ସକାଳୁ କ’ଣ କରିବା ଶୁଭ

କୁହାଯାଏ, ଯେଉଁଠାରେ ନକାରାତ୍ମକ ଊର୍ଜ୍ଜା ରହିଥାଏ, ସେଠାରେ କେବେ ବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ କି ସେଠି କୌଣସି ଉନ୍ନତି ହୋଇ ନଥାଏ। ତେଣୁ ବାସ୍ତୁଶାସ୍ତ୍ରରେ ଏମିତି କିଛି ସରଳ ଉପାୟ କୁହାଯାଇଛି, ଯାହାକୁ ପ୍ରତିଦିନ ସକାଳୁ ଉଠିବା ପରେ କଲେ ଅନେକ ଶୁଭଫଳ ମିଳିଥାଏ…
* ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ ବୋଲି ବିଶ୍ୱାସ ରହିଛି।
* ସେହିପରି ପ୍ରତିଦିନ ସକାଳେ ଠାକୁର ପୂଜା କରି ସାରିବା ପରେ କିଛି ହଳଦୀ ମିଶା ପାଣି ନେଇ ଦାଣ୍ଡଦୁଆରେ ଛିଞ୍ଚତ୍ଦେଲେ ନକାରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରକୁ ମା’ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।
* ସକାଳେ କୌଣସି କାମରେ ଘରୁ ବାହାରିବା ପୂର୍ବରୁ ମୁଖ୍ୟଦ୍ୱାରରେ ସ୍ବସ୍ତିତ ଚିହ୍ନ କରି ତାକୁ ଦେଖିକି ଗଲେ ଶୁଭ ହୁଏ। ଘରେ ପ୍ରତିଦିନ ସ୍ବସ୍ତିକ ପୂଜା କରିବା ବି ଶୁଭଫଳ ଦେଇଥାଏ।
* ସକାଳୁ ଉଠିବା ପରେ ଅଇଁଠା ବାସନ ଦେଖିବା ବି ଆଦୌ ଶୁଭ ନୁହେଁ। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନକୁ ମାଜିଦେବା ଉଚିତ୍‌। ନଚେତ୍‌ ମା’ ଲକ୍ଷ୍ମୀ ରୋଷ କରିଥାନ୍ତି ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
* ଯଦି କୌଣସି କାରଣ ବଶତଃ ଅଇଁଠା ବାସନ ରାତିରେ ଧୋଇ ପାରି ନାହାନ୍ତି, ତା’ହେଲେ ତାକୁ ସେମିତି ନ ରଖି ଖାଲି ପାଣିରେ ଥରେ ଧୋଇ ଦେଇକି ରଖିଦେବେ। ସକାଳୁ ଉଠି ପ୍ରଥମେ ତାକୁ ମାଜି ସଫା କରିଦେବେ।