Posted inଜାତୀୟ

ଗୋଟିଏ ପରେ ଗୋଟିଏ ରାଲି ବାତିଲ, କେଜ୍‌ରିଓ୍ବାଲଙ୍କ ବିରୋଧରେ କାର୍ଯ୍ୟକ୍ରମ ଶୂନ…ଦିଲ୍ଲୀ ପାଇଁ କି ମସୁଧା ଚଳାଇଛନ୍ତି ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ନିର୍ବାଚନରୁ ପଛକୁ ହଟିଛି କଂଗ୍ରେସ। ଏଠାରେ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ୩ଟି ପ୍ରସ୍ତାବିତ ରାଲିକୁ ଶେଷ ମୁହୂର୍ତ୍ତରେ ଗୋଟିଏ ପରେ ଗୋଟିଏ ବାତିଲ କରାଯିବା ପରେ କିଛି ଏଭଳି ଚର୍ଚ୍ଚା ରାଜନୈତିକ ମାହୋଲକୁ ସରଗରମ କରିଛି। ରାହୁଲ ଗାନ୍ଧୀଙ୍କ ଏହି ରାଲିଗୁଡ଼ିକୁ ଲଗାତାର ବାତିଲ କରାଯିବା ସମ୍ପର୍କରେ କଂଗ୍ରେସ ପାଖରେ କେବଳ ଗୋଟିଏ ଯୁକ୍ତି ଅଛି। କଂଗ୍ରେସ କହିଛି ଯେ ରାହୁଲ ଅସୁସ୍ଥ ଅଛନ୍ତି ଏବଂ ସ୍ବାସ୍ଥ୍ୟଗତ କାରଣରୁ ସେ ରାଲି କରିପାରିବେ ନାହିଁ।

ପୂର୍ବରୁ ରାହୁଲ ଗାନ୍ଧୀ ଦିଲ୍ଲୀର ସୀଲମପୁର କେବଳ ଗୋଟିଏ ରାଲି କରିଛନ୍ତି। ଏହି ରାଲିରେ ସେ ଅରବିନ୍ଦ କେଜ୍‌ରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲେ। ଏହା ପରେ, ନୂଆଦିଲ୍ଲୀ ଆସନ, ସଦର ବଜାର ଏବଂ ମୁସ୍ତାଫାବାଦରେ ରାହୁଲଙ୍କ ରାଲି ଆୟୋଜନ କରାଯାଇଥିଲା, କିନ୍ତୁ ତିନୋଟି ସ୍ଥାନରେ ରାହୁଲଙ୍କ ରାଲି ବାତିଲ କରାଯାଇଛି। ମୁସ୍ତାଫାବାଦ ଏବଂ ସଦର ବଜାରରେ ଶେଷ ମୁହୂର୍ତ୍ତରେ ରାଲି ବାତିଲ ଘୋଷଣା କରାଯାଇଥିଲା। ଉଭୟ ସ୍ଥାନରେ ପୋଷ୍ଟରଠାରୁ ଆରମ୍ଭ କରି ମଞ୍ଚ ପର୍ଯ୍ୟନ୍ତ ସବୁକିଛି ପ୍ରସ୍ତୁତ ଥିଲା।

ତେବେ କଂଗ୍ରେସ ପକ୍ଷରୁ ରାହୁଲଙ୍କ ରାଲି ବାତିଲ କରିବା ପଛରେ ସ୍ବାସ୍ଥ୍ୟ ସମସ୍ୟାକୁ କାରଣ ଦର୍ଶାଯାଇଛି। କିନ୍ତୁ ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବା ଯୋଗୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ରାହୁଲ ୨ ଦିନ ପୂର୍ବରୁ ବେଲଗାମ ଯାଉଥିଲେ, କିନ୍ତୁ ଯାଇପାରିଲେ ନାହିଁ। ରାହୁଲ ତାଙ୍କ ସ୍ଥାନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସେଠାକୁ ପଠାଇଥିଲେ।

କଂଗ୍ରେସର ସମସ୍ତ ବଡ଼ ନେତା ଦିଲ୍ଲୀରେ ରୁହନ୍ତି। ରାହୁଲଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଷ୍ଟାର ପ୍ରଚାରକ। ରାହୁଲ ତାଙ୍କ ସ୍ଥାନରେ ଏମାନଙ୍କ ମଧ୍ୟରୁ ଯେକୌଣସି ଜଣଙ୍କୁ ପଠାଇପାରିଥାନ୍ତେ, କିନ୍ତୁ କଂଗ୍ରେସ ରାଲିକୁ ବାତିଲ କରିବାକୁ ନିଷ୍ପତ୍ତି ନେଲା କାହିଁକି ବୋଲି କୁହାଯାଉଛି। ଗୋଟିଏ ପଟେ ରାହୁଲଙ୍କ ରାଲି ବାତିଲ ହେଉଥିବା ବେଳେ, ହାଇକମାଣ୍ଡର କୌଣସି ବଡ଼ ନେତା ଏପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରଚାର କରିନାହାନ୍ତି।

ସେହିପରି, ୨୦୨୧ ମସିହାରେ, ରାହୁଲ ଗାନ୍ଧୀ ଧୀରେ ଧୀରେ ବଙ୍ଗଳାରେ ତାଙ୍କର ସମସ୍ତ ରାଲି ବାତିଲ କରିଥିଲେ। ସେତେବେଳେ, ରାହୁଲ ଗାନ୍ଧୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବା ପାଇଁ ସିଧାସଳଖ ନୁହେଁ ବରଂ ପରଦା ପଛରେ ତାଙ୍କର ରାଲି ବାତିଲ କରିଥିଲେ। ପରେ, ରାହୁଲଙ୍କ ରାଲିକୁ ନେଇ କଂଗ୍ରେସ ବୈଠକରେ ହଙ୍ଗାମା ହୋଇଥିଲା।

ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ ରାହୁଲ ଗାନ୍ଧୀଙ୍କ ରାଲିଗୁଡ଼ିକୁ ଲଗାତାର ବାତିଲ କରିବା ଉପରେ ତାଙ୍କୁ ଟାର୍ଗେଟ କରିଛନ୍ତି। ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ଏକ ନୂତନ ମେଣ୍ଟ ପାଇଁ ପ୍ରୟାସ ଚାଲିଛି। ଏହି କାରଣରୁ କଂଗ୍ରେସ ମଇଦାନରେ ନିଷ୍କ୍ରିୟ ହୋଇଯାଇଛି। କଂଗ୍ରେସର ଅଧିକାଂଶ ବଡ଼ ନେତା ନର୍ବାଚନରେ ସକ୍ରିୟ ଭାବରେ ପ୍ରଚାର କରୁନାହାଁନ୍ତି। କଂଗ୍ରେସ ଅରବିନ୍ଦ କେଜରିୱାଲଙ୍କ ବିପକ୍ଷରେ କେବଳ ସନ୍ଦୀପ ଦୀକ୍ଷିତଙ୍କୁ ଛାଡି ଦେଇଛି। ଦୀକ୍ଷିତ ଏକାକୀ ଆମ ଆଦମୀ ପାର୍ଟି ଧିରୋଧରେ ମଇଦାନରେ ଲଢ଼ୁଛନ୍ତି।

ତେବେ ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ୫ ଫେବୃଆରୀରେ ମତଦାନ ହେବ। ବଡ଼ ନେତାମାନେ କେବଳ ଫେବୃଆରୀ ୩ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ସପକ୍ଷରେ ରାଲି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri