କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….

ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ ଆଉ ଚରିତ୍ର ଭୂମିକାରେ ନିଖୁଣ ଅଭିନୟ ତାଙ୍କୁ ଓଡ଼ିଆ ସିନେ ଜଗତର ଜଣେ ଅଲ୍‌ରାଉଣ୍ଡର ଭାବେ ପରିଚିତି ଦେଇଥିଲା। ଆଉ ଛୋଟ ପରଦାରେ ବି ସେ ଥିଲେ ବେଶ୍‌ ଲୋକପ୍ରିୟ। ଓଡ଼ିଆ ସିନେମାରେ ୩୫ ବର୍ଷରୁ ଊର୍ଦ୍ଧ୍ୱ କାଳ ନିଚ୍ଛକ ଅଭିନୟ କରି ସୃଷ୍ଟି କରିଥିଲେ ସ୍ବତନ୍ତ୍ର ପରିଚୟ। ବିଶିଷ୍ଟ ଗାୟକ ଚିତ୍ତ ଜେନାଙ୍କ କନ୍ୟା ସଙ୍ଗୀତାଙ୍କୁ ସେ ଧର୍ମପତ୍ନୀ ଭାବେ ଗ୍ରହଣ କରିଥିଲେ। ତାଙ୍କ ବଡ଼ ପୁଅ ଅମ୍ଳାନ ଏବେ ଓଡ଼ିଆ ସିନେମାରେ ନିଜ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଏବେ ସେ ଅଫେରା ରାଇଜର ଯାତ୍ରୀ ସାଜିଛନ୍ତି ସତ କିନ୍ତୁ ତାଙ୍କ ଜୀବନ୍ତ ଅଭିନୟ ତାଙ୍କୁ ସ୍ମରଣୀୟ କରି ରଖିବ କାଳ କାଳକୁ।

 

ଛାତ୍ରନେତାରୁ ଅଭିନେତା
ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ବେଳଠୁ ସତେଯେମିତି ଅଭିନୟକୁ କ୍ୟାରିୟର କରିବା ଲାଗି ସେ ପଣ କରିନେଇଥିଲେ। ପରବର୍ତ୍ତୀ ସମୟରେ ରେଭେନ୍‌ସା କଲେଜରେ ପଢ଼ିବାବେଳେ ସେ କେତୋଟି ଡ୍ରାମାରେ ଅଭିନୟ କରି ସାଉଁଟିଥିଲେ ଅନେକ ପ୍ରଶଂସା। ପୁଣି ସେ ରେଭେନ୍‌ସା କଲେଜର ଡ୍ରାମାଟିକ୍‌ ସେକ୍ରେଟାରି ଭାବେ ବି ନିର୍ବାଚିତ ହୋଇଥିଲେ।
‘ସ୍କୁଲ ମାଷ୍ଟର’ରୁ ଆରମ୍ଭ
ଥରେ ମିହିର ଅଭିନୟ କରୁଥିବା ଏକ ନାଟକକୁ ଦେଖୁଥାଆନ୍ତି ବିଶିଷ୍ଟ ନିର୍ଦ୍ଦେଶକ ଗୋବିନ୍ଦ ତେଜ। ସତେଯେମିତି ଏକ ବଡ଼ ସୁଯୋଗ ମିହିରଙ୍କ ପାଇଁ ଅପେକ୍ଷା କରିଥିଲା। ଗୋବିନ୍ଦଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ ‘ସ୍କୁଲ ମାଷ୍ଟର’ରେ ବ୍ରେକ୍‌ ମିଳିଥିଲା ମିହିରଙ୍କୁ। ବାସ୍‌ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା ଜୀବନ। ଏହି ଫିଲ୍ମରେ ମିହିରଙ୍କ ବ୍ୟତୀତ ଉତ୍ତମ ମହାନ୍ତି ବି ଅଭିନୟ କରିଥିଲେ। ମିହିରଙ୍କ ଅଭିନୀତ ପ୍ରଥମ ସିନେମା ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା।
‘ଚାନ୍ଦର ଚାନ୍ଦିନୀ ପରି…’
ମିହିରଙ୍କୁ ନେଇ ଦୃଶ୍ୟାୟିତ ଗୀତଗୁଡ଼ିକ ମଧ୍ୟରୁ ଅନେକ ଦର୍ଶକାଦୃତ ହୋଇପାରିଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ମିହିର ଏବଂ ଅର୍ଚ୍ଚନା ଯୋଗଲେକରଙ୍କୁ ନେଇ ନିର୍ମିତ ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ସଂଯୋଜିତ ‘ଚାନ୍ଦର ଚାନ୍ଦିନୀ ପରି’, ‘ପାଇଛି ପାଇଛି ତୁମକୁ’, ଏ ଦୁନିଆ ଜାଣିଗଲା’, ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରର ‘ସୁଖ ଦୁଃଖ ଭରା ଦୁନିଆ’, ‘ଗରିବ ହାତରେ ମଣିଷ ଜୀବନ’, ‘ବସ୍ତ୍ର ହରଣ’ ଫିଲ୍ମର ‘ଷୋହଳରୁ ସତର ସତରରୁ ଅଠର’, ‘ରାଖୀ ବାନ୍ଧିଲି ମୋ ରଖିବ ମାନ’ ସିନେମାର ‘ଭାଇ ତତେ ମୋର ରହିଲା ରାଣ’, ‘ଫେରିଆ ମୋ ସୁନା ଭଉଣୀ’ ଏବଂ ‘ତୁ ଥା ମୁଁ ଯାଉଛି ରୁଷି’ର ଟାଇଟଲ ଗୀତ।
ମନେ ରହିବ ‘ପୁଅ ମୋର ଭୋଳାଶଙ୍କର’
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ମିହିରଙ୍କୁ ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ମିଳିଥିଲା। ଚାକର ଭୂମିକାକୁ ସେ ଏମିତି ଭାବରେ ନିଭାଇଥିଲେ, ଯାହା ତାଙ୍କ କ୍ୟାରିୟର ପାଇଁ ମାଇଲଷ୍ଟୋନ୍‌ ହୋଇଯାଇଥିଲା। ଏହି ଫିଲ୍ମରେ ତାଙ୍କର ନାୟିକା ସାଜିଥିଲେ ପ୍ରିୟଙ୍କା ମହାପାତ୍ର।

 

ଅଲ୍‌ରାଉଣ୍ଡର
ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ଧରି ଓଡ଼ିଆ ସିନେମାରେ ରାଜ୍‌ କରିଥିଲେ ମିହିର। ଶତାଧିକ ଚଳଚ୍ଚିତ୍ରରେ ସେ ଛାଡିଯାଇଛନ୍ତି ନିଜ ଅଭିନୟର ସ୍ବାକ୍ଷର। କେତେବେଳେ ନାୟକ ତ କେତେବେଳେ ଚରିତ୍ର ଅଭିନେତା। ପୁଣି ଖଳନାୟକ ଭାବରେ ସେ ମଧ୍ୟ ନିଜକୁ ପରିଚିତ କରାଇପାରିଥିଲେ। କେବଳ ସେତିକି ନୁହେଁ, ‘ରାଖୀ ବାନ୍ଧିଲି ମୋ ରଖିବ ମାନ’ ଚଳଚ୍ଚିତ୍ରରେ ଭାଇ ଭୂମିକା ଆଜି ମଧ୍ୟ ସିନେପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ତେବେ ଗତ କିଛିବର୍ଷ ଧରି ସେ ବାପା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଷ୍ଟେଶନ’ରେ ଉପରକୁ କଠୋର ଦେଖାଯାଉଥିବା ଜଣେ ବାପା ନିଜ ସନ୍ତାନଙ୍କ ପ୍ରତି କେତେ ଉଦାର ହୋଇପାରେ ତାହାର ନିଚ୍ଛକ ଅଭିନୟ ଦେଖିବାକୁ ମିଳିଥିଲା ମିହିରଙ୍କ ଭୂମିକାରେ।

 

ଏଠି ଇଲେକ୍‌ଶନ ବି କାକା କରେ ଆଉ ସିଲେକ୍‌ଶନ ବି…
ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ଏବଂ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ହିଟ୍‌ ସିନେମା ‘ଅଭିମନ୍ୟୁ’କୁ ମନେପକାନ୍ତୁ। ଏହି ସିନେମା ବିଷୟରେ ଆଲୋଚନା କଲେ ମନକୁ ସ୍ବତଃ ଚାଲିଆସିଥାଏ ଗ୍ୟାଙ୍ଗଷ୍ଟର ‘କାକା’ ଭୂମିକା। ଏପରି ରୋଲ୍‌ରେ ମିହିରଙ୍କ ଅଭିନୟକୁ ଭୁଲିବା ସହଜ ନୁହେଁ। କାରଣ ପୂର୍ବରୁ ରୋମାଣ୍ଟିକ୍‌ ନାୟକ ବ୍ୟତୀତ ଚରିତ୍ର ଅଭିନେତା ଭାବେ ଦର୍ଶକଙ୍କୁ ମତୁଆଲା କରିଥିବା ମିହିର ଏପରି ଭୂମିକାକୁ ସଫଳ କରି ନିଜକୁ ଜଣେ ଅଭିଜ୍ଞ ଖଳନାୟକ ରୂପେ ପରିଚିତ କରାଇପାରିଥିଲେ। ଏହି ଫିଲ୍ମରେ ତାଙ୍କର ଗେଟ୍‌ଅପ୍‌ ବ୍ୟତୀତ ଏକ ଡାଏଲଗ୍‌ ‘ଏଠି ଇଲେକ୍‌ଶନ ବି କାକା କରେ ସିଲେକ୍‌ଶନ ବି କାକା କରେ’ ବେଶ୍‌ ଚର୍ଚ୍ଚିତ କରିଥିଲା।

 

ଶେଷ ଇଚ୍ଛା ଥିଲା ମୃତ୍ୟୁଦିନ ଶୁଟିଂ ବନ୍ଦ ହେବନି
ମୋର ପ୍ରଥମ ସିନେମା ସାବିତ୍ରୀରେ ତାଙ୍କ ସହିତ ଅଭିନୟ କରିଥିଲି। ପ୍ରଥମ ରିଲିଜ୍‌ ଚଳଚ୍ଚିତ୍ର ‘ଜୀବନସାଥୀ’ ଏବଂ ପ୍ରଥମ ନିର୍ଦ୍ଦେଶିତ ସିନେମା ମଧ୍ୟ ତାଙ୍କ ସହିତ କରିଥିଲି। ତାଙ୍କର ଶେଷ ଇଚ୍ଛା ଥିଲା ଯେ, ସେ ମରିବା ଦିନ କୌଣସି ସ୍ଥାନରେ ଶୁଟିଂ ବନ୍ଦ ହେବନି।
-ଶ୍ରୀତମ ଦାସ, ଆର୍ଟିଷ୍ଟ ଆସୋସିଏସନ୍‌ର ସେକ୍ରେଟାରୀ

 

ଅଭିନେତା ନୁହେଁ ଜଣେ ଅନୁଷ୍ଠାନ ଥିଲେ
ମିହିର ଦାସ କେବଳ ଅଭିନେତା ନ ଥିଲେ। ଜଣେ ଅନୁଷ୍ଠାନ ଥିଲେ। ମୋ ଜୀବନର ପ୍ରଥମ ଚଳଚ୍ଚିତ୍ର ‘ତୁ ଏକା ଆମ ସାହାଭରସା’ରେ ସେ ନାୟକ ଭାବେ ଅଭିନୟ କରିଥିଲେ। ତାଙ୍କ କ୍ୟାରିୟରର ଅନେକ ମାଇଲଷ୍ଟୋନ ଚଳଚ୍ଚିତ୍ରରେ ମୁଁ ତାଙ୍କ ସହ କାମ କରିଛି।
-ପ୍ରେମ୍‌ ଆନନ୍ଦ ସାମଲ, ସଙ୍ଗୀତ ନିର୍ଦ୍ଦେଶକ

 

ଅତ୍ୟନ୍ତ ମର୍ମାହତ
କହିବାକୁ କିଛି ଭାଷା ନାହିଁ। ସେ ଜଣେ ଲୋକପ୍ରିୟ କଳାକାର ଥିଲେ, ସେ ମୋର ଭାଇ ଭଳି ଥିଲେ। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ।
-ଜୟୀରାମ ସାମଲ, ହାସ୍ୟାଭିନେତା

