Categories: ଫୁରସତ

ରତନ ଟାଟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଦେଶର ଜଣାଶୁଣା ଶିଳ୍ପପତି ରତନ ଟାଟା ଆଜି ୮୬ ବର୍ଷରେ ପଦାର୍ପଣ କରୁଛନ୍ତି। ଟାଟା ଗ୍ରୁପ୍‌କୁ ଶିଖରକୁ ନେଇଥିବା ରତନ ଟାଟାଙ୍କ ମୋଟ ସମ୍ପତ୍ତି ମୂଲ୍ୟ କୋଟି କୋଟି ଟଙ୍କା। ସେ ଭାରତର ଅନ୍ୟତମ ପରୋପକାରୀ ଶିଳ୍ପପତି ଭାବେ। ଏକ୍ସରେ ତାଙ୍କର ୧.୨ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି।
IIFL Wealth Hurun India Rich List 2022 ଅନୁଯାୟୀ, ରତନ ଟାଟାଙ୍କ ସମ୍ପତ୍ତି ମୂଲ୍ୟ ୩,୮୦୦ କୋଟି ଟଙ୍କା। ଏହି ତାଲିକା ଅନୁଯାୟୀ ସେ ହେଉଛନ୍ତି ଦୁନିଆର ୪୨୧ ତମ ଧନୀ ବ୍ୟକ୍ତି। ସେ ତାଙ୍କ ରୋଜଗାରର ୬୬ ପ୍ରତିଶତ ଦାନ କରନ୍ତି। ସେ ଆୟର ଏକ ପ୍ରମୁଖ ଅଂଶ ଟାଟା ଟ୍ରଷ୍ଟକୁ ଟାଟା ସନ୍ସ ଦ୍ୱାରା ପରିଚାଳିତ ଏକ ଦାନକାରୀ ଟ୍ରଷ୍ଟକୁ ଦାନ କରନ୍ତି।
ରତନ ଟାଟାଙ୍କ ଘର ମୁମ୍ବାଇର କୋଲାବାରେ ଅବସ୍ଥିତ। ତାଙ୍କର ବିଳାସପୂର୍ଣ୍ଣ ମହଲର ମୂଲ୍ୟ ୨୦୦ କୋଟିରୁ ଅଧିକ ଅଟେ। ଏହି ଘର ସମୁଦାୟ ୧୫,୦୦୦ ବର୍ଗ ମିଟରରୁ ଅଧିକ ବ୍ୟାପିଛି।
ରତନ ଟାଟାଙ୍କର ଏକ ପ୍ରାଇଭେଟ୍‌ ଜେଟ ଡାସଲ୍ଟ ଫାଲକନ ମଧ୍ୟ ଅଛି। କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ଫେରାରୀ, ଲ୍ୟାଣ୍ଡ ରୋଭର ଭଳି ଅନେକ ବିଳାସପୂର୍ଣ୍ଣ କାର ଅଛି।

Share