Posted inଜାତୀୟ

‘ରୋମିଓ-ଜୁଲିଏଟ୍’ କ୍ଲଜ୍ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ସହମତିରେ ପ୍ରେମ ସମ୍ପର୍କ…

ନୂଆଦିଲ୍ଲୀ,୧୨ା୧: ପକ୍ସୋ ଆଇନର ଅପବ୍ୟବହାର ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କିଶୋର ବୟସରେ ପରସ୍ପର ସହମତିରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ୍ ଦେବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ‘ରୋମିଓ-ଜୁଲିଏଟ୍’ କ୍ଲଜ୍ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.କେ. ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ସୋ ଆଇନର ବ୍ୟାପକ ଅପବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଅନେକ ସମୟରେ ପରିବାର ଲୋକେ ପ୍ରେମ ସମ୍ପର୍କକୁ ବିରୋଧ କରି ପ୍ରତିଶୋଧ ପରାୟଣ ହୋଇ ଏହି ଆଇନର ସାହାଯ୍ୟ ନେଉଛନ୍ତି, ଯାହାଦ୍ୱାରା କିଶୋରମାନେ ଅଯଥା ଅପରାଧୀ ପାଲଟି ଯାଉଛନ୍ତି।

କ’ଣ ଏହି ‘ରୋମିଓ-ଜୁଲିଏଟ୍’ କ୍ଲଜ୍?
ଏହା ଏକ ଆଇନଗତ ବ୍ୟବସ୍ଥା, ଯାହା ସମାନ ବୟସ କିମ୍ବା ସ୍ୱଳ୍ପ ବୟସ ବ୍ୟବଧାନ ଥିବା କିଶୋର-କିଶୋରୀଙ୍କ ମଧ୍ୟରେ ସହମତି ଭିତ୍ତିକ ସମ୍ପର୍କକୁ ସୁରକ୍ଷା ପ୍ରଦାନ କରିବ। ଯଦି ଉଭୟଙ୍କ ମଧ୍ୟରେ ବୟସ ବ୍ୟବଧାନ କମ୍ (ସାଧାରଣତଃ ୨ ରୁ ୫ ବର୍ଷ) ଥାଏ, ତେବେ ଏହାକୁ ‘ବଳାତ୍କାର’ ଭଳି ସଙ୍ଗୀନ ଅପରାଧ ଭାବେ ବିଚାର ନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଶେକ୍ସପିୟରଙ୍କ ପ୍ରସିଦ୍ଧ ନାଟକ ‘ରୋମିଓ ଏବଂ ଜୁଲିଏଟ୍’ର ନାମ ଅନୁସାରେ ଏହି କ୍ଲଜ୍‌ର ନାମକରଣ ହୋଇଛି, ଯାହା ପ୍ରଥମେ ଆମେରିକାରେ ପ୍ରଚଳନ କରାଯାଇଥିଲା। ଭାରତରେ ସହମତି ପାଇଁ ବୈଧ ବୟସ ୧୮ ବର୍ଷ ରହିଛି। ଯଦି ୧୮ ବର୍ଷରୁ କମ୍ କେହି ସହମତିରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ଏହାକୁ ଆଇନ ଅନୁସାରେ ବଳାତ୍କାର ଭାବେ ଗ୍ରହଣ କରାଯାଏ।

ଏକ ରିପୋର୍ଟ ଅନୁସାରେ, ପକ୍ସୋ ଆଇନରେ ପଞ୍ଜୀକୃତ ପ୍ରାୟ ୨୪.୩% ମାମଲା କିଶୋରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜନିତ ଏବଂ ଏଥିରୁ ୮୦% ମାମଲା କେବଳ ଝିଅର ପରିବାର ଲୋକଙ୍କ ଦ୍ୱାରା ରୁଜୁ କରାଯାଇଛି।

ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଅନୁସାରେ, ଯଦି କୌଣସି କିଶୋରର ବୟସ ଅତିକମରେ ୧୬ ବର୍ଷ ହୋଇଥିବ ଏବଂ ଅନ୍ୟ ପକ୍ଷ ସହ ବୟସ ବ୍ୟବଧାନ ୩ ବର୍ଷରୁ କମ୍ ହୋଇଥିବ, ତେବେ ଏହାକୁ ଅପରାଧିକ ମାମଲା ଭାବେ ବିଚାର କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?