କିସମ ବଦଳାଇ କାରବାର

ଢେଙ୍କାନାଳ ଅଫିସ, ୨୮।୮ କିସମ ବଦଳାଇ ଦେଲେ ଅନେକ ଗୁଣ ବଢ଼ିଯାଉଛି ଜମି ମୂଲ୍ୟ। ଥରେ କାଗଜପତ୍ରରେ ମୋହର ବାଜିଗଲେ କୋଟି କୋଟି ଟଙ୍କାର ବେଆଇନ କାରବାର କରିବାକୁ ଫିଟିଯାଉଛି ବାଟ। ଏଥିଲାଗି ଅନେକ ଫନ୍ଦି, ଫିକର, କାରସାଦି। ଜମିଦଲାଲ ଏବଂ ଅଧିକାରୀଙ୍କ ମଧ୍ୟରେ ହୋଇଛି ଅସାଧୁ ମେଣ୍ଟ। ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏଭଳି ଦୁର୍ନୀତି କରାଯାଉଥିବାରୁ ଅଭିଯୁକ୍ତ ଧରାପଡୁନାହାନ୍ତି। ଢେଙ୍କାନାଳ ସଦର ତହସିଲରେ ଜଳାଶୟ ଜମିର କିସମ ବଦଳାଇ ଶାରଦ କରାଯିବା କେବଳ ଗୋଟିଏ ଘଟଣା ନୁହେଁ, ଖୋଜିଲେ ଏଭଳି ଅନେକ ମାମଲା ବାହାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଢେଙ୍କାନାଳ ସଦର ତହସିଲ ଅଞ୍ଚଳରେ ୫ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଜମି କିସମ ବଦଳାଯାଉଛି। ଜମି ମାଫିଆଙ୍କଠାରୁ ମୋଟା ରକମର ଅର୍ଥ ନେଇ କାର୍ଯ୍ୟାଳୟର କେତେଜଣ କର୍ମଚାରୀ ଏହି କାମକୁ ଅତି ସତର୍କତାର ସହିତ କରୁଛନ୍ତି। ୨୦ ବର୍ଷ ପୁରୁଣା ଫାଇଲ ଯାଞ୍ଚ କଲେ ଜମି କିସମ ବଦଳାଇବାଠାରୁ ଆରମ୍ଭ କରି ଅନେକ ବଡ଼ ଦୁର୍ନୀତି ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଅନ୍ୟପଟେ ଜଳାଶୟ କିସମ ପରିବର୍ତ୍ତନ ଘଟଣା ସାମ୍ନାକୁ ଆସିବା ପରେ ଏଭଳି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଦର ବ୍ଲକ ଗୋବିନ୍ଦପୁର ଫାଣ୍ଡି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଜଣେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବ୍ୟକ୍ତିଙ୍କ ଜମିକୁ ଚଞ୍ଚକତା କରି କିଣାଯାଇଛି। ନଡିଆଳୀ ଅଞ୍ଚଳରେ ମଧ୍ୟ ଏକ ସରକାରୀ ଜମି ଜବରଦଖଲରେ ଥିବାବେଳେ ଏହାକୁ ହାତେଇ ନେବାକୁ ଯୋଜନା କରାଯାଉଛି। ଏ ବିଷୟରେ ସବୁଜାଣି ତହସିଲ ପ୍ରଶାସନର ନୀରବତା ଆଲୋଚନାର ବିଷୟ ହୋଇଛି।
ଅନ୍ୟପଟେ ଢେଙ୍କାନାଳ ସହର ସାନଷାଠିଏବାଟିଆ ମୌଜାର ଜଳାଶୟ କିସମ ପରିବର୍ତ୍ତନ କରାଯାଇଥିବା ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଅଫିସର ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ସନ୍ଧ୍ୟା ୬ଟାରେ ତହସିଲ କାର୍ଯ୍ୟାଳୟରେ ଏକ ରୁଦ୍ଧ ଦ୍ୱାର ବୈଠକ ବସି ତନାଘନା ଚାଲିଛି। ତହସିଲଦାରଙ୍କୁ ଡାକି ଜିଲାପାଳ ଏବଂ ଉପଜିଲାପାଳ ଆଲୋଚନା କରିଛନ୍ତି। ଜମି ଦୁର୍ନୀତିର ନିରପକ୍ଷେ ତଦନ୍ତ କରିବା ଦାବିରେ କେତେଜଣ ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜିଲା ପ୍ରଶାସନ ଏବଂ ଏସ୍‌ପିଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଏହା ଏକ ଗମ୍ଭୀର ବିଷୟ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ
ଢେଙ୍କାନାଳ ଜିଲାରେ ଜମି ଦଲାଲ ଗୋଚର, ଶ୍ମଶାନ, ଜଙ୍ଗଲ ଓ ଜଳାଶୟ ଜମି କିସମ ବଦଳାଇ ବିକ୍ରି କରୁଛନ୍ତି। ଏଥିରେ ତହସିଲ କାର୍ଯ୍ୟାଳୟ, ଜିଲା ସବ୍‌ରେଜିଷ୍ଟ୍ରି ଅଫିସର କେତେଜଣ କର୍ମଚାରୀଙ୍କ ହାତ ରହିଛି। ଏଭଳି ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀଙ୍କୁ କଠୋର ଦଣ୍ଡ ଦିଆଯାଉ।
-ପଙ୍କଜ ନାୟକ, ସାମାଜିକ କର୍ମୀ
ତଦନ୍ତ ହେଲେ ଅନେକଙ୍କ ମୁଖା ଖୋଲିବ
ଦୀର୍ଘ ୨୦ ବର୍ଷ ହେଲା ସଦର ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତିମୂଳକ କାର୍ଯ୍ୟ ହେଉଛି। ଏହାର ନିରପେକ୍ଷ ତଦନ୍ତ ହେଲେ ଜମି ଦୁର୍ନୀତିରେ ସମ୍ପୃକ୍ତ ଅସାଧୁ କର୍ମଚାରୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୁଖା ଖୋଲିଯିବ।
-ଦୀପକ ପ୍ରସାଦ ପଟ୍ଟନାୟକ,
ଆଇନଜୀବୀ
ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି
ତହସିଲ ଅଫିସରେ ହେଉଥିବା ଜମି ଦୁର୍ନୀତିରେ ଅନେକ ବଡ଼ବଡିଆଙ୍କ ସମ୍ପୃକ୍ତି ରହିଛି। ଜମି କିସମ ପରିବର୍ତ୍ତନ ଭଳି ଅନେକ ବେଆଇନ କାର୍ଯ୍ୟ କରାଯାଇଛି। ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ
-ମନୋରଞ୍ଜନ ପଟ୍ଟନାୟକ,
ଅଧ୍ୟକ୍ଷ ‘ଉଫୁନା’
ଖୋଳତାଡ଼ ଆରମ୍ଭ ହୋଇଛି
ଜମି କିସମ ଦୁର୍ନୀତି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। କାର୍ଯ୍ୟାଳୟରେ ଏତେବଡ଼ ଭୁଲ କିପରି ହେଲା, ସେ ସମ୍ପର୍କରେ ତଦନ୍ତ କରାଯାଉଛି। ବର୍ତ୍ତମାନର ଭାରପ୍ରାପ୍ତ ଉପଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ
-ସୁରେଶ ଚନ୍ଦ୍ର ପଣ୍ଡା, ସଦର ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri