Posted inଖେଳ

କ’ଣ ଏହି ‘ସଫ୍ଟ ସିଗ୍‌ନାଲ’? ଯାହାକୁ ନେଇ ଏବେ କ୍ରିକେଟଜଗତରେ ଦେଖାଦେଇଛି ନୂଆ ବିବାଦ

ନୂଆଦିଲ୍ଲୀ,୧୯।୩: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମୁକାବିଲା ପରଠାରୁ ଚର୍ଚ୍ଚାରେ ‘ସଫ୍ଟ ସିଗ୍‌ନାଲ’। ଏହା କ’ଣ ଏବଂ ଏପରି କ’ଣ ଘଟିଲା ଯେ ପଡ଼ିଆରେ ଅଧିନାୟକ କୋହଲି ରାଗି ଯାଇ କଟୁ ମନ୍ତବ୍ୟ ଦେଇଥିଲେ ସେ ନେଇ ବିତର୍କ ଲାଗିରହିଛି। ତେବେ ଆସନ୍ତୁ ଜାଣିବା ଏହା କ’ଣ?

ଯେଭଳି ଆପଣ ଜାଣନ୍ତି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଖେଳିଥିବା ଏକ କ୍ୟାଚ୍‌କୁ ଡେଭିଡ ମଲାନ ଧରିନେଇଥିଲେ। ହେଲେ ବଲ୍‌ଟି ଘାସ ସ୍ପର୍ଶ କରିଥିଲା। ପଡ଼ିଆରେ ଥିବା ଅମ୍ପାୟାର ଏହାକୁ ଆଉଟ କହିବା ପରେ ତୃତୀୟ ଅମ୍ପାୟାରଙ୍କ ପାଖକୁ କଥା ଯାଇଥିଲା। ସେ ସବୁପଟରୁ ବଲ୍‌କୁ ଦେଖିବା ପରେ ମଧ୍ୟ ଆଉଟ୍‌ ବୋଲି କହିଥିଲେ। ମୋଟାମୋଟି ଦେଖିଲେ ପଡ଼ିଆରେ ଥିବା ଅମ୍ପାୟାରଙ୍କ ‘ସଫ୍ଟ ସିଗ୍‌ନାଲ’ ଆଉଟ୍‌ ନିଷ୍ପତ୍ତି ସହ ସେ ଯାଇଥିଲେ। ସେହିଭଳି ଅନ୍ୟ ଏକ ବଲ୍‌ରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କ କ୍ୟାଚ୍‌କୁ ମଧ୍ୟ ଆଉଟ୍‌ ବୋଲି ସେ କହି ବିବାଦକୁ ଆସିଥିଲେ।

ସଫ୍ଟ ସିଗ୍‌ନାଲ କ’ଣ?
କ୍ୟାଚ୍‌ ହେଉ ଅଥବା ଅନ୍ୟ କୌଣସି ପ୍ରକାରେ ଉଇକେଟ ପାଇଁ ଦ୍ୱନ୍ଦ୍ୱ ଉପୁଜିଲେ, ପଡ଼ିଆରେ ଥିବା ଅମ୍ପାୟାର ଏକ ନିଷ୍ପତ୍ତି ନେଇଥାନ୍ତି। ଏହାପରେ ଥାର୍ଡ ଅମ୍ପାୟାରଙ୍କୁ ଏହାକୁ ଦେଖିବାକୁ ସେ କହିଥାନ୍ତି। ଟେଲିଭିଜନ ପରଦାରେ ଅମ୍ପାୟାରଜଣଙ୍କ ସବୁ ଆଙ୍ଗେଲରୁ ରିପ୍ଲେ ଦେଖିଥାନ୍ତି। ତାଙ୍କୁ ଯଦି ଲାଗେ ସେ ଆଉଟ୍‌ ନୁହନ୍ତି ତେବେ ସେ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି ବଦଳାଇ ନଟଆଉଟ୍‌ ବୋଲି କହିପାରନ୍ତି। ହେଲେ ସଫ୍ଟ ସିଗ୍‌ନାଲ ନିୟମ ଅନୁଯାୟୀ ଯଦି ସମସ୍ତ ପ୍ରଚେଷ୍ଟା ପରେ ତୃତୀୟ ଅମ୍ପାୟାରଙ୍କୁ କୌଣସି ପ୍ରମାଣ ମିଳୁନାହିଁ। ତେବେ ଉକ୍ତ ଅମ୍ପାୟାର ସଫ୍ଟ ସିଗ୍‌ନାଲ ଅର୍ଥାତ ପୁରୁଣା ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିବାକୁ କହିଥାଏ। ସୂର୍ଯ୍ୟକୁମାରଙ୍କ ଘଟଣାରେ ଏହାହିଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri