ଚମକିବ ପୁରୁଣା ଗହଣା; ଆପଣାନ୍ତୁ ଏସବୁ ଘରୋଇ ଉପାୟ…

ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି, ତେବେ ଆଜି ଆପଣଙ୍କୁ ଆମେ କିଛି ଘରୋଇ ଉପାୟ ବିଷୟରେ କହିବୁ। ଏହାଦ୍ୱାରା ଆପଣ ନିଜର ପୁରୁଣା ଗହଣାକୁ ଚମକପ୍ରଦ କରିପାରିବେ। ଜାଣନ୍ତୁ:-

ଡିସ୍‌ ଓ୍ବାଶ୍‌ ପାଉଡର: ସୁନା କିମ୍ବା ରୂପା ଅଳଙ୍କାରକୁ ଚମକାଇବା ଲାଗି ଆପଣ ଡିସ୍‌ ଓ୍ବାଶ ପାଉଡର ବ୍ୟବହାର କରିପାରିବେ। ଏଥିଲାଗି ଏକ ପାତ୍ରରେ ଉଷୁମ ପାଣି ନିଅନ୍ତୁ। ଏଥିରେ କିଛି ଡିସ୍‌ ଓ୍ବାଶ୍‌ ପାଉଡର ମିଶାନ୍ତୁ। ପରେ ସେଥିରେ ଅଳଙ୍କାରକୁ ପକାଇ କିଛି ସମୟ ରଖନ୍ତୁ। ଶେଷରେ ବ୍ରଶ ସାହାଯ୍ୟରେ ଘଷି ଅଳଙ୍କାରରେ ଜମା ହୋଇଥିବା ମଳିନପଣରୁ ମୁକ୍ତି ପାଆନ୍ତୁ।

ଟୁଥ୍‌ପେଷ୍ଟ: ପୁରୁଣା ଗହଣାର ଚମକ ଫେରାଇ ଆଣିବା ଲାଗି ଟୁଥପେଷ୍ଟ ବ୍ୟବହାର କରନ୍ତୁ। ଏଥିଲାଗି ଗହଣାରେ ଟୁଥପେଷ୍ଟ ଲଗାନ୍ତୁ। ଏହାକୁ ନିଜ ହାତରେ ଘଷି ଦିଅନ୍ତୁ। ଶେଷରେ ଟୁଥ୍‌ବ୍ରଶ ସାହାଯ୍ୟରେ ଏହାକୁ ଭଲଭାବେ ଘଷନ୍ତୁ। ଏବେ ଏଥିରେ ଉଷୁମ ପାଣି ପକାଇ ଗହଣାର ଚମକ ଫେରାଇ ଆଣନ୍ତୁ।

ଲୁଣର ବ୍ୟବହାର କରନ୍ତୁ: ଗହଣାର ରଙ୍ଗ ମଳିନ ପଡ଼ିଗଲେ ଆପଣ ଲୁଣର ବ୍ୟବହାର କରିପାରିବେ। ଏଥିଲାଗି ଉଷୁମ ପାଣିରେ ଟିକିଏ ଲୁଣ ପକାନ୍ତୁ। ଏହା ମିଶିଗଲା ପରେ ପୁରୁଣା ଗହଣାକୁ ଏଥିରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏବେ ଗହଣାରୁ ମଇଳା ବାହାର କରିଦିଅନ୍ତୁ। ଏହାଦ୍ୱାରା ଗହଣାର ଚମକ ଫେରିଆସିବ।

ଲେମ୍ବୁ ରସର ବ୍ୟବହାର: ଲେମ୍ବୁ ରସକୁ ବ୍ୟବହାର କରି ଗହଣାର ଚମକ ଫେରାଇ ଆଣିପାରିବେ। ଏଥିପାଇଁ ଗୋଟିଏ ଗିନାରେ ପାଣି ନେଇ ଗରମ କରନ୍ତୁ। ଏହାପରେ ସେଥିରେ ଡିସ୍‌ ଓ୍ବାଶ, ଲେମ୍ବୁ ରସ ପକାନ୍ତୁ। ଏହି ମିଶ୍ରଣରେ ଗହଣାକୁ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଟୁଥବ୍ରଶ ସହାୟତାରେ ଗହଣାକୁ ଘଷି ସଫା କରନ୍ତୁ। ଚମକ ଫେରି ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଃଶବ୍ଦ ଘାତକ: ଉଚ୍ଚ ରକ୍ତଚାପ

କିପରି କରାଯାଏ ରୋଗ ନିର୍ଣ୍ଣୟ ଉଚ୍ଚ ରକ୍ତଚାପକୁ ନିର୍ଣ୍ଣୟ କରିବା ସବୁଠାରୁ ସହଜ। କାରଣ ରକ୍ତଚାପ ମାପିଦେଲେ ରୋଗ ଧରାପଡ଼ିଯାଏ। ତେବେ ଭିନ୍ନ ଭିନ୍ନ ସମୟରେ...

ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲୋଜିର ପ୍ରୟୋଗ

ଇତିମଧ୍ୟରେ ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ଅଟକି ରହିଥିବା ସମୁଦାୟ ୪୧ ଜଣ ନିର୍ମାଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି। ଏହି ସଫଳତାର କାହାଣୀ...

ଭୁଲ୍‌ରେ ବି ଦହି ସହିତ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ଦହି ଏକ ଉପକାରୀ ପାନୀୟ। ମାତ୍ର କିଛି ଜିନିଷ ଅଛି ଯାହା ସହିତ ଦହି ଖାଇଲେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ ଏସବୁ ବିଷୟରେ…...

୨୦୨୪ରେ ଚମକିବ ଏସବୁ ରାଶିର ଭାଗ୍ୟ, ପରଖି ନିଅନ୍ତୁ ଆପଣଙ୍କ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେମାନଙ୍କର ରାଶି ପରିବର୍ତ୍ତନ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ଚିହ୍ନଗୁଡ଼ିକର ପରିବର୍ତ୍ତନ...

ଆପଣାନ୍ତୁ ଏହି ଘରୋଇ ଉପାୟ, କେଶ ମୂଳରୁ ହେବ କଳା, ଭୁଲିଯିବେ ମେହେନ୍ଦି

ଆଜିକାଲି କେଶ ପାଚିଯିବା ବା ଧଳା ହୋଇଯିବା ବଡ ଚିନ୍ତାର ବିଷୟ ପାଲଟିଛି। କେଶ ଝଡିବା ଏବଂ ଅକାଳରେ ଧଳା ହେବା ଏକ ଦୁଃସ୍ବପ୍ନ ପରି।...

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିବା ଶୁଭ; ବୁଝିନିଅନ୍ତୁ ଯେ ଶୀଘ୍ର ହେବ ବିବାହ…

ମନୁଷ୍ୟ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ...

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି।...

ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri