମିନିମମ ବାଲାନ୍ସ ନ ରଖିବା ଦ୍ୱାରା ଆପଣ ଅନେକ କ୍ଷତି ଭୋଗିପାରନ୍ତି, ଯେପରିକି ଜରିମାନା, ବ୍ୟାଙ୍କର ସୁବିଧା ନ ମିଳିବା ଏବଂ ଏପରିକି ଆକାଉଣ୍ଟ ବନ୍ଦ ହେବାର ସମ୍ଭାବନା। ଆସନ୍ତୁ ଆଜି ଆମେ ଜାଣିବା ସେଭିଂସ ବ୍ୟାଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ ନ ରଖିବାର କ’ଣ କ୍ଷତି ହୋଇପାରେ।

ଯଦି ଆପଣଙ୍କ ଖାତାରେ ନିର୍ଦ୍ଦିଷ୍ଟ ରାଶିଠାରୁ କମ ବାଲାନ୍ସ ରହୁଛି, ତେବେ ବ୍ୟାଙ୍କ ପ୍ରତି ମାସ ବା ତ୍ରୈମାସିକରେ ଜରିମାନା ଲଗାଇପାରେ। ଏହା ବ୍ୟତୀତ ମାଗଣା ଏଟିଏମ୍‌ ଟ୍ରାନଜାକସନ୍‌, ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ଚେକ୍‌ବୁକ ସର୍ଭିସ ଭଳି ସୁବିଧା କେବଳ ତେବେ ମିଳେ, ଯେତେବେଳେ ଆପଣ ମିନିମମ ବାଲାନ୍ସ ରଖନ୍ତି। ବାରମ୍ବାର ଜରିମାନା ଦେବା ଦ୍ୱାରା ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଯାହାଦ୍ୱାରା ଋଣ ବା କ୍ରେଡିଟ କାର୍ଡ ନେବା କଷ୍ଟକର ହୋଇପାରେ। ଲଗାତାର ମିନିମମ ବାଲାନ୍ସ ନ ରଖିବା ଦ୍ୱାରା ବ୍ୟାଙ୍କ ଆପଣଙ୍କ ଖାତାକୁ ନିଷ୍କ୍ରିୟ ବା ବନ୍ଦ ମଧ୍ୟ କରିପାରେ।

କାହିଁକି ଗୁରୁତ୍ୱପୂର୍ଣ୍ଣ ମିନିମମ ବାଲାନ୍ସ?
ବ୍ୟାଙ୍କକୁ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ଆକାଉଣ୍ଟ ମେଣ୍ଟେନ କରିବା ପାଇଁ ଖର୍ଚ୍ଚ କରିବାକୁ ପଡ଼େ। ମିନିମମ ବାଲାନ୍ସ ଦ୍ୱାରା ବ୍ୟାଙ୍କର ଆର୍ଥିକ ସ୍ଥିତି ମଜବୁତ ରହିଥାଏ ଏବଂ ଏହା ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିପାରେ। ଏହା ବ୍ୟତୀତ, ଆପଣ ବ୍ୟାଙ୍କର ୱେବସାଇଟ ବା ଆପ୍‌ରୁ ଆବଶ୍ୟକୀୟ ରାଶି ଜାଣିପାରିବେ, ଅନ୍ୟ ଖାତାରୁ ଅଟୋ ଡେବିଟ ସେଟ୍‌ କରିପାରିବେ ଏବଂ ଅନାବଶ୍ୟକ ଖର୍ଚ୍ଚ କମାଇ ବାଲାନ୍ସ ରଖିପାରିବେ। ଏହାର ଲାଭ ମିନିମମ୍‌ ବାଲାନ୍ସ ରଖିବା ଦ୍ୱାରା ଆପଣଙ୍କୁ କୌଣସି ଜରିମାନା ଦେବାକୁ ପଡ଼େ ନାହିଁ ଏବଂ ବ୍ୟାଙ୍କର ସମସ୍ତ ସୁବିଧା ମିଳିବ। ଏହା ସହିତ ଅଧିକ ବାଲାନ୍ସ ଥିଲେ ସୁଧ ମଧ୍ୟ ବଢ଼ିବ। ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଡେବିଟ-କ୍ରେଡିଟ କାର୍ଡ ଅଫର୍‌, ପର୍ସନାଲ ଲୋନ ଏବଂ ରିୱାର୍ଡ ପଏଣ୍ଟ ଭଳି ସୁବିଧା ମଧ୍ୟ ପ୍ରଦାନ କରନ୍ତି। ତେଣୁ ଆପଣଙ୍କ ଖାତାରେ ମିନିମମ୍‌ ବାଲାନ୍ସ ରଖିବା କେବଳ ଆବଶ୍ୟକୀୟ ନୁହେଁ, ବରଂ ଏହା ଏକ ଛୋଟ ଅଭ୍ୟାସ ଯାହା ଆପଣଙ୍କୁ ବଡ଼ କ୍ଷତିରୁ ବଞ୍ଚାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri