ଆମେରିକାରେ କମଳା ଜିତିଲେ ଭାରତର କି ହେବ ଲାଭ !

ୱାଶିଂଟନ, ୧୨।୮: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ କମଳା ହେରିସ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ମୂଳ ଭାରତୀୟ ତଥା ଆଫ୍ରିକୀୟ କମଳାଙ୍କୁ ପ୍ରାର୍ଥୀ କରି ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ ଭୋଟରଙ୍କୁ ଆକର୍ଷିତ କରିବାର ଉଦ୍ୟମ ଆରମ୍ଭ ହୋଇଛି। ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ଯଦି କମଳା ବିଜୟୀ ହୁଅନ୍ତି ତେବେ ଭାରତକୁ କେତେ ପରିମାଣର ଲାଭ ହେବ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଧାର୍ମିକ ଏକତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ କମଳା ଅଧିକ ଗୁରୁତ୍ୱ ଦେଇଥାନ୍ତି। ଦଳୀୟ ନୀତି ତାଙ୍କ ଆଗରେ ସର୍ବୋପରି ଥରେ ସେ ଭାରତୀୟ ବହିର୍ବ୍ୟାପାର ନୀତି  ଏବଂ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ  କଡ଼ା ସମାଲୋଚନା ମଧ୍ୟ କରିଥିଲେ। ଭାରତ ସହିତ ଭଲ ସମ୍ପର୍କ ରଖିବାକୁୁ ଚାହୁଁଥିବା କମଳା ଆମେରିକାକୁ କାମ କରିବାକୁ ଯାଉଥିବା ଭାରତୀୟଙ୍କ ଖୋଲା ବିରୋଧ ମଧ୍ୟ କରୁଛନ୍ତି। ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କେତେକ ନୀତିର କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ସହିତ କମଳାଙ୍କ ଅସହମତି ରହିଛି। ଦକ୍ଷିଣ ଭାରତୀୟ ଖାଦ୍ୟକୁ ପସନ୍ଦ କରୁଥିବା କମଳା ପ୍ରତିବର୍ଷ ତାମିଲନାଡୁରେ ଥିବା ତାଙ୍କ ସାନ ଭଉଣୀ ମାୟା ହେରିସଙ୍କ ପାଖକୁ ଛୁଟି ବିତାଇବା ପାଇଁ ଆସିଥାନ୍ତି। ଏହି ସମୟରେ ସେ ବହୁ ମନ୍ଦିରକୁ ପୂଜାର୍ଚ୍ଚନା ଲାଗି ଯାଇଥାନ୍ତି। ଜଣେ ମୂଳ ଭାରତୀୟ ହୋଇଥିବାରୁ ସେ ଗର୍ବିତ ଅନୁଭବ କରିଥାନ୍ତି। ତେବେ ତାଙ୍କର ବିଜୟ ଭାରତ ପାଇଁ ଶତପ୍ରତିଶତ ଶୁଭଫଳ ନେଇ ଆସିବାର ସମ୍ଭାବନା କମ୍‌ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri