Posted inଖେଳ

ମୃତ୍ୟୁ ପୂର୍ବର କେଇ ଘଣ୍ଟା; ଓ୍ବର୍ନଙ୍କୁ ବଞ୍ଚାଇବାକୁ ସଂଘର୍ଷ କରିଥିଲେ ହେଁ…

ନୂଆଦିଲ୍ଲୀ,୫।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱର୍ନଙ୍କ ଅକାଳ ବିୟୋଗ ପୂରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ମାତ୍ର ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ । ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଓ୍ବର୍ନ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହି ମହାନ ବୋଲର୍‌ଙ୍କୁ ବଞ୍ଚାଇବା ଲାଗି ତାଙ୍କର ୩ ବନ୍ଧୁ ୨୦ ମିନିଟ୍‌ ଧରି ସବୁ ପ୍ରକାର ପ୍ରୟାସ କରିଥିଲେ । କିନ୍ତୁ ୱର୍ନ ଆଉ ଫେରି ନ ଥିଲେ ।

ଥାଇଲ୍ୟାଣ୍ଡ ପୋଲିସ ଦେଇଥିବା ସୂଚନା ମୁତାବକ, କୋ ସାମଉଇରେ ଥିବା ଗୋଟିଏ ପ୍ରାଇଭେଟ ଭିଲ୍ଲାରେ ଓ୍ବର୍ନ ଓ ତାଙ୍କର ୩ ଜଣ ବନ୍ଧୁ ଛୁଟି କାଟିବାକୁ ଯାଇଥିଲେ । ଶୁକ୍ରବାର ସନ୍ଧ୍ୟା ଯାଏ ସବୁକିଛି ଠିକ୍‌ଠାକ ଚାଲିଥିଲା। ତେବେ ଡିନର ପାଇଁ ଶେନ ଓ୍ବର୍ନ ନ ଆସିବାରୁ ତାଙ୍କର ଜଣେ ବନ୍ଧୁ ଡାକିବା ପାଇଁ ଯାଇଥିଲେ । ସେ ରୁମରେ ପହଞ୍ଚିବା ପରେ ଓ୍ବର୍ନ ଅଚେତ ହୋଇ ପଡ଼ିିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ବନ୍ଧୁମାନେ ତୁରନ୍ତ ଆମ୍ବୁଲାନ୍ସକୁ ଡାକିଥିଲେ। ଏପରିକି ଓ୍ବର୍ନଙ୍କ ମ୍ୟାନେଜର ଜଣଙ୍କ ତୁରନ୍ତ ତାଙ୍କୁ ସିପିଆର୍‌ ଦେଇଥିଲେ । ହେଲେ ଅବସ୍ଥାରେ ସୁଧାର ଆସି ନ ଥିଲା।

ଖବର ପାଇ ଏମର୍ଜେନ୍ସି ରେସପନ୍ସ ଟିମ୍‌ ଭିଲ୍ଲାରେ ପହଞ୍ଚିଥିଲା । ସେମାନେ ମଧ୍ୟ ୧୦ରୁ ୨୦ ମିନିଟ ଧରି ଆଉ ଥରେ ସିପିଆର୍‌ ଦେଇଥିଲେ । ଏହାପରେ ଥାଇଲ୍ୟାଣ୍ଡ ଇଣ୍ଟରନ୍ୟାଶନାଲ ହସ୍ପିଟାଲର ଆମ୍ବୁଲାନ୍ସ ପହଞ୍ଚିଥିଲା । ଶେନ ୱାର୍ଣ୍ଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହସ୍ପିଟାଲରେ ୫ ମିନିଟ ଧରି ପୁଣିଥରେ ତାଙ୍କର ସିପିଆର୍‌ କରାଯାଇଥିଲା । ହେଲେ ଏହାପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ କହିଛି।

ତେବେ ହୃଦଘାତର କିଛି ଘଣ୍ଟା ପୂର୍ବରୁ ଓ୍ବର୍ନ ନିଜ ଦେଶର କ୍ରିକେଟର୍‌ ରଡନୀ ମାର୍ଶଙ୍କ ଦେହାନ୍ତରେ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହି ଟୁଇଟ୍‌ ପରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

କହିରଖୁଛୁ, ୧୯୯୨ରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଡେବ୍ୟୁ କରିଥିଲେ ଓ୍ବର୍ନ। ଉଭୟ ଦିନିକିଆ ଓ ଟେଷ୍ଟରେ ସେ ୧୦୦୧ ଉଇକେଟ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ଉଇକେଟ ପାଇଥିଲେ। ସେହିପରି ସେ ୧୯୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ୨୯୩ଟି ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri