କ’ଣ ହେବ ମିଶନ ଶକ୍ତି ମହିଳାଙ୍କ ଭାଗ୍ୟ

ବାରିପଦା,୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବହୁମତ ପାଇ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତି ଜାରି ରଖିଛି। ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉକତ୍ଣ୍ଠା ଦେଖାଦେଉଛି। ବିଜେଡି ସରକାରରେ ଚାଲିଥିବା ଯୋଜନାଗୁଡ଼ିକ ବନ୍ଦ ହେବ ନା ଜାରି ରହିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ଜିଲାବାସୀ ରହିଛନ୍ତି। ଏପରିକି ଭାଜପାର ମିଶନ ସଫଳ ହେବା ପରେ ଜିଲାରେ ମିଶନ ଶକ୍ତିକୁ ନେଇ ଗ୍ରୁପର ସଦସ୍ୟାମାନେ ଚିନ୍ତାରେ ପଡ଼ିଛନ୍ତି। ୨୪ ବର୍ଷ ସରକାରରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ୱରାନ୍ବିତ କରାଯିବ କି ନୂଆ ଉପାୟ ଅବଲମ୍ବନ କରାଯିବ ତାହାକୁ ନେଇ ବିଚାର ବିମର୍ଷ ହେଉଛି।
ମୟୂରଭଞ୍ଜ ଜିଲାରେ ସବାଇଘାସ, ଶାଳପତ୍ର, ଜଙ୍ଗଲଜାତ ଦ୍ରବ୍ୟ, ମାଣ୍ଡିଆ, ଗୃହପାଳିତ ପ୍ରାଣୀ ପାଳନ ଭଳି ଅନେକ ବ୍ୟବସାୟ ଜରିଆରେ ମିଶନ ଶକ୍ତିର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଜିଲାରେ ମୋଟ ୪୭ ହଜାର ୧୭୫ ଗ୍ରୁପ ରହିଥିବା ବେଳେ ସଦସ୍ୟାଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୭୫୦ ରହିଛି। ବଡ଼ସାହି ବ୍ଲକ୍‌ରେ ୨୯୦୯, ବହଳଦାରେ ୧୧୮୦, ବାଙ୍ଗରିପୋଷିରେ ୧୭୦୮, ବାରିପଦାରେ ୧୯୫୦, ବେତନଟୀରେ ୨୦୭୫, ବିଜାତଳା ୧୦୧୪, ବିଶୋଇ ୧୧୦୫, ଜିବି ନଗର ୧୩୨୧, ଜାମଦାରେ ୯୦୯, ଯଶିପୁର ୧୪୪୨, କପ୍ତିପଦାରେ ୨୩୨୮, କରଞ୍ଜିଆରେ ୧୯୨୪, ଖୁଣ୍ଟାରେ ୧୨୦୭, କୁଳିଅଣାରେ ୧୪୮୯, କୁସୁମୀରେ ୧୨୬୮, ମୋରଡ଼ାରେ ୨୧୬୧, ରାସଗୋବିନ୍ଦପୁରରେ ୧୪୪୫, ରାଇରଙ୍ଗପୁର ୧୦୯୩, ରରୁଆଁରେ ୧୨୩୮, ସାରସକଣାରେ ୧୪୨୨, ଶାମାଖୁଣ୍ଟାରେ ୧୪୩୬, ଶୁକୃଳୀରେ ୧୦୦୨, ଶୁଳିଆପଦାରେ ୧୬୯୩, ଠାକୁରମୁଣ୍ଡାରେ ୧୬୭୯, ତିରିଂରେ ୮୫୫ ଓ ଉଦଳାରେ ୧୩୬୮ ଗ୍ରୁପ ରହିଛି। ଏହାକୁ ଅଧିକ ଶକ୍ତିଶାଳୀ ଓ ରୋଜଗାରକ୍ଷମ କରିବା ପାଇଁ ଜିଲାରେ ଡିଏଲଏଫ୍‌, ବିଏଲଏଫ୍‌, ଜିଏଲଏଫ୍‌ ଓ ବ୍ୟାଙ୍କ ମିତ୍ର ଭଳି ପଦବୀ ସୃଷ୍ଟି କରାଯାଇଥିଲା। ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା। ମିଶନ ଶକ୍ତିର ମହିଳାମାନଙ୍କୁ ପେନ୍‌ସନ୍‌ ଭତ୍ତା ଲାଗୁ କରିବାକୁ ବିଜେଡି ସରକାର ଘୋଷଣା କରିଥିଲା। ମାତ୍ର ଗ୍ରୁପକୁ ଠିକ୍‌ ଭାବେ ପରିଚାଳନା କରାଯାଉଥିବା ବେଳେ ସଭାପତି ଓ ସମ୍ପାଦକଙ୍କୁ ନେଇ ରାଜନୀତି କରିବା ଦଳ ପ୍ରତି ମହଙ୍ଗା ପଡିଲା ା ଫଳରେ ମିଶନ ଶକ୍ତି ବୋଲାଉଥିବା ମହିଳାଙ୍କ ଆଶୀର୍ବାଦ ଭାଜପା ପ୍ରତି ଲେଉଟି ଯାଇଥିଲା। ନୂଆ ସରକାର ଗଠନ ହେଲେ ମିଶନ ଶକ୍ତି ପାଇଁ ନିୟୋଜିତ କର୍ମଚାରୀ ସୁରକ୍ଷିତ ରହିବେ ନା ନୂଆ ମୋଡ଼ ନେବ ତାହା ଏବେ ସନ୍ଦେହ ଘେରରେ ରହିଛି। ସେହିପରି ଆହାର, ଲକ୍ଷ୍ମୀ ବସ୍‌ ଯୋଜନା, ଛାତ୍ର ବୃତି, ବିଏସ୍‌କେୱାଇ ଯୋଜନା ସବୁ ବନ୍ଦ ହେଲେ ନିୟୋଜିତ କର୍ମଚାରୀମାନେ ବେରୋଜଗାରକ୍ଷମ ହୋଇପଡିବେ ବୋଲି ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଭାଜପାର ଲକ୍ଷପତି ଦିଦି ସୃଷ୍ଟି କରିବାର ପ୍ରତିଶ୍ରୁତିକୁ ନେଇ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ଜଣାପଡିଛି। ତେବେ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ନା ବିକଳ୍ପ ଉପାୟ ଅବଲମ୍ବନ କରାଯିବ ତାହାକୁ ନେଇ ଅଲୋଚନା ହେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri