GBU-୫୭ ବୋମା ପକାଉଛି ଆମେରିକା; ୨୦୦ ଫୁଟ ତଳର ଲକ୍ଷ୍ୟ କରୁଛି ଭେଦ; ଧ୍ୱଂସ ହୋଇଗଲା…

ତହରାନ/ଓ୍ବାଶିଂଟନ,୨୨।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଡେଇଁପାରେ ବୋଲି କୁହାଯାଉଥିଲା। ସେହିଭଳି ଆମେରିକା ବଙ୍କର ବଷ୍ଟର GBU-୫୭ ବୋମା ବ୍ୟବହାର କରି ଫୋର୍ଡୋ ପରମାଣୁ ସ୍ଥାନକୁ ଧ୍ୱଂସ କରିପାରେ ବୋଲି କୁହାଯାଉଥିଲା। ଏବେ ଆମେରିକା ତାହା ହିଁ କରିଛି। ଏହି ବୋମାରେ ଆକ୍ରମଣ କରି ଆମେରିକା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ସ୍ଥାନକୁ ଧ୍ୱଂସ କରିଦେଇଛି।

ଫୋର୍ଡୋ ପରମାଣୁ ସ୍ଥାନ ହେଉଛି ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ସ୍ଥାନ। ଏହି ସ୍ଥାନକୁ ସମସ୍ତଙ୍କ ଦୃଷ୍ଟି ଏବଂ ଆକ୍ରମଣରୁ ରକ୍ଷା କରିବା ପାଇଁ ଭୂତଳରେ ନିର୍ମାଣ କରାଯାଇଛି। ଏହା ଏକ ପର୍ବତ ତଳେ ପ୍ରାୟ ୩୦୦ ଫୁଟ ଗଭୀରରେ ନିର୍ମିତ। ଫୋର୍ଡୋରେ ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ ଉତ୍ପାଦନ କରାଯାଏ, ଯାହା ପରମାଣୁ ବୋମା ନିର୍ମାଣ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏବେ ଆମେରିକା ଏହାର ଘାତକ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ବୋମା ନିକ୍ଷେପ କରି ଇରାନର ଏହି ସ୍ଥାନକୁ ପ୍ରବଳ କ୍ଷତି ପହଞ୍ଚାଇଛି। ଆସନ୍ତୁ ଜାଣିବା ବଙ୍କର ବଷ୍ଟର GBU-୫୭ ବୋମାର ଶକ୍ତି କ’ଣ।

କେତେ ଶକ୍ତିଶାଳୀ GBU-୫୭ ବୋମା:
-ଏହା ଏକ ବଙ୍କର କ୍ଲଷ୍ଟର ବୋମା, ଯାହାକୁ ଆମେରିକା ବାୟୁସେନା ପ୍ରସ୍ତୁତ କରିଛି।
-ଏହାକୁ ଏଭଳି ଡିଜାଇନ କରାଯାଇଛି ଯେ ଏହା ବଙ୍କର,ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କରିପାରେ। ଟାର୍ଗେଟରେ ଯେତେ ଭୂଗର୍ଭରେ ଥାଉ ନା କାହିଁକି ଏହା ସେଠାରେ ପହଞ୍ଚି ନଷ୍ଟ କରିପାରେ।
-ଏହି ବୋମାର ଓଜନ ୩୦,୦୦୦ ପାଉଣ୍ଡ।
– ୨୦୦ ଫୁଟ ଗଭୀରରେ ଏହା ବ୍ଲାଷ୍ଟ କରିପାରେ।
-ଏହି ବୋମାର ଲମ୍ବ ୨୦ ଫୁଟ ଏବଂ ଏହା ୩୧ ଇଞ୍ଚ ଚୌଡ଼ା।
-ବୋମାକୁ ଜିପିଏସ୍‌ ଏବଂ ନାଭିଗେଶନ ସିଷ୍ଟମ ଦ୍ୱାରା ଚଳାଯାଇଥାଏ। ଫଳରେ ସଠିକ୍‌ ଲକ୍ଷ୍ୟକୁ ଭେଦ କରାଯାଇପାରେ।

ଏହା ଏପରି ଲକ୍ଷ୍ୟକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ ଯାହା ଭୂମିର ଗଭୀରରେ ଥାଏ। ଯାହାକୁ ନଷ୍ଟ କରିବା ଏତେ ସହଜ ନୁହେଁ। ଏହି କାରଣରୁ, ଏହା ସବୁବେଳେ କୁହାଯାଉଥିଲା ଯେ ଆମେରିକା ବ୍ୟତୀତ ଅନ୍ୟ କୌଣସି ଦେଶ ଇରାନର ଫୋର୍ଡୋ ସାଇଟକୁ ନଷ୍ଟ କରିପାରିବ ନାହିଁ। ଫୋର୍ଡୋ ସାଇଟଟି ୩୦୦ ଫୁଟ ଗଭୀରତାରେ ନିର୍ମିତ।

