କ’ଣ ଖାଇବାକୁ ଭଲ ପାଆନ୍ତି ଭାଇଜାନ, ଜାଣନ୍ତି…

ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ସହ ଜଡିତ ପ୍ରତ୍ୟେକ ଖବର ବିଷୟରେ ଜାଣିବା ପାଇଁ ତାଙ୍କ ପ୍ରଶଂସକ ଆଗଭର ହୋଇଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ ପ୍ରତ୍ୟେକ କଥା ଜାଣିବାକୁ ଚାହାନ୍ତି। ଉଭୟ ଶାହାରୁଖ ଏବଂ ସଲମାନଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ନୂଆ କଥା ସାମ୍ନାକୁ ଆସିଛି। ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନ କହିଛନ୍ତି ଯେ, ଶାହାରୁଖ ଖାନ ଏବଂ ସଲମାନ ଖାନ କ’ଣ ଖାଇବାକୁ ପସନ୍ଦ କରନ୍ତି?

ଡିସକଭରି ଚ୍ୟାନେଲରେ ପ୍ରସାରିତ ଶୋ ଷ୍ଟାର୍‌ ବନାମ ଫୁଡ ସିଜନ ୨ ରେ ଫରାହ ଖାନ ସଲମାନ ଏବଂ ଶାହାରୁଖଙ୍କ ଖାଦ୍ୟ ଅଭ୍ୟାସ ବିଷୟରେ କହିଛନ୍ତି। ଏହି ଶୋ’ରେ ଫରହ ଖାନଙ୍କ ସହ ଅରବାଜ ଖାନ, ଅନିଲ କପୁର ମଧ୍ୟ ନଜର ଆସିଥିଲେ। ଷ୍ଟାର୍‌ ବନାମ ଫୁଡ ସିଜନ ୨ ର ଏକ ଏପିସୋଡରେ ଅନିଲ କପୁର ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା ପରେ ଅନିଲ ଫରାହଙ୍କୁ ଶାହାରୁଖ ଏବଂ ସଲମାନଙ୍କ ଖାଦ୍ୟ ବିଷୟରେ ପଚାରିଥିଲେ। ଫରାହ ଖାନ କହିଥିଲେ ଯେ, ‘ସଲମାନ ଖାନ ହେଉଛନ୍ତି ଏକମାତ୍ର ଅଭିନେତା ଯିଏ ସବୁକିଛି ଖାଇଥାନ୍ତି। ମୁଁ ଶାହାରୁଖଙ୍କ ସହ ଦୀର୍ଘ ସମୟ ଧରି କାମ କରିସାରିଛି । ସେ ତନ୍ଦୁରି ଚିକେନ ଖାଇବାକୁ ପସନ୍ଦ କରନ୍ତି, ସେ ଭାତ କିମ୍ବା ରୁଟି ଖାଆନ୍ତି ନାହିଁ । ମୁଁ ସଲମାନଙ୍କୁ ବିରିୟାନି, ଛୋଲେ ଏବଂ ଭାତ ଖାଉଥିବା ଦେଖିଛି। ଏହା ତାଙ୍କର ବହୁତ ପସନ୍ଦ।

Share