Posted inଫୁରସତ

୧୯୯୯ ମହାବାତ୍ୟାର ବିଭୀଷିକା କଲା ଆନ୍ଦୋଳିତ, ଗଛ ପ୍ରେମରେ ପଡ଼ି…

୧୯୮୪ରେ କୁଳମଣି ଶିକ୍ଷକ ଚାକିରି ଜୀବନ ଆରମ୍ଭ କରିଥିଲେ। କର୍ମ ଜଞ୍ଜାଳରେ ବ୍ୟସ୍ତ ରହିଥିବା ବେଳେ ୧୯୯୯ର ମହାବାତ୍ୟାରେ ଅନେକ ବଡ଼ ବଡ଼ ବୃକ୍ଷଲତା ଉପୁଡ଼ି ନଷ୍ଟ ହୋଇଥିବା ଦେଖି ସେ ମର୍ମାହତ ହୋଇ ପଡ଼ିଥିଲେ। ବୃକ୍ଷ ନଷ୍ଟ ହେବା ଫଳରେ ପରିବେଶର କ’ଣ ଅବସ୍ଥା ହୁଏ, ତାହା ନିଜ ଶିକ୍ଷାଦାନ ଭିତରେ ଜାଣିଥିବା କାରଣରୁ ସେହି ମହାବାତ୍ୟା ଦିନଠାରୁ ସେ ଚାରାରୋପଣ ଆରମ୍ଭ କଲେ। ବିଭିନ୍ନ ଫାଙ୍କା ସ୍ଥାନରେ ଗଛ ଲଗାଇବା ସହିତ ଚାରାରୋପଣକୁ ନିଜ ଜୀବନର ଏକ ମୁଖ୍ୟ ଅଂଶ ଭାବେ ବାଛିନେଲେ। ୨୦୨୩ ଜୁଲାଇରେ ସେ ଚାକିରିରୁ ଅବସର ନେଇଥିଲେ। ହେଲେ ଚାକିରି କାଳ ପରେ ମଧ୍ୟ ସେ ଏବେ ନିଜ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଚାରାରୋପଣରେ ହିଁ ବିତାଉଛନ୍ତି। ଇତିମଧ୍ୟରେ ସେ ବିଭିନ୍ନ କିସମର ଚାରାରୋପଣ କରିଛନ୍ତି। ପ୍ରକୃତି ପ୍ରେମ ଏବଂ ପରିବେଶ ସଜାଡିବାର ଭୂମିକାକୁ ନେଇ ସେ ଅନେକ ଥର ସମ୍ମାନିତ ହୋଇଛନ୍ତି। ୩ଟି ସ୍ଥାନରୁ ପ୍ରକୃତି ମିତ୍ର ଭାବେ ସମ୍ମାନିତ ହୋଇଛନ୍ତି। କେବଳ ସେତିକି ନୁହେଁ ରାଜ୍ୟସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଚାରାରୋପଣ କାର୍ଯ୍ୟରେ ସେ କେବଳ ନିଜେ ନୁହେଁ, ବିଭିନ୍ନ ସଙ୍ଗଠନ ସହିତ ଯୋଡ଼ି ହେବା ସହିତ ସମସ୍ତଙ୍କୁ ଗଛ ଲଗାଇବାକୁ ପ୍ରୋସତ୍ାହିତ କରିଛନ୍ତି। ବନ ମହୋତ୍ସବ ସପ୍ତାହ ଆସିଲେ ଖୋଜା ପଡ଼ନ୍ତି କୁଳମଣି। କାରଣ ସିଏ ହିଁ ଜଣେ ମଣିଷ ଯିଏ କି ବୃକ୍ଷକୁ ଅତି ପାଖରୁ ବୁଝିଛନ୍ତି ଏବଂ ଜାଣିଛନ୍ତି। ସେଇଥି ପାଇଁ ବିଭିନ୍ନ ସଙ୍ଗଠନ ତାଙ୍କୁ ଖୋଜିଥାନ୍ତି। ସରକାରଙ୍କ ମା’ ପାଇଁ ଗଛଟିଏ ହେଉ କିମ୍ବା ତାଳ ମିଶନ, ସବୁଥିରେ ଆଗରେ ଥାନ୍ତି ସେ। ଗଛ ହିଁ ଜୀବନ। ଯିଏ ଆମକୁ ଅମ୍ଳଜାନ ଦେଇଥାଏ, ଯିଏ ଆମ ବଞ୍ଚତ୍ବାର ସାହାରା ତାକୁ ଆମେ ରକ୍ଷା ନ କରିଲେ ଆଗାମୀ ଦିନରେ ଆମ ସମାଜ ଧ୍ୱଂସାଭିମୁଖୀ ହୋଇଯିବ। ତେଣୁ ସମସ୍ତେ ଗଛ ଲଗାଇବା ଏବଂ ଗଛର ଯନତ୍ ନେବା ଉଚିତ ବୋଲି କୁଳମଣି କହିଛନ୍ତି। ସମସ୍ତେ ବଦଳି ଯାଇପାରନ୍ତି ହେଲେ ଗଛ କେବେ ବଦଳେ ନାହିଁ। ତେଣୁ ଗଛ ଲଗାଇଲେ ଏବଂ ଗଛର ଯନତ୍ ନେଲେ ଆମ ଜୀବନକୁ ଗଛ ବଞ୍ଚାଇ ରଖିପାରିବ ବୋଲି କୁଳମଣି ପ୍ରକାଶ କରିଛନ୍ତି।
-ସନ୍ତୋଷ କୁମାର ବାଚ୍ଛିନୀ, ଉଦଳା


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri