Budget 2024: କ’ଣ ଏହି କାମଚଳା ବଜେଟ୍‌, ପୂର୍ଣ୍ଣକାଳୀନ ବଜେଟ ଠାରୁ କିପରି ଅଲଗା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ। ଏହା ବ୍ୟତୀତ ଅନେକ ଆବଶ୍ୟକୀୟ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ। ତେବେ ପ୍ରତିବର୍ଷ ସରକାର ବଜେଟ୍‌ ଉପସ୍ଥାପନ କରନ୍ତି, କିନ୍ତୁ ଚଳିତ ବର୍ଷର ଏହି କାମଚଳା ବଜେଟ୍‌ କ’ଣ ଅଟେ ଆସନ୍ତୁ ଜାଣିବା।
ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କି, ସରକାର ସବୁବର୍ଷ ପୂର୍ଣ୍ଣକାଳୀନ ବଜେଟ୍‌ ଆଣିଥାନ୍ତି ଯାହା ପୁରା ବୀତ୍ତିୟ ବର୍ଷ ପାଇଁ ହୋଇଥାଏ। କିନ୍ତୁ ଯେଉଁବର୍ଷ ଲୋକସଭା ନିର୍ବାଚନ ହୋଇଥାଏ ସେହିବର୍ଷ କିଛି ମାସ ଆୟବ୍ୟୟକୁ ଦୃଷ୍ଟିରେ ରଖି ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଇଥାଏ।

ନିର୍ବାଚନୀ ବର୍ଷରେ ସରକାର କାମଚଳା ବଜେଟ୍‌ ଉପସ୍ଥାପନ କରିଥାନ୍ତି। ନିର୍ବାଚନ ପରେ ଆସିଥିବା ନୂଆ ସରକାରଙ୍କୁ ପୁରା ବୀତ୍ତିୟ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବାକୁ ପଡିଥାଏ। ଏହି ବଜେଟ୍‌ରେ ନୂଆ ସରକାର ଗଠନ ହେବା ପୂର୍ବରୁ ହେବାକୁ ଥିବା ଆୟବ୍ୟୟ ଅଟକଳକୁ ଉପସ୍ଥାପନ କରାଯାଏ। ପୁରା ବଜେଟ୍‌ ଆସିବା ଯାଏଁ ଏହି ବଜେଟ୍‌ ଅସ୍ଥାୟୀ ଭାବେ କାର୍ଯ୍ୟ କରିଥାଏ। କହିରଖୁଛୁ କି, ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ ଉପସ୍ଥାପନ ହୋଇଥିଲା। କିନ୍ତୁ ସେତେବେଳର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ବାସ୍ଥ୍ୟବସ୍ଥା ଖରାପ ଯୋଗୁ ବଜେଟ୍‌ ଉପସ୍ଥାପନ କରିପାରି ନ ଥିଲେ। ତାଙ୍କ ପରିବର୍ତ୍ତେ ପୀୟୁଷ ଗୋଏଲ ବଜେଟ୍‌ ଉପସ୍ଥାପନ କରିଥିଲେ।

ଏହି ଅନ୍ତରୀଣ ବଜେଟରେ ନିର୍ବାଚନ ଯାଏଁ ହେବାକୁ ଥିବା ସରକାରଙ୍କ ଖର୍ଚ୍ଚ, ରାଜସ୍ବ, ରାକୋଷୀୟ କ୍ଷତି, ବୀତ୍ତିୟ ପ୍ରଦର୍ଶନ ଇତ୍ୟାଦି ଜାରି କରାଯାଏ। କିନ୍ତୁ ପୂର୍ଣ୍ଣକାଳୀନ ବଜେଟରେ ପୁରା ବର୍ଷର ଆୟବ୍ୟୟ ଅଟକଳ ହୋଇଥାଏ। ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ଲୋକସଭାରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହି କାମଚଳା ବଜେଟରେ ଅନୁମାନ କରାଯାଉଛି କି, ପିଏମ ପିଷାନ ସମ୍ମାନ ନିଧି ଓ ଆୟୁଷ୍ମାନ ଭାରତ ଇତ୍ୟାଦିର ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବ।

Share