Posted inଜାତୀୟ

ଟ୍ରେନି ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା? ସତ ବଖାଣିଲେ ସାଥି

କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଧରାପଡିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସିବିଆଇକୁ କହିଛନ୍ତି ଯେ ସେ ମହିଳା ଡାକ୍ତରଙ୍କ ବଳାତ୍କାର କରି ନାହାନ୍ତି କି ହତ୍ୟା ବି କରି ନାହାନ୍ତି। ଏହି ଲେଡି ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅର ମୃତ୍ୟୁକୁ ନେଇ ହତବାକ ହୋଇ ରହିଛନ୍ତି। ସେମାନେ କହିଛନ୍ତି ଝିଅ ବହୁତ ଆଶାବାଦୀ ଥିଲେ ଏବଂ ତାଙ୍କର ଲକ୍ଷ୍ୟ ଥିଲା ମେଡିକାଲ କ୍ଷେତ୍ରରେ ସ୍ବର୍ଣ୍ଣ ପଦକ ଆଣିବା। ସେ ଆର.ଜି କର ହସ୍ପିଟାଲରେ କଠିନ ପରିଶ୍ରମ କରୁଥିଲେ। ତାଙ୍କ ମାତାପିତା ଆଶା କରିଥିଲେ ଯେ ସେ ୩୬ଘଣ୍ଟିଆ ଶିଫ୍ଟ ପରେ ଅଗଷ୍ଟ ୯ରେ ବହୁତ ବିଳମ୍ବରେ ଘରକୁ ଆସିବେ । ସେ ନିଶ୍ଚିତ ଭାବରେ ଫେରି ଆସିବେ, କିନ୍ତୁ ସେ ଫେରିଥିଲେ ସତ ହେଲେ ଏକ କପଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଡାଇ ହୋଇ।
ହସ୍ପିଟାଲରେ ଥିବା ତାଙ୍କର ସହଯୋଗୀ ଡାକ୍ତରମାନେ ଘଟଣାର ରାତି ପୂର୍ବରୁ ପୁରା କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ୧୬ ଘଣ୍ଟା ନିରନ୍ତର ଡ୍ୟୁଟି ପରେ ସେ ସେମିନାର ରୁମକୁ କିଛି ସମୟ ବିଶ୍ରାମ ନେବାକୁ ଯାଇଥିଲେ। ସେହି ସ୍ଥାନଟି ରାତିରେ ସମ୍ପୂର୍ଣ୍ଣ ଖାଲି ରହିଥାଏ, ଯେଉଁଠାକୁ କେହି ଯାଆସ କରନ୍ତି ନାହିଁ। ସେ କହିଥିଲେ ଯେ ସେ ଶାନ୍ତିରେ ଚପଚାପ ଅଧ୍ୟୟନ କରିବା ପାଇଁ ଅନେକ ଥର ସେଠାକୁ ଯାଉଥିଲେ, କିନ୍ତୁ ଏଥର ତାଙ୍କ ଉପରେ ଏକ କୁଦୃଷ୍ଟି ପଡିଥିଲା। ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଆର.ଜି କର ହସ୍ପିଟାଲର ସମାନ ସେମିନାରୀରେ ମିଳିଥିଲା, ଯେଉଁଠାରେ ତାଙ୍କୁ ବଳାତ୍କାର କରାଯାଇଥିଲା ଏବଂ ପରେ ଅତି ର୍ନିମମ ଭାବରେ ହତ୍ୟା କରାଯାଇଥିଲା।

ନିଜର ଲମ୍ବା ଡ୍ୟୁଟି ପାଇଁ ପ୍ରସ୍ତୁତ ଏହି ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତର ଅଗଷ୍ଟ ୮ରେ ସକାଳ ୧୦ଟାରେ ଆର.ଜି କର ହସ୍ପିଟାଲରଓପିଡିରେ ପହଞ୍ଚିଥିଲେ। ସେ ପ୍ରଥମେ କ୍ୟାମ୍ପସରେ ହଷ୍ଟେଲରେ ରହୁଥିଲେ, କିନ୍ତୁ ତା’ପରେ ସେ ପ୍ରାୟ ଏକ ବର୍ଷ ଧରି ନିଜ ମାତାପିତାଙ୍କ ସହିତ ଘରେ ରହୁଥିଲେ ଏବଂ ପ୍ରାୟ ୧୪କିଲୋମିଟର ବାଟ ଯାଆସ କରୁଥିଲେ।
ତାଙ୍କ ସହିତ ଆରଜି ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର କହିଛନ୍ତି, ଯେତେବେଳେ ସେ ହସ୍ପିଟାଲରେ ପ୍ରବେଶ କଲେ, ଓପିଡିରେ ରୋଗୀମାନଙ୍କ ଭିଡ଼ ହୋଇଥିଲା ଏବଂ ସେ ସଙ୍ଗେ ସଙ୍ଗେ କାମ ଆରମ୍ଭ କଲେ। ସେ ୬ଜଣ ରୋଗୀଙ୍କୁ ଆଡମିଟ କରିଥିଲେ ଏବଂ ଚା’ ପିଇବାର କିଛି ସମୟ ବ୍ୟତୀତ ବିଶ୍ରାମ ନେବାକୁ ତାଙ୍କ ନିକଟରେ ସମୟ ନଥିଲା।
ଶ୍ୱାସ ବିଭାଗର ଓପିଡିରେ ଜଣେ ରେସିଡେଣ୍ଟ ମେଡିକାଲ ଅଫିସର, ଜଣେ ବରିଷ୍ଠ ରେସିଡେଣ୍ଟ ଡାକ୍ତର, ଜଣେ ଅଧ୍ୟାପିକା ଏବଂ ଇଣ୍ଟର୍ନ ଏବଂ ହାଉସ ଷ୍ଟାଫ ରହିଥିଲେ। ସେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମାନ ଓପିଡିରେ କାମ ଜାରି ରଖିଥିଲେ। ଏହା ପରେ ସେ ୱାର୍ଡରେ ଯୋଗ ଦେଇଥିଲେ। ତାଙ୍କ ଟିମ୍‌ ମଧ୍ୟାହ୍ନ ଭୋଜନ ଅର୍ଡର କରିଥିଲେ ଏବଂ ସେ ବିଳମ୍ବରେ ଆସିଥିବାରୁ ସେମାନେ ତାଙ୍କ ଖାଦ୍ୟକୁ ଅଲଗା ରଖିଥିଲେ।
ଜଣେ ତୃତୀୟ ବର୍ଷର ପ୍ରଶିକ୍ଷକ ଡାକ୍ତର କହିଛନ୍ତି, ‘ସେ ଅପରାହ୍ନ ୩ଟା ପରେ ଆସିଥିଲେ ଏବଂ ସଂଲଗ୍ନ’ ଶୋଇବା କୋଠରୀ’ରେ ଆମେ ଖାଉଥିଲୁ ଯେଉଁଠାରେ ଆମେ ସାଧାରଣତଃ ଖାଇଥାଉ। ସେ ଟିକିଏ ଲାଜୁଆ ଥିଲେ, କିନ୍ତୁ ବହୁତ ସିରିୟସ ଥିଲେ। ଜଣେ ବରିଷ୍ଠ ଅଧ୍ୟାପକ ଏବଂ ମୁଁ ରାତି ପ୍ରାୟ ୪ଟା ୩୦ରେ କୌଣସି ରୋଗୀର ଅବସ୍ଥା ଖରାପ ହେଲେ ତାଙ୍କୁ ଡାକିବାକୁ କହି ଚାଲି ଯାଇଥିଲୁ। କିନ୍ତୁ ତାଙ୍କ କଲ୍‌ ତ ଆସିଲା ନାହିଁ ଏବଂ ପରଦିନ ସକାଳେ ମୁଁ ତାଙ୍କ ଭୟଙ୍କର ମୃତ୍ୟୁ ବିଷୟରେ ଜାଣିଲି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri