ଚମକିବ ପୁରୁଣା ଗହଣା; ଆପଣାନ୍ତୁ ଏସବୁ ଘରୋଇ ଉପାୟ…

ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି, ତେବେ ଆଜି ଆପଣଙ୍କୁ ଆମେ କିଛି ଘରୋଇ ଉପାୟ ବିଷୟରେ କହିବୁ। ଏହାଦ୍ୱାରା ଆପଣ ନିଜର ପୁରୁଣା ଗହଣାକୁ ଚମକପ୍ରଦ କରିପାରିବେ। ଜାଣନ୍ତୁ:-

ଡିସ୍‌ ଓ୍ବାଶ୍‌ ପାଉଡର: ସୁନା କିମ୍ବା ରୂପା ଅଳଙ୍କାରକୁ ଚମକାଇବା ଲାଗି ଆପଣ ଡିସ୍‌ ଓ୍ବାଶ ପାଉଡର ବ୍ୟବହାର କରିପାରିବେ। ଏଥିଲାଗି ଏକ ପାତ୍ରରେ ଉଷୁମ ପାଣି ନିଅନ୍ତୁ। ଏଥିରେ କିଛି ଡିସ୍‌ ଓ୍ବାଶ୍‌ ପାଉଡର ମିଶାନ୍ତୁ। ପରେ ସେଥିରେ ଅଳଙ୍କାରକୁ ପକାଇ କିଛି ସମୟ ରଖନ୍ତୁ। ଶେଷରେ ବ୍ରଶ ସାହାଯ୍ୟରେ ଘଷି ଅଳଙ୍କାରରେ ଜମା ହୋଇଥିବା ମଳିନପଣରୁ ମୁକ୍ତି ପାଆନ୍ତୁ।

ଟୁଥ୍‌ପେଷ୍ଟ: ପୁରୁଣା ଗହଣାର ଚମକ ଫେରାଇ ଆଣିବା ଲାଗି ଟୁଥପେଷ୍ଟ ବ୍ୟବହାର କରନ୍ତୁ। ଏଥିଲାଗି ଗହଣାରେ ଟୁଥପେଷ୍ଟ ଲଗାନ୍ତୁ। ଏହାକୁ ନିଜ ହାତରେ ଘଷି ଦିଅନ୍ତୁ। ଶେଷରେ ଟୁଥ୍‌ବ୍ରଶ ସାହାଯ୍ୟରେ ଏହାକୁ ଭଲଭାବେ ଘଷନ୍ତୁ। ଏବେ ଏଥିରେ ଉଷୁମ ପାଣି ପକାଇ ଗହଣାର ଚମକ ଫେରାଇ ଆଣନ୍ତୁ।

ଲୁଣର ବ୍ୟବହାର କରନ୍ତୁ: ଗହଣାର ରଙ୍ଗ ମଳିନ ପଡ଼ିଗଲେ ଆପଣ ଲୁଣର ବ୍ୟବହାର କରିପାରିବେ। ଏଥିଲାଗି ଉଷୁମ ପାଣିରେ ଟିକିଏ ଲୁଣ ପକାନ୍ତୁ। ଏହା ମିଶିଗଲା ପରେ ପୁରୁଣା ଗହଣାକୁ ଏଥିରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏବେ ଗହଣାରୁ ମଇଳା ବାହାର କରିଦିଅନ୍ତୁ। ଏହାଦ୍ୱାରା ଗହଣାର ଚମକ ଫେରିଆସିବ।

ଲେମ୍ବୁ ରସର ବ୍ୟବହାର: ଲେମ୍ବୁ ରସକୁ ବ୍ୟବହାର କରି ଗହଣାର ଚମକ ଫେରାଇ ଆଣିପାରିବେ। ଏଥିପାଇଁ ଗୋଟିଏ ଗିନାରେ ପାଣି ନେଇ ଗରମ କରନ୍ତୁ। ଏହାପରେ ସେଥିରେ ଡିସ୍‌ ଓ୍ବାଶ, ଲେମ୍ବୁ ରସ ପକାନ୍ତୁ। ଏହି ମିଶ୍ରଣରେ ଗହଣାକୁ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଟୁଥବ୍ରଶ ସହାୟତାରେ ଗହଣାକୁ ଘଷି ସଫା କରନ୍ତୁ। ଚମକ ଫେରି ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?