Posted inଜାତୀୟ

ଜଣେ ଏମ୍‌ପିଙ୍କ ଦରମା କେତେ, ଏହାସହ କ’ଣ ସବୁ ସୁବିଧା ମିଳେ ଏମାନଙ୍କୁ

ନୂଆଦିଲ୍ଲୀ,୧୮।୧୨: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କେହି କୌଣସି ବାଟକୁ ଅନାବଶ୍ୟକ ଛାଡିବାକୁ ଚାହାଁନ୍ତି ନାହିଁ, ପ୍ରତ୍ୟେକ ଦଳ ଯଥାସମ୍ଭବ ଆସନ ଜିତିବାକୁ ଚାହାଁନ୍ତି। ବିଭିନ୍ନ ରାଜ୍ୟରେ ସାଂସଦଙ୍କ ସଂଖ୍ୟା ମଧ୍ୟ ଭିନ୍ନ।
ଏଇଠି ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା ଏହି ଏମପିମାନଙ୍କର ଦରକା କେତେ ଓ ସେମାନଙ୍କୁ କ’ଣ ସବୁ ସୁବିଧା ଯୋଗଇ ଦିଆଯାଏ।

ପାର୍ଲାମେଣ୍ଟର ସଦସ୍ୟ (ଦରମା, ଭତ୍ତା ଏବଂ ପେନ୍ସନ) ଅଧିନିୟମ ୧୯୫୪ ଅନୁଯାୟୀ ଜଣେ ଏମପିଙ୍କୁ ଦରମା ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଏ। ଯଦି ଆମେ ଦରମା ବିଷୟରେ କହିବା, ଜଣେ ଏମପି ବେତନ ହିସାବରେ ମାସକୁ ୧ ଲକ୍ଷ ଟଙ୍କା ପାଆନ୍ତି। ଏହା ବ୍ୟତୀତ, ଏପ୍ରିଲ ୧, ୨୦୨୩ରୁ ଏକ ନୂତନ ନିୟମ ଲାଗୁ କରାଯାଇଛି, ଯେଉଁଥିରେ ପ୍ରତି ୫ବର୍ଷ ପରେ ଏମପିମାନଙ୍କ ଦରମା ଏବଂ ଦୈନିକ ଭତ୍ତା ବୃଦ୍ଧି ପାଇବ। ଜଣେ ଏମପିଙ୍କୁ ଗୃହର ଅଧିବେଶନ କିମ୍ବା କମିଟିର ବୈଠକରେ ଯୋଗଦେବା କିମ୍ବା ସଂସଦର ଜଣେ ସଦସ୍ୟଙ୍କ ସହ ଜଡିତ କୌଣସି କାର୍ଯ୍ୟରେ ଯାତ୍ରା କରିବା ପାଇଁ ଅଲଗା ଭତ୍ତା ଦିଆଯାଏ। ଯଦି ଏମପି ରାସ୍ତାରେ ଯାତ୍ରା କରୁଛନ୍ତି ତେବେ ତାଙ୍କୁ କିଲୋମିଟର ପିଛା ୧୬ଟଙ୍କା ଅଲଗା ଭତ୍ତା ମିଳିବ।
ଏମପିଙ୍କୁ ନିର୍ବାଚନମଣ୍ଡଳୀ ଭତ୍ତା ହିସାବରେ ପ୍ରତି ମାସରେ ୭୦ହଜାର ଟଙ୍କା ମିଳିଥାଏ। ଏହା ବ୍ୟତୀତ ତାଙ୍କୁ ଦିଲ୍ଲୀର ତାଙ୍କ ବାସଭବନରେ କିମ୍ବା ଦିଲ୍ଲୀର କାର୍ଯ୍ୟାଳୟରେ ଟେଲିଫୋନ ଲଗାଇବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସେ ପଚାଶ ହଜାର ମାଗଣା ସ୍ଥାନୀୟ କଲର ସୁବିଧା ପାଆନ୍ତି। ତାଙ୍କୁ ଅଫିସ ଖର୍ଚ୍ଚ ଭତ୍ତା ଭାବରେ ପ୍ରତି ମାସରେ ୬୦ହଜାର ଟଙ୍କା ମିଳିଥାଏ। ଜଣେ ଏମପିଙ୍କୁ ମଧ୍ୟ ଏକ ପାସ ଦିଆଯାଏ ଯାହା ସାହାଯ୍ୟରେ ସେ ଯେକୌଣସି ସମୟରେ ରେଲଓ୍ବେ ଦ୍ୱାରା ମାଗଣାରେ ଯାତ୍ରା କରିପାରିବେ। ଏହି ପାସ ପ୍ରଥମ ଶ୍ରେଣୀ ଏସି କିମ୍ବା କୌଣସି ଟ୍ରେନର କାର୍ଯ୍ୟନିର୍ବାହୀ ଶ୍ରେଣୀରେ ବୈଧ ଅଟେ। ଏମାନଙ୍କୁ କାମ ପାଇଁ ବିଦେଶ ଯାତ୍ରା କରିବା ସମୟରେ ଭତ୍ତା ମଧ୍ୟ ଦିଆଯାଏ। ବିଦେଶରୁ ଫେରିବା ପରେ ମଧ୍ୟ ଟିକେଟ ସୁବିଧା ଉପଲବ୍ଧ। ଏହା ବ୍ୟତୀତ ସେ ଚିକିତ୍ସା ସୁବିଧା ମଧ୍ୟ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri