Categories: ଖେଳ

ମେସିଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୨୦।୧୨: ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟାଇଟଲ୍‌ ଜିତିଛି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ ଥିଲା। ସେ ତୃତୀୟ ଥର ପାଇଁ ତାଙ୍କ ଦଳକୁ ବିଶ୍ୱକପ ଟାଇଟଲ ଜିତାଇଛନ୍ତି। ମେସିଙ୍କୁ ଦୁନିଆର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଗଣାଯାଏ।
ମେସି ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। କ୍ରୀଡା ବ୍ୟତୀତ, ମେସି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବିପୁଳ ପରିମାଣର ରୋଜଗାର କରନ୍ତି। ବିଳାସପୂର୍ଣ୍ଣ ଘର ବ୍ୟତୀତ ତାଙ୍କ ପାଖରେ ଅନେକ କାର ସଂଗ୍ରହ ଏବଂ ବ୍ୟକ୍ତିଗତ ଜେଟ ମଧ୍ୟ ଅଛି। ମେସିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୨୬୮ କୋଟି ଟଙ୍କା। ଫୋର୍ବସର ସର୍ବାଧିକ ବେତନ ପ୍ରାପ୍ତ ଖେଳାଳି ତାଲିକାରେ ମେସି ଶୀର୍ଷରେ ଅଛନ୍ତି।
ମେସି ପ୍ରାୟତଃ ନିଜ ପରିବାର ସହିତ ବ୍ୟକ୍ତିଗତ ଜେଟରେ ଯାତ୍ରା କରୁଥିବା ଦେଖାଯାଏ। ଏହି ଜେଟ ପଛରେ ନମ୍ବର-୧୦ର ଚିହ୍ନ ଅଛି, ଯାହାକି ମେସିଙ୍କ ଜର୍ସି ନମ୍ବର। ଖବର ଅନୁଯାୟୀ ଏହି ଜେଟ୍‌ର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା। ଏହି ଜେଟରେ ରୋଷେଇ ଘର, ଦୁଇଟି ବାଥରୁମ ଏବଂ ୧୬ରୁ ଅଧିକ ଲୋକଙ୍କ ପାଇଁ ବସିବା ସ୍ଥାନ ଅଛି।
ମେସିଙ୍କ ମୋଟ ନିଟ ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ୬୦୦ ମିଲିୟନ ଡଲାର୍‌ ଅର୍ଥାତ୍‌ ପ୍ରାୟ ୪୯୫୨ କୋଟି ଟଙ୍କା। ଏହି ପରିପ୍ରେକ୍ଷୀରେ ମେସି ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ ଅଟନ୍ତି। ଏକ ରିପୋର୍ଟ ଅନୁଯାୟୀ, ମେସିଙ୍କ ଦୈନିକ ରୋଜଗାର ହେଉଛି ୧,୦୫,୦୦୦ ଡଲାର। ବାର୍ସିଲୋନାରେ ନୋ ଫ୍ଲାଏ ଜୋନ ଉପରେ ମେସିଙ୍କର ଏକ ବଙ୍ଗଳା ଅଛି। ଏହା ସହିତ ସେ ଏକ ହୋଟେଲର ମାଲିକ ମଧ୍ୟ ଅଟନ୍ତି।

Share