GBU-୫୭ କୁ B-୨ ସ୍ପିରିଟ ଷ୍ଟିଲ୍ଥ ବୋମ୍ବର ସାହାଯ୍ୟରେ ପରିବହନ କରାଯାଏ, ଯାହା ସଠିକ ଭାବରେ ବୋମା ପକାଇବାରେ ସକ୍ଷମ। ବୋମାର ଆକାର ଏବଂ ଓଜନ ପାଇଁ ଏହାକୁ ପ୍ରଭାବଶାଳୀ ଭାବରେ ବହନ ଏବଂ ନିୟୋଜନ କରିବା ପାଇଁ B-୨ ଭଳି ଏକ ସ୍ବତନ୍ତ୍ର ବିମାନ ଆବଶ୍ୟକ।

ଫୋର୍ଡୋ ସାଇଟଟି ଇରାନର ରାଜଧାନୀ ତେହେରାନରୁ ୬୦ ମାଇଲ (୯୫ କିଲୋମିଟର) ଦକ୍ଷିଣ-ପଶ୍ଚିମରେ କୋମ ସହର ନିକଟରେ ଏକ ପର୍ବତ ପାର୍ଶ୍ୱରେ ନିର୍ମିତ। ଏହା ବିଶ୍ୱାସ କରାଯାଏ ଯେ ନିର୍ମାଣ ପ୍ରାୟ ୨୦୦ ରେ ଆରମ୍ଭ ହୋଇଥିଲା ଏବଂ ଏହା ୨୦୦୯ରେ ପ୍ରଥମେ କାର୍ଯ୍ୟକ୍ଷମ ହୋଇଥିଲା।

ଏହାକୁ ଇରାନର ମାଉଣ୍ଟ ଡୁମ କୁହାଯାଏ କାରଣ ଏହା ଏତେ ସୁରକ୍ଷିତ ଯେ ଏହାକୁ ନଷ୍ଟ କରିବା ପ୍ରାୟ ଅସମ୍ଭବ ବୋଲି ବିବେଚନା କରାଯାଏ। ଫୋର୍ଡୋ ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ ଉତ୍ପାଦନ କରେ, ଯାହା ପରମାଣୁ ବୋମା ତିଆରି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପଞ୍ଚୁ, ହଠାତ୍‌ ଖସିଗଲା ଗୋଡ଼: ଆଉ ତା’ପରେ…

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ମା’ଙ୍କ ସମ୍ପତ୍ତିରେ ନାହିଁ ପୁଅଙ୍କ ଅଧିକାର!

ଚେନ୍ନାଇ,୧୭।୧୧: ଅନେକ ଲୋକଙ୍କର ଏପରି ଧାରଣା ଥାଏ ଯେ, ଆଇନଗତ ଉତ୍ତରାଧିକାରୀ ଭାବରେ ମାତାପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନମାନେ ସ୍ବତଃ ହିଁ ମାତାପିତାଙ୍କ ସମ୍ପତ୍ତି ଉପରେ…

ମାଛ ଧରୁଥିଲେ ଧର୍ମପଦ: ଟାଣିନେଲା କୁମ୍ଭୀର, ଆଉ ତା’ପରେ ଯାହା ଘଟିଲା…

ମହାକାଳପଡ଼ା,୧୭।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ପୁଣି କୁମ୍ଭୀର ଆତଙ୍କ। ନଦୀରେ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିବା ବେଳେ ଜଣେ ଯୁବ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛି…

ବରଗଡ଼ରେ କିଷାନ୍ ମହାପଞ୍ଚାୟତ: ରାଲିରେ ସାମିଲ ହେଲେ ରାଷ୍ଟ୍ରୀୟ କୃଷକ ନେତା

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ):କୃଷକଙ୍କ ହକ୍, ଅଧିକାର ପାଇଁ ମଙ୍ଗଳବାର ବରଗଡ଼ ସହରରେ କିଷାନ୍ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏଥିରେ ଅନେକ ରାଷ୍ଟ୍ରୀୟ କୃଷକ ନେତାଙ୍କ ସମେତ ହଜାର ହଜାର…

‘ଆଜି ବିଶ୍ୱକୁ ଅଧିକ ଶାନ୍ତି, ସ୍ଥିରତା ଏବଂ ନିଶ୍ଚିତତାର ଆବଶ୍ୟକତା ରହିଛି,’ ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ମୋଦି

ମନିଲା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ସମ୍ମିଳନୀର ଆରମ୍ଭରେ ସେ କହିଲେ ଯେ ଆମ ପାଖରେ…

ଇକୋ ରିଟ୍ରିଟ ବୁଲିଲେ କନ୍ଧମାଳ ସାଂସଦ: ଶୁଣିଲେ ଲୋକଙ୍କ ଅଭିଯୋଗ, ଦେଲେ ବଡ଼ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି, ୧୭।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶ ସମ୍ଭାବନାକୁ ନେଇ ଆଲୋଚନା କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?