Posted inରାଜ୍ୟ

ସୁରେଶ ପୁଜାରୀଙ୍କ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି କେତେ ? ହୋଇ ପାରନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୬: ଓଡ଼ିଶାରେ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ଫଳାଫଳ ଆସିବାର ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଚୂଡାନ୍ତ ହୋଇପାରି ନାହିଁ। ଏହାରି ମଧ୍ୟରେ ୧୦ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ପାଇଁ ଅନେକ ନାଁ ଚର୍ଚ୍ଚାରେ ଥିବା ବେଳେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାମ ସର୍ବାଗ୍ରେ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରବିବାର ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଅପରପକ୍ଷେ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ ସୋମବାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନାମ ଚୂଡାନ୍ତ ହୋଇସାରିଛି। ବାକି ଶେଷ ନିଷ୍ପତି ମଙ୍ଗଳବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ହେବ।

ଯେହେତୁ ସୁରେଶ ପୂଜାରୀଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି, ଆସନ୍ତୁ ଜାଣିବା ତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ?

୧୯୬୧ ମସିହାରେ ଜନ୍ମ ସୁରେଶ ପୂଜାରୀ ୧୯୭୯ ମସିହାରେ ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଅର୍ଜନ କରିଥିଲେ । ୧୯୮୧ ମସିହାରେ ସ୍ନାତକତ୍ତୋର ଏବଂ ୧୯୮୪ ମସିହାରେ ଏଲଏଲବି ପାସ କରିଥିଲେ ।

ସୁରେଶ ପେସାରେ ସେ ଜଣେ ଆଇନଜୀବୀ ଅଟନ୍ତି । ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ତାଙ୍କର ପତ୍ନୀ ଅବସରପ୍ରାପ୍ତ ଅତିରିକ୍ତ ପଞ୍ଚାୟତ ଶିକ୍ଷା କର୍ମଚାରୀ ଅଟନ୍ତି ।

ଅପରପକ୍ଷେ ସୁରେଶ ପୂଜାରୀଙ୍କ ନାମରେ ସମ୍ବଲପୁର ଏସ୍‌ଡିଜେଏମ୍‌ ଏବଂ ଜେଏମ୍‌ଏଫ୍‌ସି ସମ୍ବଲପୁରରେ ଦୁଇଟି ଆପରାଧୀକ ମାମଲା ବିଚାରାଧୀନ ରହିଛି ।

ସେହିପରି ବିଭିନ୍ନ ବ୍ୟାଙ୍କରେ ଜମା ଆକାରରେ ଏବଂ ଜୀବନ ବୀମା ଆକାରରେ ସୁରେଶ ପୂଜାରୀଙ୍କ ମୋଟ ୨,୨୫,୭୮,୯୦୯ ସ୍ଥାବର ସମ୍ପତ୍ତି ଥିବା ବେଳେ ୭୧,୨୯,୦୦୦ ତାଙ୍କର ଅସ୍ଥାବର ସମ୍ପତ୍ତି ରହିଛି । ଏହା ସହିତ ତାଙ୍କ ନାଁରେ ୨୬,୭୩,୬୩୪ ତାଙ୍କର ଏକ କାର ଲୋନ୍ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri