Categories: ଫୁରସତ

୬ ମାସ ଧରି ଯୁବକଙ୍କ ପେଟ ହେଉଥିଲା ଦରଜ, ଏକ୍ସ-ରେ ସମୟରେ ଡାକ୍ତର ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକଙ୍କ ପେଟ ୬ ମାସ ଧରି ଦରଜ ହେଉଥିଲା। ଚିକିତ୍ସା ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଡାକ୍ତର ତାଙ୍କର ପରୀକ୍ଷା ନିରୀକ୍ଷା କଲେ ସେତେବେଳେ ପେଟ ଭିତରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହେଲେ।

୩୩ ବର୍ଷୀୟ ଜଣେ ଯୁବକଙ୍କ ପେଟ ଦରଜ ହେବାରୁ ସେ ଅସଓ୍ବାନ ୟୁନିଭର୍ସିଟି ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ଏକ୍ସ-ରେ କରିବାରୁ ପେଟ ଭିତରେ ଏକ ମୋବାଇଲ ରହିଥିବା ଦେଖିଥିଲେ। ଯେଉଁଥିପାଇଁ ତାଙ୍କ ପେଟ ଦରଜ ହେଉଥିଲା। ଖାଇବା ପିଇବାରେ କଷ୍ଟ ହେଉଥିଲା। କିଛିଦିନ ଭିତରେ ତାଙ୍କୁ ବହୁତ ଯନ୍ତ୍ରଣା ହେଲା। ଫଳରେ ତାଙ୍କର ଅପରେଶନର ଆବଶ୍ୟକତା ପଡ଼ିଲା।

ଯୁବକ ଜଣକ ନିଜେ ଜାଣି ନ ଥିଲେ ମୋବାଇଲ ତାଙ୍କ ପେଟ ଭିତରକୁ କେମିତି ଯାଇଥିଲା। ଡାକ୍ତର କହିବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ପେଟ ଭିତରୁ ନୋକିଆ ୩୩୧୦ ମଡେଲର ଏକ ମୋବାଇଲ ବାହାରିଥିଲା। ତେବେ ସୁରକ୍ଷିତ ଭାବରେ ତାଙ୍କର ଅପରେଶନ କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଅଲୀ ଦହଶାରୀ କହିଛନ୍ତି ଯୁବକ ଜଣ ଏବେ ସୁସ୍ଥ ଅଛନ୍ତି।

Share