Posted inଜାତୀୟ

ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ କ’ଣ ? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୨୨।୮: ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ, ୨୦୨୫ ସଂସଦରେ ପାସ ହୋଇଛି। ଏହି ବିଲ ମଧ୍ୟବର୍ଗୀୟ ଓ ଯୁବବର୍ଗଙ୍କ ପାଇଁ ଲାଭଦାୟକ ଗେମକୁ ପ୍ରୋତ୍ସାହନ ଦେଇଛି ଏବଂ କ୍ଷତିକାରକ ଗେମକୁ ନିଷିଦ୍ଧ କରିଛି।

ଅନଲାଇନ ଗେମର ତିନି ପ୍ରକାର:

  1. ଇ-ସ୍ପୋର୍ଟସ: ଦକ୍ଷତା ଓ ଦଳୀୟ ଖେଳ। ବିଲ ଏହାକୁ ଆଇନଗତ ମାନ୍ୟତା ଦେଇ ସରକାରୀ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଦେବ।
  2. ଅନଲାଇନ ସୋସିଆଲ ଗେମ: ମନୋରଞ୍ଜନମୂଳକ, ଶିକ୍ଷଣୀୟ ଓ ସମୁଦାୟଭିତ୍ତିକ। ଏହାକୁ ସୁରକ୍ଷିତ ଭାବେ ଗ୍ରହଣ କରାଯାଇ ଗେମ ନିର୍ମାତାଙ୍କୁ ସମର୍ଥନ କରାଯିବ।
  3. ଅନଲାଇନ ମନି ଗେମ: ଆର୍ଥିକ ଦାଉ ସହିତ ଜଡ଼ିତ ଓ କ୍ଷତିକାରକ। ଏହା ଯୁବକଙ୍କ ମଧ୍ୟରେ ଆସକ୍ତି, ପରିବାରର ଆର୍ଥିକ କ୍ଷତି, ଠକେଇ, ଋଣ, ଆତ୍ମହତ୍ୟା ଓ ଅର୍ଥ ଅପବ୍ୟବହାର ଭଳି ସମସ୍ୟା ସୃଷ୍ଟି କରୁଛି। ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ବିଲର ମୁଖ୍ୟ ବିଷୟ:

  1. ଖେଳାଳିଙ୍କୁ ଶିକାର ଭାବେ ଗଣାଯାଇ ସେମାନଙ୍କୁ ଦଣ୍ଡ ଦିଆଯିବ ନାହିଁ।
  2. ସେବା ପ୍ରଦାନକାରୀ, ବିଜ୍ଞାପନଦାତା ଓ ଅର୍ଥ ହସ୍ତାନ୍ତର ପ୍ଲାଟଫର୍ମକୁ ଦଣ୍ଡିତ କରାଯିବ।
  3. କୋଟି କୋଟି ପରିବାରର ଆର୍ଥିକ କ୍ଷତି, ମଧ୍ୟବର୍ଗୀୟ ସଞ୍ଚୟ ନଷ୍ଟ ଓ ହଜାର ହଜାର ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ବିଲ ପାସ କରାଯାଇଛି।

କାହିଁକି ଏହି ବିଲ?
କୋଟି କୋଟି ପରିବାରର ଆର୍ଥିକ କ୍ଷତି, ମଧ୍ୟବିତ୍ତଙ୍କ ସଞ୍ଚୟ ନଷ୍ଟ ଓ ଦେଶବ୍ୟାପୀ ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ବିଲ୍‌ ପାରିତ ହୋଇଛି। ଅର୍ଥାତ ସରକାର ପରିବାରର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଏହା ଇ-ସ୍ପୋର୍ଟସ ଓ ସୋସିଆଲ ଗେମକୁ ନବୀକରଣର ଇଞ୍ଜିନ ଭାବେ ପ୍ରୋତ୍ସାହନ ଦେଇ ସମାଜକୁ ସୁରକ୍ଷିତ ରଖିବାରେ ସନ୍ତୁଳନ ରକ୍ଷା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri