Categories: ଜାତୀୟ

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏଭଳି ବୟାନ ଜରିଆରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ଭାଜପାକୁ ଟକ୍କର ଦେବା ପାଇଁ ଏକ ନୂଆ ମେଣ୍ଟ ଗଠନ କରିବାକୁ ଯାଉଥିବା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୂଚନା ଦେଇଛନ୍ତି।

କିନ୍ତୁ ମମତାଙ୍କ ଉପରୋକ୍ତ ମନ୍ତବ୍ୟରେ ଏକମତ ନୁହନ୍ତି ପାଓ୍ବର। ଏନ୍‌ସିପି ମୁଖ୍ୟଙ୍କ ମତରେ ଭାଜପାକୁ କ୍ଷମତାଚ୍ୟୁତ କରିବାକୁ ହେଲେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡ଼ିବ। ଅନ୍ୟପକ୍ଷରେ ମମତାଙ୍କୁ କଡ଼ା ଜବାବ ଦେଇଛି କଂଗ୍ରେସ। କଂଗ୍ରେସକୁ ବାଦ୍‌ ଦେଇ ଭାଜପାକୁ ହରାଇବା ଏକ ସ୍ବପ୍ନ ବୋଲି କହିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ।

Share