 

ଆମ ସମସ୍ତଙ୍କର ଆଇଡଲ୍‌
ମିହିର ସାର୍‌ ଆମ ସମସ୍ତଙ୍କର ଆଇଡଲ୍‌। ଏକା ସଙ୍ଗେ ୫ରୁ ୬ଟି ଚଳଚ୍ଚିତ୍ରରେ ସେ କାମ କରି ପାରନ୍ତି। ମତେ ସେ ଅପ୍‌ଡେଟେଡ୍‌ ମିହିର ଦାସ ବୋଲି କହୁଥିଲେ। ତାଙ୍କ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ। – ସବ୍ୟସାଚ୍ଚୀ ମିଶ୍ର, ଅଭିନେତା

 

କଳା ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହେଲା
ମିହିରଙ୍କ ବିୟୋଗରେ ଦର୍ଶକ ଜଣେ ପ୍ରତିଷ୍ଠିତ ଅଭିନେତାଙ୍କ ଅଭିନୟ ଦେଖିବାର ସୁଯୋଗରୁ ବଞ୍ଚିତ ହେଲେ। ଓଡ଼ିଶାର କଳା ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହେଲା।
-ରଞ୍ଜନ କୁମାର ଦାସ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ

 

 

ଝୁରୁଛି ମୟୂରଭଞ୍ଜ ମାଟି
ମୟୂରଭଞ୍ଜ ମାଟିର ଅନନ୍ୟ କଳାକାର ଥିଲେ ମିହିର ଦାସ। ବାରିପଦାରେ ବିତିଥିଲା ତାଙ୍କର ବାଲ୍ୟକାଳ। ବାରିପଦା ସହରର ଭଞ୍ଜପୁରଠାରେ ଜନ୍ମିତ ମିହିର ସାଙ୍ଗସାଥିଙ୍କ ସହ ବଜାରରୁ ଚଟ୍‌ପଟି ଖାଇବାକୁ ଅଧିକ ପସନ୍ଦ କରୁଥିଲେ। ଭଞ୍ଜପୁର ପୋଲିସ ଲାଇନ୍‌ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିବାବେଳେ ତାଙ୍କ ଭିତରେ ଥିବା ଅଭିନୟ କଳାର ଆଭାସ ମିଳିଥିଲା। ତତ୍କାଳୀନ ପ୍ରଧାନ ଶିକ୍ଷକ ସୁବାସ ହୋତା ତାଙ୍କୁ ଅଭିନୟ କରିବାକୁ ପ୍ରୋତ୍ସାହିତ କରିଥିଲେ। ‘ମଣି କାଞ୍ଚନ’ ନାଟକରେ ଜମିଦାର ପ୍ରତାପ କେଶରୀ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ମିହିର। ଆଉ ସେବେଠାରୁ ଅଭିନୟ ପ୍ରତି ତାଙ୍କର ବଢ଼ି ଯାଇଥିଲା ମମତା। ଭଞ୍ଜପୁର ହାଇସ୍କୁଲରେ ପଢୁଥିବା ବେଳେ ସାଙ୍ଗସାଥିଙ୍କ ସହ ମିଶି ରକ୍ସି ସିନେମା ହଲ୍‌କୁ ଯାଉଥିଲେ। ଛାତ୍ର ଜୀବନରେ ଗଧ ନାଚ ଦେଖିବାକୁ ଯାଇ ଗଧଠାରୁ ଲାତ ଖାଇବା ବହୁ ସମୟରେ ଚର୍ଚ୍ଚା ହୋଇଥାଏ। ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ କଳାକାର ମିହିରଙ୍କ ପାଇଁ ସାରା ଜିଲାବାସୀଙ୍କର ଥିଲା ଅସୀମ ଶ୍ରଦ୍ଧା। ଆଜି ମିହିରଙ୍କ ବିୟୋଗରେ ମର୍ମାହତ ଜିଲାବାସୀ ତାଙ୍କୁ ଝୁରି ହେଉଛନ୍ତି। -ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri