ଆଲମାରୀରେ କ’ଣ ରଖିଲେ ଶୁଭ, କେଉଁଠି ରଖିବେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଯଦି ଠିକ୍‌ ଦିଗରେ ଟଙ୍କା, ସୁନା ରଖାଯାଉଥିବା ଆଲମାରୀ ରଖା ନ ଯାଏ ତା’ହେଲେ ଆମଦାନୀ ତୁଳନାରେ ଖର୍ଚ୍ଚ ଅଧିକ ହୋଇଥାଏ। ତେଣୁ କେଉଁଠି ରଖିବେ ଏହାକୁ ଜାଣନ୍ତୁ ସେ ସମ୍ପର୍କରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗ ହେଉଛି ଭଗବାନ କୁବେରଙ୍କର ଆବାସସ୍ଥଳୀ। ତେଣୁ ଏହି ଦିଗରେ ଆଲମାରୀ ରଖିବା ଶୁଭ ହୋଇଥାଏ।

* ଆଲମାରୀକୁ କେବେ ବି ଖାଲି ରଖିବା ଠିକ୍‌ ନୁହେଁ। ସେଥିରେ ଅଳ୍ପ କିଛି ହେଉ ପଛକେ ଟଙ୍କା ରଖିବା ଦରକାର। ତା’ସହିତ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀଙ୍କର ଫଟୋ ହେଉ କିମ୍ବା ମୂର୍ତ୍ତି ଅଥବା ରୁପାର ଏକ ଛୋଟ କଳସକୁ ଆଲମାରୀରେ ରଖିବା ଶୁଭଫଳ ଦେଇଥାଏ।

* ଧ୍ୟାନ ରଖିବେ, ଆଲମାରୀ ଯେଉଁ ଘରେ ଅଛି ସେହି ଘରେ ଯେପରି ଗୋଟିଏ ପ୍ରବେଶ ଦ୍ୱାର ଥିବ, ସେ ପୁଣି ଦୁଇଫାଳ ହୋଇ ଖୋଲୁଥିବ; ଯଦ୍ଦ୍ବାରା ଘରେ ଅଯଥା ଖର୍ଚ୍ଚ ଆଉ ବେଶି ହେବନି।

* ଯେଉଁ ଆଲମାରୀର ଗୋଡ଼ ନ ଥାଏ, ସେଥିରେ ଟଙ୍କା, ପଇସା ରଖିବା ଠିକ୍‌ ନୁହେଁ।

* ଆଲମାରୀରେ କୁବେର ଯନ୍ତ୍ର ହେଉ ଅବା କିଛି ରୁପା କଏନ୍‌ ରଖିବା ବି ଶୁଭ ହୋଇଥାଏ।

* ଆଲମାରୀ ଥାକରେ ନାଲି ହେଉ ଅବା ସୁନେଲି ରଙ୍ଗର କପଡ଼ା ପକାଇବା ଶୁଭ। କାରଣ ଏହି ଦୁଇଟି ରଙ୍ଗ ମାତା ଲକ୍ଷ୍ମୀଙ୍କର ଭାରି ପ୍ରିୟ।